ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୁର୍ଷେଲ ରେ ନୂତନ ହାଇସ୍କୁଲ ପ୍ରତିଷ୍ଠା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ପାଟଣାଗଡ ତା 25.05 //ଖୁର୍ଷେଲ ଗ୍ରାମ ପଞ୍ଚାୟତ ର ମୁଖ୍ୟ କାର୍ଯ୍ୟାଳୟ ଖୁର୍ଷେଲ ଗାଁ ଠାରେ “ଦେବାର୍ଚ୍ଚନ କଳାବତୀ ଉଚ୍ଚ ବିଦ୍ୟାଳୟ “ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଙ୍କ କରକମଳରେ ଉକ୍ତ ହାଇସ୍କୁଲ ପାଇଁ ଭିତ୍ତି ପ୍ରସ୍ତର ଅନୁଷ୍ଠିତ ହୋଇଛି । ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ରେ ଏହି ହାଇସ୍କୁଲ ପ୍ରତିଷ୍ଠା ହେବା ଦ୍ୱାରା ଖୁର୍ଷେଲ, ଦେଭୂଇଁ, ଇନ୍ଦପୁର, ଲୁହୁରେଟ, ଖୁଲାଗଡ଼,ବlନ୍ଦନମାଲ, କଲୋନୀ ଗ୍ରାମଗୁଡିକ ର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇପାରିବେ।.ଶିକ୍ଷା ଅଧିକାର ଆଇନ ଅନୁସାରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ ପ୍ରଦାନ କରିବା ନିୟମ ରହିଛି। ଗୋଟିଏ ପଞ୍ଚାୟତ ରେ ଗୋଟିଏ ହାଇସ୍କୁଲ ପ୍ରତିଷ୍ଠା ନିୟମ ମଧ୍ୟ ରହିଛି l ଏହି ପରିପ୍ରେକ୍ଷୀରେ ନୂତନ ଗ୍ରାମପଞ୍ଚାୟତ ଖୁର୍ଷେଲ ରେ ନୂତନ ହାଇସ୍କୁଲ ଅଞ୍ଚଳବାସୀ ଙ୍କ ବହୁଦିନର ଆଶା ଆକାଂକ୍ଷା ପୂରଣ ହେବ ବୋଲି ଅଞ୍ଚଳବାସୀ ଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଛି l ଏହି ମହତ କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବି ଦର୍ପ ଗଞ୍ଜନ ପଟ୍ଟନାୟକ, ଭୂମିଦାତା ନାରାୟଣ ସାହୁ, ସରପଞ୍ଚ ଙ୍କ ପ୍ରତିନିଧି ବଳରାମ ବେହେରା,ଆଇନଜୀବି ଅମିତ ପଟ୍ଟନାୟକ, ଦଶରଥ ଦାଶ,ଚନ୍ଦ୍ରମଣି ଶବର,ଶେଷଦେବ ଧରୁଆ, ସାରଥୀ ବାଗ, ବନମାଳୀ ପୁଟା, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ,ସମସ୍ତ ୱାର୍ଡ ମେମ୍ବର,ଗ୍ରାମ ବାସୀ ଉପସ୍ଥିତ ଥିଲେ।

ପାଟଣାଗଡ ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ସ୍ଵତନ୍ତ୍ର ଅତିଥି ଭାବେ ଲାଲକିଲ୍ଲା ୭୯ତମ ସ୍ଵାଧୀନତା ଦିବସରେ ଯୋଗ ଦେବେ କଳାହାଣ୍ଡିର ପୁଅ। ଭାରତ ସରକାରଙ୍କ ତରଫରୁ ନିମନ୍ତ୍ରିତ ହୋଇଛନ୍ତି ଯୁବ ଲେଖକ ଡିଲେଶ୍ୱର ରଣା

Sunil Chandra Nayak

ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ 

masiha

ପୁରୀ ଚନ୍ଦ୍ରଭାଗା ରେ ଆନ୍ତର୍ଜାତିକ ବାଲୁକା କଳା ପଦର୍ଶନ କରି ଢେଙ୍କାନାଳ ପାଇଁ ଗର୍ବ ଆଣିଲେ ସରୋଜ

masiha

Leave a Comment

error: Content is protected !!