ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଲୁହାକାନି ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଉଦଯାପିତ

 ମୟୂରଭଞ୍ଜ – (ମସିହା .)ଲୁହାକାନୀ ନବଦୀପ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନି ଗ୍ରାମ ସ୍ଥିତ ସଂକୀର୍ତ୍ତନ ମଣ୍ଡପ ଠାରେ ୨୩ ତମ ଷୋହଳ ପ୍ରହରୀ ନାମ ସଂକୀର୍ତ୍ତନ ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।ବୁଧବାର ଦିନ ଅଧିବାସ ହେବା ପରେ ଗୁରୁବାର ପବିତ୍ର ରାମ ନବମୀ ଦିବସରେ ହରିନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଆଜି ଦଧିଭଞ୍ଜନ ଅନୁଷ୍ଠିତ ହୋଇଥିଲା।୩ ଦିନ ଧରି ଅହରାତ୍ର ନାମଯଜ୍ଞ ସଂକୀର୍ତ୍ତନ ରେ ୫ ଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ ତଥା ଚାନ୍ଦୁଆ ଓ ଗୋଲା ମୁଣ୍ଡାକାଟା ଗ୍ରାମର ଦୁଇଟି ଝିଅ ଦଳ ଅଂଶଗ୍ରହଣ କରିଥିବା ବେଳେ ବାରିପଦା ର ଖଣ୍ଡିଆ ଷୋଳ, ଶାଖା ଭଙ୍ଗା ଓ ଭୋଳବେଡା ର ତିନୋଟି ପୁରୁଷ ଦଳ ଅଂଶଗ୍ରହଣ କରିଥିଲେ। ଏହି ଅହୋରାତ୍ର ନାମଯଜ୍ଞ ସଂକୀର୍ତ୍ତନ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ସହିତ ଦୂରଦୂରାନ୍ତରୁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ନବଦୀପ ସଂକୀର୍ତ୍ତନ ମଣ୍ଡପର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସମ୍ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମା ବୃନ୍ଦାବତୀଙ୍କ ନିକଟରେ ଆକାଶ ଦୀପ ଉଠା ହେଉଛି

masiha

ମହାବୀର ମୁକ୍ତି ମଣ୍ଡପରେ ବଟ ଓ ଅଶ୍ବତ୍ଥ ବୃକ୍ଷର ଶୁଭ ପରିଣୟ 

masiha

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

Sunil Chandra Nayak

Leave a Comment

error: Content is protected !!