ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଡାଲଗୁଡା ମନ୍ଦିର କମିଟି ପକ୍ଷରୁ ଭକ୍ତି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ

ପଡାଲଗୁଡା ମନ୍ଦିର କମିଟି ପକ୍ଷରୁ ଭକ୍ତି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ

ନବରଙ୍ଗପୁର:(୧୯|୧୦)(ରବି ନାରାୟଣ ମହାନ୍ତି)ଶାରଦୀୟ ନବରାତ୍ରୀ ଅବସରରେ ପଡାଲଗୁଡାସ୍ଥିତ ଶ୍ରୀଶ୍ରୀଶ୍ରୀ ମା’ ମହାମୟୀ ମନ୍ଦିର ସମ୍ମୁଖ ପଡ଼ିଆରେ ମନ୍ଦିର କମିଟି ପକ୍ଷରୁ ଭକ୍ତି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଟେଲିଫିଲ୍ମ ନିର୍ଦ୍ଦେଶକ ତଥା ଜିଲ୍ଲା କ୍ରୀଡ଼ା ସଂଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ମନ୍ଦିର ପରିଚାଳନା କମିଟିର ମୁଖ୍ୟ ବାଲ୍ୟ ଭଟ୍ଟ ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଆଗାମୀ ଦିନରେ ମନ୍ଦିର ପ୍ରାଙ୍ଗଣରେ ହରିହାଟ ଆୟୋଜନ ପାଇଁ ଯଥାସାଧ୍ୟ ସହଯୋଗ କରିବେ ବୋଲି ବିଧାୟକ ଶ୍ରୀ ମାଝୀ ନିଜ ଅଭିଭାଷଣରେ ପ୍ରତିଶ୍ରୁତି ଦେଇଥିଲେ। ମଣ୍ଡେଇ ଡେନ୍ସ ଗୃପ ଦଳର ମୁଖ୍ୟ ଅଶୋକ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଜନ ଓ ନୃତ୍ୟ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଟ ଅଧିବକ୍ତା ଶ୍ରୀକାନ୍ତ ପଣ୍ଡା ଏକ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ସାଜିଥିଲା lନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସମ୍ପାଦଜ ଚୁମୁକି କିନ୍ନର ସମେତ ଅନ୍ୟ କିନ୍ନର ମାନଙ୍କ ମା ଦୂର୍ଗା ଙ୍କ ଅବତାର ସହ ବରିଷ୍ଠ ଗାୟକ ଅଶୋକ ପାତ୍ର ଏବଂ ତାଙ୍କ ଦଳ ଦ୍ଵାରା ଉଭୟ ଭଜନ ସହ ନୃତ୍ୟ ପରିବେଷଣ । ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସମ୍ପାଦକ ଚୁମୁକି କିନ୍ନରଙ୍କ ସମେତ ଅନ୍ୟ କିନ୍ନର କଳାକାରମାନେ ମା’ ଦୁର୍ଗାଙ୍କ ବିଭିନ୍ନ ଅବତାରରେ ସଜ୍ଜିତ ହୋଇ ନୃତ୍ୟ ପରିବେଷଣ କରିଥିଲେ। ବରିଷ୍ଠ ଗାୟକ ଅଶୋକ ପାତ୍ର ଓ ତାଙ୍କ ଦଳ ଭଜନ ସହ ନୃତ୍ୟ ପ୍ରଦର୍ଶନ କରିଥିଲେ। ଜିଲ୍ଲାର ଅନେକ ନୂତନ ପ୍ରତିଭାଙ୍କୁ ଶ୍ରୀ ପାତ୍ର ପ୍ରଥମଥର ପାଇଁ ମଞ୍ଚରେ ସୁଯୋଗ ଦେଇଥିଲେ। ପ୍ରାରମ୍ଭରେ ମନ୍ଦିର କମିଟି ପକ୍ଷରୁ ବରିଷ୍ଟ ସଦସ୍ୟ ଆଇ. ରାବଣ ମୂର୍ତ୍ତି ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। କାର୍ଯ୍ୟକ୍ରମରେ ନୀର ଭଟ୍ଟ, ରାମକୃଷ୍ଣ ରଥ, ସଦାଶିବ, ସୁବାସ, ମନ ବୈରାଗୀ, ସାଗର ପଟ୍ଟନାୟକ, ଚନ୍ଦନ ପଟ୍ଟନାୟକ, ଶ୍ୟାମ ଦାସ, ସୁରେଶ, ମୁକୁନ୍ଦ ଦାସିଆ, ଗୁପ୍ତ ମାଝୀ, ବାବୁଲା ଗୁରୁ, ଧନପତି, ରାଜେଶ ପୂଜାରୀ, ମଣ୍ଟୁ ବିଶୋୟୀଙ୍କ ସମେତ ମନ୍ଦିର କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଦର୍ଶକ ଉପସ୍ଥିତ ଥିଲେ।

ନଵରଙ୍ଗପୁର ଜିଲ୍ଳାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପାପଡ଼ାହାଣ୍ଡ ୧୨ ଘଣ୍ଟା ବନ୍ଦ 

masiha

ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ଗ୍ରାମ ର ଓଏଏସ ରଶ୍ମି ରଞ୍ଜନ ପୁଜାରୀ ଙ୍କୁ ମନ୍ତ୍ରୀ ଓ ସାଂସଦ ଙ୍କ ପକ୍ଷରୁ ଭବ୍ୟ ସମର୍ଦ୍ଧନା 

Sunil Chandra Nayak

କର୍ଲ।କୋଟରେ ଶନିଶ୍ଚର ମେଳା ଉଦଯାପିତ

Leave a Comment

error: Content is protected !!