ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଏକଡାଳି ଗ୍ରାମ ର ଐତିହାସିକ ବାବା ଜଳେଶ୍ଵର ଉଡାପର୍ବ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ 

ମୟୂରଭଞ୍ଜ- ୧୮/୪ (ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ରାଇହରି ପଞ୍ଚାୟତ ଅନ୍ତର୍ଗତ ଏକଡାଳି ଗ୍ରାମର ଆରାଧ୍ଯ ଦେବତା ରାଜାରାଜୁଡ଼ା ଅମଳରୁ ୨୦୦ ବର୍ଷ ରୁ ଉର୍ଦ୍ଧ୍ବ ହେଲା ପୂଜା ହେଉ ଆସୁଥିବା ବାବା ଜଳେଶ୍ଵର ପୀଠରେ ଐତିହାସିକ ଉଡାପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଡାପର୍ବ ରେ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ଶ୍ରୀମତୀ ମୀନା ସୋରେନ୍ , ରାଇହରି ପଞ୍ଚାୟତ ସମିତି ସଭ୍ୟ ଆଶିଷ ବେହେରା, ସରପଞ୍ଚ ରାମଚନ୍ଦ୍ର ବେଶ୍ରା ଉପସ୍ଥିତି ରହି ଉଡାଯାତ୍ରା କମିଟିର ପ୍ରଚେଷ୍ଟା ଓ‌ସଫଳ ଉଦ୍ୟମକୁ ପ୍ରଶଂସା କରିଥିଲେ।ଚୈତ୍ର ମାସ ଶୁକ୍ଳପକ୍ଷ ମହାବିଷୁବ ସଂକ୍ରାନ୍ତି ଆସ୍ଥା ଓ ବିଶ୍ବାସର ପର୍ବ ହେଉଛି ଏହି ଆଦିବାସୀ ଅଧ୍ୟୁଷିତ ଅଂଚଳ ବଣ, ଜଙ୍ଗଲ ଘେରା ଏକଡାଳି ଗ୍ରାମର ପ୍ରସିଦ୍ଧ ଉଡାପର୍ବ । ଏହି ଉଡା ଯାତ୍ରାକୁ ଦେଖିବାକୁ ଏବଂ ବାବାଙ୍କ ଆଶୀର୍ବାଦ ନେବାକୁ ଆପାଖ ଅଂଚଳରୁ ହଜାର ହଜାର ଭକ୍ତଵୃନ୍ଦ ଛୁଟି ଆସିଥିଲେ ।

 ଏହି ଦିବସରେ ସକାଳୁ ବାଙ୍କବଳ ନଦୀରୁ କଳସରେ ଜଳ ଅଣାଯାଇଥିଲା ।ଗାଁ ର ମାଝୀ ବାବା ନିତ୍ୟାନନ୍ଦ ମାର୍ଣ୍ଡି ବାବାଙ୍କ ପାଖରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ଶଙ୍ଖ , ହୁଳହୁଳି,ଘଣ୍ଟ,ଢୋଲ,ବାଜାରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା । ସେଠାରେ ଢୋଲ,ମାଦଳ,ବାଜାରେ ଆକର୍ଷଣୀୟ ନୃତ୍ୟ କରିଥିଲେ ।ରାସ୍ତା ଉଭୟ ପାର୍ଶ୍ଵରେ ଶହ ଶହ ଶ୍ରଦ୍ଧାଳୁ ଶଙ୍ଖ ହୁଳହୁଳି ରେ ପୂଜା ସ୍ଥଳୀ ପ୍ରକମ୍ପିତ ହୋଇ ଉଠୁଥିଲା।।ବିଶ୍ବାସ ଅଛି ଖଣ୍ଡାପାଟ ଓ କଣ୍ଟା ପାଟ କୁ ଯେଉଁମାନେ ଦେଖନ୍ତି ତାଙ୍କ ମନବାଞ୍ଛା ପୂରଣ ହୋଇଥାଏ ।ପରେ ମନ୍ଦିର ବେଢ଼ା ପରିକ୍ରମା କରି ପାଟଭକ୍ତାମାନେ ବାବାଙ୍କ ଦର୍ଶନ କରି ମନ୍ଦିର ସମ୍ମୁଖ ପଡ଼ିଆରେ ଶୁଭ ଉଡାଖୁଣ୍ଟିରେ ଉଠିଥିଲେ ,ଯାହାକୁ ଦେଖିବାକୁ ଭକ୍ତଵୃନ୍ଦ ଚାତକ ଭଳି ଅନାଇ ଥିଲେ ।

ପାଟ ଭକ୍ତାମାନେ ଉଡିଲାବେଳେ ପୁଷ୍ପ ଓ ଲଡୁ ଭକ୍ତମାନଙ୍କ ଉପରକୁ ଫୋପାଡି ଥାଆନ୍ତି । ଯେଉଁ ମାନେ ତାହା ପାଇଥାନ୍ତି ସେଥିରେ ଘରକୁ ନେଇ ଘରେ ରଖନ୍ତି ।ଘରେ ରଖିଲେ ଧନ, ସମ୍ପତ୍ତି, ସ୍ବାସ୍ଥ୍ୟ ଭଲ ରହେ ବୋଲି ବିଶ୍ବାସ ଅଛି । ବିଭିନ୍ନ ସ୍ବେଛାସେବୀ ସଂଗଠନ ତରଫରୁ ଦହି,ସରର୍ତ,ବେଲପଣା,ପାନୀୟ ଜଳ, ଲେମ୍ବୁପାଣି,ବୁଟ ବଣ୍ଟନ କରାଯାଇଥିଲା । ରାତିରେ ଡ୍ରାମା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଶାନ୍ତି ଶୃଙ୍ଖଳା ସହ ଉଡାଯାତ୍ରା ସଂପନ୍ନ ହୋଇଥିବାରୁ ଏବଂ ସମସ୍ତ ଜନସାଧାରଣ ଓ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ଉଡାଯାତ୍ରା କମିଟିର ସଭାପତି ଭାଦୁ ମାର୍ଣ୍ଡି, ଉପସଭାପତି ଭରତ ଚନ୍ଦ୍ର ମୁର୍ମୁ, ସମ୍ପାଦକ ଲକ୍ଷ୍ମଣ ମାର୍ଣ୍ଡି ସହସମ୍ପାଦକ ତ୍ରିଲୋଚନ ସେଠୀ, ସମେତ କ୍ଲବର ସମସ୍ତ ସଦସ୍ୟ ପ୍ରମୁଖ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆସନ୍ତା ବର୍ଷ ଆହୁରି ଭଲ ରକମର ଉଡାଯାତ୍ରା ପାଳନ ହେବ ବୋଲି କମିଟି ସଦସ୍ୟ ବୃନ୍ଦ କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ପାପ ମୋଚନୀ ଏକାଦଶୀ ପାଳିତ

masiha

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ଚର୍ଚ୍ଚିକା ଠାକୁରାଣୀ ଯାତ୍ରା

Sunil Chandra Nayak

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ: କଟକର ନବରଙ୍ଗ ସଙ୍ଗୀତରେ ଝୁମିଲେ ଦର୍ଶକ ଓ ଭକ୍ତ

Leave a Comment

error: Content is protected !!