ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଦନା ରେ ବିକାଶ ବାହନ ଯାତ୍ରା 

ମେଦନା ରେ ବିକାଶ ବାହନ ଯାତ୍ରା 

ଡାବୁଗାଁ, ୧୯/୬ (ମ.ନି.ସ.)- ଓଡିଶା ସରକାରଙ୍କ ଦ୍ଵାରା ସ୍ଥିରୀକୃତ ବିକାଶ ବାହନ ଯାତ୍ରା ଗୁରୁବାର ମେଦନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ପୁର୍ବତନ ସାଂସଦ ପର୍ଶୁରାମ ମାଝୀ , ସମ୍ମାନୀୟ ଅତିଥି ବ୍ଲକ ଅଧ୍ୟକ୍ଷା ଵୀଣା ମାଝୀ , ସରପଞ୍ଚ ସୁମିତ୍ରା ମାଝୀ, ଭାଜପା ର ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ନରେଶ ସିଂ, ନରୁ ସିଂ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଯୋଗାଣ ନିରିକ୍ଷକ ସିପ୍ରା ସାମଲ, ଅଙ୍ଗନୱାଡି ସୁପରଭାଇଜର , ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ , ମେଦନା ରାଜସ୍ୱ ନିରିକ୍ଷକ ଅମିତ ଭକ୍ତ , ବିପିସି ଆରଏଚ ଯୋଗେନ୍ଦ୍ର ମାଝି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏଡି ପ୍ରସାଦ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ସମେତ ବିଭିନ୍ନ ବିଭାଗୀୟ ଅଧକାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଗ୍ରାମର ଭଦ୍ର ବ୍ୟକ୍ତି ଓ ଜନପ୍ରତିନିଧି ଏବଂ ଗ୍ରାମବାସି ମାନେ ଉପସ୍ଥିତ ଥିଲେ । ଏଥିରେ ସରକାର ଙ୍କ ବିଭିନ୍ନ ବିଭାଗରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ଏଲଇଡି ମାଧ୍ୟମରେ ଅବଗତ କରାଯାଉଛି | ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ଚାଲିଥିବା ସରକାର ଙ୍କ ଜନହିତକର ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ |ଏଥିରେ ଜବ୍ କାର୍ଡ , ୫ ଜଣ ହିତାଧୀକାରୀ ଙ୍କୁ ପେନସନ କାର୍ଡ ଓ ଅନ୍ତଦୟ ଗୃହ ଯୋଜନା ରେ ୫ ଜଣ ହିତାଧୀକାରୀ ଙ୍କୁ କାର୍ଯ୍ୟପତ୍ର ବଣ୍ଟନ କରାଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାଧାରଣ ଜନତା ଙ୍କ ପାଇଁ ସାଇବର ସୁରକ୍ଷା ସଚେତନା କାର୍ଯ୍ୟ କ୍ରମ 

Sunil Chandra Nayak

୨ ନମ୍ବର ଜୋନ୍ ସରପଞ୍ଚ ସଂଘର ୭ ତମ ବୈଠକ ଅନୁଷ୍ଠିତ

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Leave a Comment

error: Content is protected !!