ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସେବାକାରୀ କିନ୍ନର ସଂଘର ସାବିତ୍ରୀ ବ୍ରତ

ନର୍ଲା (ମନିସ) ସଧବା ନାରୀମାନଙ୍କ ବିଶ୍ୱାସର ବ୍ରତ ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟାରେ ଏହି ପର୍ବ ପାଳନ କରାଯାଏ। ସ୍ବାମୀର ଦୀର୍ଘାୟୁ କାମନା କରି ଓ ଶୁଭ ମନାସି ନିଜ ଶଙ୍ଖା ସିନ୍ଦୂରକୁ ଅତୁଟ ରଖି  ସୌ ଭାଗ୍ୟବତୀ ହେବା ଆଶାରେ ଏହି ବ୍ରତକୁ ନାରୀମାନେ ପାଳନ କରନ୍ତି। ତେବେ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ଠାରେ ସେବାକାରୀ କିନ୍ନର ସଂଘର କିନ୍ନର ଭଉଣୀମାନେ ଏହି ବ୍ରତ ପାଳନ କରିଥିଲେ। ନର୍ଲାରୋଡ ଶିବ ମନ୍ଦିର ଠାରେ ପୂଜକ ବୃନ୍ଦାବନ ମିଶ୍ର ମନ୍ତ୍ରପାଠ ପୂର୍ବକ ଏହି ପୂଜାଟିକୁ ସମାପ୍ତ କରିଥିଲେ। ଏଥିରେ ଗୁରୁ କାମିନୀ କିନ୍ନର ସହ ଦୂର୍ଗା କିନ୍ନର, ରିତା କିନ୍ନର, ବୁଲବୁଲ କିନ୍ନର, ବର୍ଷା,ପାୟଲ,ବିନୁ, ରେଖା, ସୋନାଲି,ସୁମନ,ମୁସ୍କାନ, ମୋନିକା,ସଂଗୀତା,ମେଘା,ବବି, ଅଞ୍ଜଳି, ଲିଲି ମନ୍ଦାର,ହେମାଳିନି କିନ୍ନର ପ୍ରମୁଖ ଏହି ବ୍ରତ ପାଳନ କରିଥିଲେ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ମା ହରଗୌରୀ ଦେବୀଙ୍କ ସୁଳିଯାତ୍ରା ଓ ଚୈତ୍ରଯାତ୍ରା ପାଳିତ

Sunil Chandra Nayak

ଶ୍ରୀଗଣେଶ ପୂଜା କମିଟି ଖଇରା ଓ ଲିଜେଣ୍ଡ ଲାୟନସ୍ କ୍ଲବ ଖଇରାର ଗଜାନନ ପୂଜା

masiha

Leave a Comment

error: Content is protected !!