ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆ ଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା ୧୯.୦୬.୨୦୨୫ ରିଖ ଗୁରୁବାର ସକାଳ ୧୨.୦୦ ସମୟରେ ସ୍ଥାନୀୟ ଗୌଡଖିଲମ ଗ୍ରାମ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ମୌଳିକ କର୍ତ୍ତବ୍ୟ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡ ବାର ଆସୋସିଏସନର ଆଇନଜୀବି ଦେବରାଜ ନାୟକ, ତାଡମା ଗ୍ରାମ ପଞ୍ଚାୟତର ର ସମିତି ସଭ୍ୟ, ଗୌଡଖିଲମ ଗ୍ରାମ ର ଶିକ୍ଷକ ଓ ଗ୍ରାମବାସୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ନାଗରିକ ମାନଙ୍କର ମୌଳିକ କର୍ତ୍ତବ୍ୟ ଉପରେ ଗ୍ରାମବାସୀ ମାନଙ୍କୁ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ I ପରିଶେଷରେ ନିଜର ବକ୍ତବ୍ୟରେ ବିଭିନ୍ନ ପ୍ରକାର ଆଇନ ଯଥା: ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଅନ୍ଧ ବିଶ୍ୱାସ ଉପରେ ମଧ୍ୟ ଗ୍ରାମବାସୀ ମାନଙ୍କୁ ସଚେତନ କରିଥିଲେ I ସେହିପରି ଉପସ୍ଥିତ ଥିବା ଆଇନଜୀବି ଦେବରାଜ ନାୟକ ନିଜର ବକ୍ତବ୍ୟରେ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ନିଜର ବକ୍ତବ୍ୟରେ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ସମସ୍ତ ଜନସାଧାରଣ ମାନଙ୍କୁ ଅବଗତ କରାଇଥିଲେ I କାର୍ଯ୍ୟକ୍ରମ ପରିଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣକାରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଗୌଡଖିଲମ ଗ୍ରାମ ର ଗ୍ରାମବାସୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଇରଙ୍ଗପୁରରେ ଏକତା ଦୌଡ

Sunil Chandra Nayak

୪୨ ମୌଜା ଗୌରବ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ନାୟକ ଏବଂ ସମାଜସେବୀ ସଦାଶିବ ତ୍ରିପାଠୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

ମନ ମୋହିନେଲେ ମୋହିନୀ “ମା”

masiha

Leave a Comment

error: Content is protected !!