ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶକ୍ତି ଭବନରେ ଚୈତନ୍ୟ ଦେବୀଙ୍କ ଝାଙ୍କି ଦର୍ଶନ କରି ବିମୋହିତ ଶ୍ରଦ୍ଧାଳୁ 

ଶାନ୍ତି ଶକ୍ତି ଭବନରେ ଚୈତନ୍ୟ ଦେବୀଙ୍କ ଝାଙ୍କି ଦର୍ଶନ କରି ବିମୋହିତ ଶ୍ରଦ୍ଧାଳୁ 

ଆସିକା : (୨୧/୧୦/୨୬) (ଶିବ ଶଙ୍କର ମିଶ୍ର ) ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଆସିକାସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶାନ୍ତି ଶକ୍ତି ଭବନ ପରିସରରେ ଚୈତନ୍ୟ ଦେବୀଙ୍କ ମନୋରମ ଝାଙ୍କି ପ୍ରଦର୍ଶିତ ହୋଇ ଯାଇଛି । ଏହି ଆଧ୍ୟାତ୍ମିକ ଓ ଭକ୍ତିମୟ କାର୍ଯ୍ୟକ୍ରମ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥିଲା।

ଶାନ୍ତି ଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଦିଦିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ଆସିକା ବାର୍ ଆସୋସିଏସନର ପୂର୍ବତନ ସଭାପତି ସୁଧାଂଶୁ କୁମାର ପଣ୍ଡା, ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଏ. ଯୁଧିଷ୍ଠିର ଦୋରା , ଆସିକା ଚିନିଶିଳ୍ପର ପର୍ଚେଜ୍ ଅଫିସର ବ୍ରହ୍ମାକୁମାର ଅସିତ୍ ଭାଇ ଏବଂ ଚିନ୍ମୟ ମିଶନର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ଗୁପ୍ତl ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଚୈତନ୍ୟ ଦେବୀଙ୍କ ଝାଙ୍କି ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମାଜକୁ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରୁଛି। ମନୁଷ୍ୟ ନିଜ ଭିତରେ ଥିବା ଆସୁରି ପ୍ରବୃତ୍ତିକୁ ତ୍ୟାଗ କରି ଦୈବୀଗୁଣ ଓ ଉତ୍ତମ ସଂସ୍କାର ଧାରଣ କଲେ ଏକ ଆଦର୍ଶ ସମାଜ ଗଠନ ସମ୍ଭବ ହୋଇପାରିବ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦୈବୀଗୁଣର ବିକାଶ ହିଁ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ ସନ୍ଦେଶ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରୋଜେକ୍ଟର୍ ଶୋ’ ମାଧ୍ୟମରେ ଭାରତୀୟ ପୌରାଣିକ ପରମ୍ପରା ଓ ଆଧ୍ୟାତ୍ମିକ ତତ୍ତ୍ୱର ସୁନ୍ଦର ଉପସ୍ଥାପନା କରାଯାଇଥିଲା। ଏଥିସହ ବିଭିନ୍ନ ନୃତ୍ୟ,ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା। ଚୈତନ୍ୟ ଦେବୀଙ୍କ ଜୀବନ୍ତ ଝାଙ୍କି ଓ ଆକର୍ଷଣୀୟ ସାଜସଜ୍ଜା ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏହି ଅବସରରେ ଶାନ୍ତି ଶକ୍ତି ଭବନ ପରିସରରେ ପ୍ରବଳ ଜନସମାଗମ ହୋଇଥିଲା। ଆସିକା ସହର ଓ ଆଖପାଖ ଅଞ୍ଚଳର ହଜାର ହଜାର ଭାଇଭଉଣୀ ଏହି ଭକ୍ତିମୟ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଚୈତନ୍ୟ ଦେବୀଙ୍କ ଝାଙ୍କି ଦର୍ଶନ କରିବା ସହ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ।

Related posts

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

Sunil Chandra Nayak

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ମ୍ୟୁଜିକ୍ ସର୍କଲରେ ବିଜୟା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!