ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସମାଜ ମଙ୍ଗଳ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କୋକସରା,୧/୦୪ – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦାମୋଦର ବିଶ୍ୱାଳଙ୍କ ପଦୋନ୍ନତି ପରେ କୋକସରା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଦୀର୍ଘ ବର୍ଷ ଧରି କୋକସରା ବ୍ଲକରେ ରହି ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବେ ସେ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ। ପଦୋନ୍ନତି ପରେ ତାଙ୍କୁ ଅତିରିକ୍ତ ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବଲାଙ୍ଗିର ସଦରକୁ ବଦଳି ହୋଇଛି। ଶୁକ୍ରବାର କୋକସରା ବିଡ଼ିଓ ଙ୍କ କାର୍ଯ୍ୟାଳୟରେ ବିଡ଼ିଓ ଉତ୍ତମ କୁମାର ବାଗ, ବିଏସଏସଓ ଦୀପକ କୁମାର ବେହେରା, ଏକାଉଣ୍ଟଟେଣ୍ଟ ଅଶୋକ ସେଠି, ମୁଖ୍ୟ କିରାଣୀ ଅଚ୍ୟୁତାନନ୍ଦ ନାଗ, କନିଷ୍ଠ ଯନ୍ତ୍ରୀ ଅଜୟ ସେନାପତି, ସୁକାନ୍ତ ବେହେରା, କେସିୟର ରାଜୀବ ନାଏକ, ଜିପିଇଓ ନାରାୟଣ ଭୋଇ, ପିଇଓ ବିରଞ୍ଚି ଖର୍ସେଲ, ମାନସ ରଞ୍ଜନ ରାଉତ ଓ ବ୍ଲକର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କୃଷି ସମୀକ୍ଷା କେନ୍ଦ୍ର, ମିଲେଟ ଶକ୍ତି କାଫେ ଓ ଶିଶୁ ସନ୍ତାନ ମାନଂକ ପାଇଁ ଏକ creche ‘କଳିକାର ଉଦଘାଟନ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ହେଲେ ନରସିଂ ନାଥ ତ୍ରିପାଠୀ

Sunil Chandra Nayak

ଯାଜପୁର ଜିଲ୍ଲାପାଳଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!