ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

ଡାବୁଗାଁ, ୬/୪ (ମ.ନି.ସ.)- ରବିବାର ଅପରାହ୍ନରେ ରାମ ନବମୀ ଉପଲକ୍ଷେ ନବରଙ୍ଗପୁର ଜିଲା ଡାବୁଗାଁ ରେ ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ମାଁ ଠାକୁରାଣୀ ମନ୍ଦିରରେ ଏକତ୍ରିତ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଜୟ ଶ୍ରୀରାମ ଧ୍ୱନି ଦେଇ ଡାବୁଗାଁ, ନୂଆଗୁଡା, ଡ଼ଙ୍ଗରିଗୁଡା ଓ ଜୟନ୍ତୀନଗର ପରିକ୍ରମା କରି ମୁଖ୍ୟ ଛକରେ ଥିବା ମାଁ ତାରିଣୀ ମନ୍ଦିର ସମ୍ମୁଖରେ ପହଞ୍ଚି ଥିଲେ | ଏହି ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଡାବୁଗାଁ ବଜାର ଓ ଗ୍ରାମ | ମଧ୍ୟାନ୍ନରେ ଡାବୁଗାଁ ଗ୍ରାମବାସୀ ମାନଙ୍କ ତରଫରୁ ମା ତାରିଣୀ ମନ୍ଦିର ଛକ ନିକଟରେ ଅନ୍ନ ପ୍ରସାଦ ସେବନ ଶ୍ରଦ୍ଧାଳୁ, ପଥଚାରୀ ମାନଙ୍କୁ ବଣ୍ଟନ କରଯାଇଥିଲା | ଏହି ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝି ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ | ଏହି ଶୋଭାଯାତ୍ରାରେ ଦିବ୍ୟରଞ୍ଜନ ରାୟପାତ୍ର, ଭଗବାନ ମହାନ୍ତି, ଏ. ଶିବପ୍ରସାଦ, ସଞ୍ଜୟ ଶତପଥୀ, ସୁରେଶ ଚନ୍ଦ୍ର ବେହେରା, ଶୁଭଜିତ ପାଣିଗ୍ରାହୀ ଙ୍କ ବହୁ ଯୁବକ ଓ ଗ୍ରାମବାସୀ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ବନ୍ଦେ ମାତରଂ ଧ୍ବନିରେ ହରିର ତ୍ରିରଙ୍ଗା ବିଶାଳ ଶୋଭାଯାତ୍ରା

Sunil Chandra Nayak

ରାହୁଲ ଗାନ୍ଧିଙ୍କ ୫୫ତମ ଜନ୍ମ ଦିବସ ପାଳନ 

masiha

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ 

Sunil Chandra Nayak

Leave a Comment

error: Content is protected !!