ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଶିଳ୍ପସଂଘ ପକ୍ଷରୁ ଉତ୍କଳ ଦିବସ ପାଳିତ

ପବିତ୍ର ଉତ୍କଳ ଦିବସ ରାଜ୍ୟର କୋଣ ଅନୁକୋଣରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି | ଏହିକ୍ରମରେ ଜଗତପୁର ନୂତନ ଶିଳ୍ପାଞ୍ଚଳସ୍ଥିତ ଓଡ଼ିଶା ଶିଳ୍ପସଂଘ ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି | ଓଡିଶା ଶିଳ୍ପ ସଂଘର ଅଧ୍ୟକ୍ଷ ଅବନୀ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭତ୍ତୃହରି ମହତାବ ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଆଜିର ସମାଜରେ ଓଡିଆ ଭାଷାର ସ୍ଥିତି ଏକ ଘଡିସନ୍ଧି ମୂହୁର୍ତ୍ତରେ ଗତି କରୁଥିବା ସହ ଓଡିଶାରେ ବାସ କରୁଥିବା ସମସ୍ତ ଓଡିଶାବାସୀ ଭାଷା ପ୍ରତି ସଜାଗ ରହିଲେ ଏହି ଭାଷା ଆଗକୁ ଯିବ ବୋଲି ମତବ୍ୟକ୍ତ କରିଥିଲେ |ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ଡା.ଧର୍ମବ୍ରତ ମହାପାତ୍ର ଯୋଗଦେଇ ଯଦି ଓଡିଶା ଭଳି ଗୋଟିଏ ଗରିବ ରାଜ୍ୟର ଲୋକମାନଙ୍କର ଆୟବୃଦ୍ଧି ହୁଏ ସେମାନେ ଧିରେଧିରେ ଅନ୍ୟ ଭାଷା ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି କହିଥିଲେ | ସମ୍ମାନୀତ ଅତିଥି ଭାବେ ବ୍ୟାଙ୍କ ଅଫ୍ ବରୋଦା ପରିଚାଳନା ଅଧିକାରୀ ରମେଶ କୁମାର ମହାନ୍ତି ପ୍ରମ୍ମୁଖ ଯୋଗଦେଇ ଉତ୍କଳ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ | ସଂଘର ସଭାପତି ଶୁସାନ୍ତ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଘର ସାଧାରଣ ସମ୍ପାଦକ ଗୌରଗୋପାଳ ସେନ୍ ମଞ୍ଚ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମକୁ ରାଜେଶ କାନୁନଗୋ, ରମାବଲ୍ଲଭ ନାୟକ, ବିନୋଦ ଭୁତ୍,କିଶୋର ମହାନ୍ତି, ଦେବେନ୍ଦ୍ର ଶର୍ମା, ଅଜୟ ପଣ୍ଡା,ବିକାଶ ମହାପାତ୍ର, ରୁଦ୍ରନାରାୟଣ ଆଚାର୍ଯ୍ୟ, ଦେବେନ ରାୟ, ରେଶମା ଦାସ,ପ୍ରିୟନାଥ ମହାନ୍ତି, ବିଭୁଦତ୍ତ ସାମନ୍ତରାୟ, ପ୍ରଶାନ୍ତ ମହାପାତ୍ର, ଶୁଭ୍ରକାନ୍ତ ପଣ୍ଡା, ଅଶୋକ ସାହୁ, ଅନିରୂଦ୍ଧ ପୁହାଣ, କୌଶିତ୍ ଗରାବଡୁ ଓ ବିପିନ ଦଣ୍ଡପାତ୍ ପ୍ରମ୍ମୁଖ ପରିଚାଳନା କରିଥିଲେ | ଶେଷରେ ଶିଳ୍ପସଂଘ ଉପସଭାପତି ପୁଷ୍ପା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ |

କଟକ ରୁ ସୁକାନ୍ତ ମହାପାତ୍ରଙ୍କ ରିପୋର୍ଟ

Related posts

ଶିକ୍ଷକ ସଂଘ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବିପତ୍ର

Sunil Chandra Nayak

49 ତମ ଦୁର୍ଗା ପୂଜା ଉପଲକ୍ଷେ କେନ୍ଦୁମୁଣ୍ଡି ରେ ଡ୍ୟାନ୍ସ ଧମାକା 

Sunil Chandra Nayak

Leave a Comment

error: Content is protected !!