ଡାବୁଗାଁ, ୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଧନସରା ଗ୍ରାମରେ ବିଷାକ୍ତ ଦ୍ରବ୍ୟ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା ନେଇ ସୋମବାର ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଧନସରା ଗ୍ରାମର ଜଗନ୍ନାଥ ଶବର(୭୦) ରବିବାର ରାତିରେ ଖାଇ ସାରି ଶୋଇଥିଲା | ପରିବାର ଲୋକ ମଧ୍ୟ ରାତ୍ର ଭୋଜନ ସାରି ଶୋଇଥିଲେ | ରାତ୍ର ପ୍ରାୟ ୧୨ ଘ. ସମୟରେ ଜଗନ୍ନାଥ ଅସ୍ତବ୍ୟତା ହୋଇ ବାନ୍ତି କରିଥିଲେ | ପରିବାର ଲୋକେ ଶବ୍ଦ ଶୁଣି ଉଠି ଦେଖିଥିଲେ ଯେ ଜଗନ୍ନାଥ ଅସ୍ତବ୍ୟସ୍ତ ହେଉଛନ୍ତି | ଜାଣିବାକୁ ପାଇହତିଳେ ଯେ ଜଗନ୍ନାଥ କୌଣସି ବିଷାକ୍ତ ଦ୍ରବ୍ୟ ଖାଇଦେଇଛନ୍ତି | ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା | ରାତ୍ର ପ୍ରାୟ ୧.୩୦ ଘ. ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିଲା | ଏନେଇ ତାଙ୍କ ପୁଅ ରାମନାଥ ଶବର ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଳକୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ