ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଗୋପବନ୍ଧୁ ସେବା ସଂଗଠନ” ପକ୍ଷରୁ ଉତ୍କଳ ଦିବସ ପାଳନ

ଜଗତପୁର:ତା-୦୧/୦୪/-ଜଗତପୁର ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଗୋପବନ୍ଧୁ ସେବା ସଂଗଠନ” ପକ୍ଷରୁ ସମ୍ପାଦକ ମାନସ ପରିଡା ଙ୍କ ଅଧ୍ୟକ୍ଷତାରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀ ରେ ଜଗତପୁର ଗୋଲେଇ ଛକ ଠାରେ ଥିବା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ,ମୁଖ୍ୟବକ୍ତା ଭାବେ ସିଏମସି ଡେପୁଟୀ ମେୟର ଦମୟନ୍ତୀ ମାଝି,ସମ୍ମାନୀତ ଅତିଥି ଭାବେ କଟକ ଅର୍ବାନ ବ୍ୟାଙ୍କ ଡ଼ାଇରେକ୍ଟର ନବକିଶୋର ସ୍ୱାଇଁ, ଓ ଜଗତପୁର ଟ୍ରକ ମାଲିକ ସଙ୍ଘ ସଭାପତି ଦିଲ୍ଲୀପ ଜେନା, ଯୋଗଦେଇ ମଧୁବାବୁଙ୍କ ପରି ସମସ୍ତେ ସ୍ୱାଭିମାନୀ ଓଡ଼ିଆ ହେବାକୁ ଆହ୍ବାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ଉପଦେଷ୍ଟା ପ୍ରମୋଦ ମହାନ୍ତି,ଶିବ ଚରଣ ପ୍ରଧାନ,କୈଳାଶ ଚନ୍ଦ୍ର ଜେନା, କିଶୋର ନାୟକ, ଙ୍କ ସମେତ ବିଳାସ ବିଶ୍ୱାଳ,କବି ବିପଦବନ୍ଧୁ ମହାନ୍ତି, ୠଷି ବେହେରା, ଯୁବନେତା ଅଶୋକ ମିଶ୍ର,କବି ମନୋରଞ୍ଜନ ପଣ୍ଡା,ଜଗତପୁର ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା ,ବସ୍ତୀ ନେତା ଚିତ୍ତରଞ୍ଜନ ମହାନ୍ତି,ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

କଟକ ରୁ ସୁକାନ୍ତ ମହାପାତ୍ରଙ୍କ ଙ୍କ ରିପୋର୍ଟ 

Related posts

ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲରେ ସମାବର୍ତ୍ତନ ଉତ୍ସବ

Sunil Chandra Nayak

ଗାଈ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ ବିଜେପି ଯୁବ ସଂଗଠକ

Sunil Chandra Nayak

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଅନୁମତି ପାଇଁ ଵଡଜାରୀ,ଫୁଲବାଡିଆ ଏବଂ କିତାଵେଡା ଗ୍ରାମବାସୀ ବନଖଣ୍ଡ ଅଧିକାରୀଙ୍କଠାରେ ଦ୍ବାରସ୍ଥ

masiha

Leave a Comment

error: Content is protected !!