ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚିଲିଗୁଡା ରେ କଳସ ଶୋଭାଯାତ୍ରା

ଚିଲିଗୁଡା ( , ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଗ୍ରାମର ଶତାଧିକ ମହିଳା ପୁରୁଷ ଏକ ତ୍ରିତ ହୋଇ ଏକ ବିରାଟ କଳସ ଯାତ୍ରାରେ ବାହାରି ନିକଟସ୍ଥ ହାତୀ ନଦୀରୁ ପାଣି ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ ।ସଂକୀର୍ତ୍ତନ ,ଘଣ୍ଟ ଓ ବାଦ୍ୟରେ ପ୍ରହର ମଣ୍ଡପର ଚତୁର ପାର୍ଶ୍ୱ କମ୍ପିଉଠିଥିଲା ।ଏହି ଷୋହଳ ପ୍ରହର ନାମ ଯଜ୍ଞରେ କର୍ତ୍ତା ଭାବରେ ଶ୍ରୀ ପତି ପଟେଲ ଓ ତାଙ୍କ ପତ୍ନୀ ସୁରେଖା ପଟେଲ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିରେ ମୁଖ୍ୟ ପୂଜକ ଭାବରେ ଫକିର ମୋହନ ପାତ୍ର ,ବିରଞ୍ଚି ନାରାୟଣ ବେହେରା ,ଦିଲିପ ପଣ୍ଡା ,ରିତେଶ ରଞ୍ଜନ ପାତ୍ର ଏବଂ ରୂପେଶ କୁମାର ପାଢୀ ଦାୟିତ୍ୱ ତୁଲାଇଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ମାଧବ ପଟେଲ ,ଉପସଭାପତି ଦିଲିପ ପଟେଲ ,ସମ୍ପାଦକ ଦାମୋଦର ପଟେଲ ଓ ସହସମ୍ପ।ଦକ ବେଳସନ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ରେ ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ଚିଲିଗୁଡା ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ ।ଦୁଇ ଦିନ ଧରି ଏହି ଷୋହଳ ପ୍ରହର ନାମ ଯଜ୍ଞ ର ଆୟୋଜନ କରାଯାଇଛି ।ଏଥିରେ ପ୍ରଭୁଙ୍କ ନ।ମ ସଂକୀର୍ତ୍ତନ ଗାନ କରିବା ପାଇଁ ପ୍ରାୟ ୧୦ ଗୋଟି ସଂକୀର୍ତ୍ତନ ଦଳକୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଆଡ଼ମ୍ବର ସହକାରେ ମକର ସଂକ୍ରାନ୍ତି ପାଳିତ

Sunil Chandra Nayak

ମା କାଳୀ ମନ୍ଦିର ପ୍ରତିଷ୍ଠା 

Sunil Chandra Nayak

ଶ୍ରୀ ଶ୍ରୀ ରାଧା କୃଷ୍ଣ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଷୋହଳ ପ୍ରହର ନାମ ଯଜ୍ଞାର୍ଥେ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!