ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁଳେରଗୁଡା ଠାରେ ମା ବସ୍ତରେନ ମାଉଲିଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

କୋକସରା,୦୩/୦୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡାଗୁଡା ପଞ୍ଚାୟତ କୁଳେରଗୁଡା ଡଙ୍ଗରିପଡା ଠାରେ ଗ୍ରାମର ଆରାଧ୍ୟ ଦେବି ମାଁ ବସ୍ତରେନ ମାଉଳିଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଗୁରୁବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଗାଁର ପୁଝାରୀ ସଦାନନ୍ଦ ପୁଝାରୀଙ୍କ ଘରୁ ଦେବୀଙ୍କ ଲାଠି, କାଲିସି ଢୋଲ ନାଗରା ସହ ଶୋଭାଯାତ୍ରାରେ ମାଁ ବସ୍ତରେନ ମାଉଲିଙ୍କ ପୀଠକୁ ପହଞ୍ଚିବା ପରେ ଗାଁର ମାଁ ବସ୍ତରେନ ମାଉଲି, ମା ଡାବଝରେନ, ଖଣ୍ଡୁଆଳ, ମା ପେଣ୍ଡ୍ରାଣୀ, ଚଉରିଆ ବୁଢା ଏବଂ ନିମନ୍ତ୍ରିତ ରକ୍ଷାକରି ଧୋବେନ ପଡାର ଦେବୀ ଗଙ୍ଗାଦି, ଗୋତୋମୁଣ୍ଡାର ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି, ସାନ ପୋଡ଼ାଗୁଡାର ମାନ ପୁରିଆଣି ଦେବାଦେବୀଙ୍କ ଲାଠିକୁର୍ସି ଆସି ଯୋଗ ଦେଇଥିଲେ। ପୀଠରେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଦେବତା ଓ ଦେବୀଙ୍କ ଲାଠି କୁର୍ସି ହାଟ ପରିକ୍ରମା କରିଥିଲେ। ସମସ୍ତ ଦେବାଦେବୀ ଏକତ୍ରିତ ହୋଇ ହାଟକୁ ତିନି ଥର ପରିକ୍ରମା କରିବା ସମୟରେ କାଳିସୀମାନେ ହାତରେ ଧରିଥିବା ବିନ୍ତିକୁ ଭକ୍ଷଣ କରିବା ପାଇଁ କହି ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଥିଲା l ଅନେକ ମାନସିକ ଧାରୀ ଭକ୍ତ ମାନେ ନିଜର ମାନସିକ ପୂରଣ ସଦୃଶ୍ୟ କୁକୁଡ଼ା, ବୋଦା ବଳି ଦେଇ ଥିବାବେଳେ ଅଧିକାଂଶ ଭକ୍ତ ନଡ଼ିଆ ଚଢାଇ ପୂଜାର୍ଚ୍ଚନା କରି ଦେବାଦେବୀଙ୍କ ଆଶୀର୍ବାଦ ନେଇଥିଲେ। ମା ବସ୍ତେରେନ ମାଉଲି ପୂଜା କମିଟିର ସଭାପତି ଭୁଜବଳ ଶୋରି , ଉପ ସଭାପତି ବିରଞ୍ଚି ନାଗ, ସମ୍ପାଦକ ଗୁଣଧର ବେଶ୍ରା ତଥା ଗ୍ରାମର ଶିରା କେଶବ ନାଗ, ଗାଁର ଗଣ୍ଡା ନକୁଳ ବାଗ, ନରିଆ କୁଶ ବାଗ, ବିରଞ୍ଚି ନାଗ , ଅନିରୁଦ୍ଧ ବେଶ୍ରା, ଚିତ୍ତରଞ୍ଜନ ଛତ୍ରିଆ, ଗନ୍ତିଆ ନାଗ, କୁମରମଣି ବାଗ, ହରତ ମାଝୀ, ବଳରାମ ନାଏକ, ଶ୍ୟାମଘନ ପୋଡ଼ ଓ ତିଳ ପୋର୍ଟି ପ୍ରମୁଖ ସହଯୋଗ କରିଥିବା ବେଳେ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ରାତ୍ରରେ ନାଟକ ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରାରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କାମାକ୍ଷାଗରରେ ପ୍ରଥମ ପୂଜ୍ୟ ଶ୍ରୀଗଣେଶ ପୂଜା 

Sunil Chandra Nayak

ରାଇରଙ୍ଗପୁର ର ବିଭିନ୍ନ ମଠ ମନ୍ଦିର,ଘରେ ସୁଦଷା ବ୍ରତ ଆନନ୍ଦ ଉଲ୍ଲାସର ସହ ପାଳିତ 

masiha

ସୁନାବେଶରେ ଝଲସିଲେ ଚତୁର୍ଦ୍ଧାମୂର୍ତ୍ତି 

Sunil Chandra Nayak

Leave a Comment

error: Content is protected !!