ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂତଙ୍କ ବାସଗୃହ ପାଇଁ ତତ୍ପର ଭୁବନ ପ୍ରଶାସନ/କୋମଳମତି ଶିଶୁଙ୍କ ଘର ଗଛତଳ

କାମାକ୍ଷାନଗର (ମନିସ )04.05.2023 // ଗ୍ରାମାଞ୍ଚଳ ଓ ସହରାଞ୍ଚଳର କୋମଳମତି ଶିଶୁଙ୍କ ଉଜ୍ବଳ ଭବିଶ୍ୱତ ପାଇଁ ସରକାର ଅନେକ ଯୋଜନା କରିଛନ୍ତି ।ତନ୍ମଧ୍ୟରୁ କୁନିକୁନି ପିଲାମାନଙ୍କ ପାଇଁ ନିର୍ମାଣ ହୋଇଛି ଲକ୍ଷାଧିକ ଟଙ୍କାର ଅଙ୍ଗନଓ୍ବାଡି କେନ୍ଦ୍ର l ଯେଉଁଠାରେ ଶିଶୁ ଖେଳିକୁଦି ପାଠ ପଢିବା ସହିତ ପୃଷ୍ଟିକର ଖାଦ୍ୟ ମଧ୍ୟ ଖାଇପାରିବ । କିନ୍ତୁ ଭୁବନ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି କେତୋଟି ଭୂତ ଅଙ୍ଗନୱାଡ଼ି କେନ୍ଦ୍ର l ଏକ ବର୍ଷ ହେଲା କେନ୍ଦ୍ରରେ ଝୁଲୁଛି ତାଲା ।ତେବେ କାହିଁକି ତାଲା ଝୁଲୁଛି କଣ ରହିଛି ଭୂତ ଅଙ୍ଗନୱାଡ଼ି ର ସତ୍ୟତା ଆସନ୍ତୁ ଦେଖିବା ଢେଙ୍କାନାଳ ଜିଲ୍ଲା ଭୁବନରୁ ଏହି ରିପୋର୍ଟ ।

ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ଦଧିସିଙ୍ଗା ଗ୍ରାମ । ଗ୍ରାମରେ ବସବାସ କରନ୍ତି ଚାଳିଶରୁ ଉର୍ଦ୍ଧ୍ବ ଶବର ଜାତିର ଅଧିବାସୀ । ଆଜକୁ ଚାରି ପାଞ୍ଚ ବର୍ଷ ହେବ ସାତ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଅଙ୍ଗନଓ୍ବାଡି କେନ୍ଦ୍ର । ସବୁକିଛି ଖଞ୍ଜାଯାଇଛି ବିଦ୍ୟୁତ୍, ପାଣି ଟାଙ୍କି, ପାଣି ପାଇପ ଓ ଶୌଚାଳୟ ଗୃହ । କିନ୍ତୁ ତାହା ଶିଶୁ ମାନଙ୍କ ପାଇଁ ନୁହଁ ,ନିଜର ବ୍ୟାଙ୍କ ବାଳନ୍ସ ପାଇଁ । ନାଁ ଆସୁଛି ପାଣି, ନାଁ ଜଳୁଛି ବିଜୁଳିବତୀ । କେନ୍ଦ୍ରଟି ଏକ ବର୍ଷ ନପୁରୁଣୁ ଘର କାନ୍ଥ ଫାଟି ଆଁ କଲାଣି । ଘରର ଚଟାଣ ମାଟି ତଳକୁ ଦବି ଗଲାଣି । ଏସକ୍ରାଂନ୍ତରେ କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ଭୁବନ ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଜଣାଇବା ପରେ ,ସଙ୍ଗେ ସଙ୍ଗେ କେନ୍ଦ୍ରକୁ ତାଲା ପକାଇବା ସହିତ ପିଲାଙ୍କୁ ଅନ୍ୟତ୍ର ପଢ଼ାଇବା ପାଇଁ ପ୍ରତିକ୍ରିୟା ଦେଇଥିଲେ ଅଙ୍ଗନୱାଡି କର୍ମୀ l

କେବଳ ଏହି ଗୋଟିଏ ରେ କଥା ସରିନାହିଁ, ଆସନ୍ତୁ ଦେଖିବା ଭୁବନ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧୨ ର ଅଙ୍ଗନୱାଡି କେନ୍ଦ୍ର ନମ୍ବର ୪୩ କୁ ।ଏହାର ଅବସ୍ଥା ଦେଖିଲେ ଆପଣ ବି କହିବେ ଧନ୍ୟ ସେ ଯନ୍ତ୍ରୀ ଏବଂ ଧନ୍ୟ ସେ ଠିକାଦାର୍ l ଏଠି ମଧ୍ୟ କେନ୍ଦ୍ରଟି ଏକବର୍ଷ ନପୁରୁଣୁ କବାଟରେ ଝୁଲୁଛି ତାଲା । ପାଣି, ବିଦ୍ୟୁତ୍, ପାଇପ କିଛି ଖଞ୍ଜା ହୋଇନି । କାନ୍ଥ, ଛାତ, ବରଣ୍ଡା ସବୁ ଫାଟି ଆଁ କରିଛି । କେତେବେଳେ ଯେ ଘରଟି ଭୁଶୁଡ଼ି ପଡ଼ିବ ତାହା ମଧ୍ୟ କହିବା ସମ୍ଭବ ନୁହଁ ।

 ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଅଙ୍ଗନୱାଡ଼ି କେନ୍ଦ୍ରର ଦିଦି ଆଜକୁ ପାଞ୍ଚ ବର୍ଷ ହେବ ନିଜ ଘରେ ପାଠ ପଢାଇବା ସହିତ ଘରେ ରୋଷେଇ କରି ମଧ୍ୟ ପିଲାଙ୍କୁ ଖାଦ୍ୟ ଦେଉଛନ୍ତି। ତେବେ ସରକାର ଏତେ ଟଙ୍କା ବ୍ୟୟରେ ନିର୍ମାଣ କରୁଥିବା କେନ୍ଦ୍ର ଗୁଡିକ ଗୋଟିଏ ବର୍ଷ ମଧ୍ୟ ପୂରଣ କରିପାରୁନାହିଁ କିଭଳି । ପ୍ରଶ୍ନ ଏତିକିରେ ସରିନାହିଁ, ଜୈନିକ ଯନ୍ତ୍ରୀ ଏବଂ ଠିକାଦାରଙ୍କ ବାସ ଗୃହ କୁ ଏହି ଭଳି ନିର୍ମାଣ କରିଛନ୍ତି , କଣ ସେମାନଙ୍କ ଘର ମଧ୍ୟ ବର୍ଷକୁ ଥରେ ନିର୍ମାଣ ହେଉଛି ,ନା ନିଜ ବାସ ଗୃହ ତିଆରି ହେବାର ବର୍ଷକ ମଧ୍ୟରେ ଘରେ ଲଗାଯାଇଥିବା ରଙ୍ଗ ମଧ୍ୟ ନଷ୍ଟ ହେବନି କିନ୍ତୁ ଅଙ୍ଗନୱାଡ଼ି ଘର ହେଉଛି ସରକାରୀ । ସେଇଟା ଗୋଟିଏ ବର୍ଷ ଯାଉ କିମ୍ବା ତିଆରି ହେବାର ପରଦିନ ଭୁଶୁଡ଼ି ପଡୁ ଆମର ଯାଏ ଆସେ କଣ , ସେଥିରେ ଶିଶୁ ମାନେ ପଢନ୍ତୁ ଅବା ଭୂତ ପିଶାଚ ରୁହନ୍ତୁ ସେଥିରେ ଆମର ଯାଏ ଆସେ କିଛି ନାହି । ଯେତେ କମ୍ ଖର୍ଚ୍ଚରେ କାମ କରିଦେଇ ଆଉ ସବୁ ବ୍ୟାଙ୍କ୍ ବାଲାନ୍ସ କୁ ଯାଉ । ଏଭଳି ଏକ ଦୁର୍ନୀତିର ତଦନ୍ତ କରିବ କିଏ । ତେବେ ଏସଙ୍କ୍ରାନ୍ତରେ ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ଖୁବଶିଘ୍ର ଆରସିଡିସି, ତଦନ୍ତକାରୀ ଅଧିକାରୀଙ୍କ ସହିତ ଆଲୋଚନା ଓ ସର୍ଭେ ରିପୋର୍ଟ ଅନୁଯାଇ ସମସ୍ୟାର ସମାଧାନ କରିବା ସହିତ ଦୋଷୀକୁ ବିରୋଧରେ ଉଚିତ୍ ପଦକ୍ଷେପ ନିଆଯିବା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଭୁବନ ବିଡିଓ କଲ୍ୟାଣ ସୌରଭ ଦାଶ ।

ତେବେ ଏହି ଦୁଇଟି ନୁହଁ ,ଭୁବନ ବ୍ଲକ ରେ ଆଉ ୧୧ ଟି ଅଙ୍ଗନୱାଡ଼ି କେନ୍ଦ୍ର ବର୍ତ୍ତମାନ ଭୂତକୋଠି ଅବସ୍ଥାରେ l ଦେଖିବାକୁ ବାକି ରହିଲା ଏହି ମହା ଦୁର୍ନୀତି ର ତଦନ୍ତ କଣ ସଠିକ୍ ଭାବରେ ହୋଇ ଦୋଷୀକୁ ଉଚିତ୍ ଦଣ୍ଡ ମିଳିପାରିବ l ଅବା ଏହା ମଧ୍ୟ ଫାଇଲ୍ ତଳେ ଚାପି ହୋଇ ରହିଯିବ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସୁଧୁରିବ ରାଇରଙ୍ଗପୁରରର ଦିର୍ଘବର୍ଷର ମହାସ୍ନାନ ସମସ୍ୟା  ସାଂସଦ ନବ ମାଝୀଙ୍କ ଦ୍ୱାରା ରାଇରଙ୍ଗପୁର ପୌରପାଳିକାର ଠାରେ ବର୍ଷା ଜଳ ନିଷ୍କାସନ ପାଇଁ ମହାନାଳ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ଯାସ

ନୂଆପଡ଼ାରେ କୃଷି ଓ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ,ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ସାରସଗୁଡା ଗାଁ ବସ୍ତି ରାସ୍ତା ଶୋଚନୀୟ , ଗାଁକୁ ନାହିଁ ପକା ରାସ୍ତା ଅସରାଏ ବର୍ଷା ଆସିଲେ ବଢୁଛି ଦୁର୍ଦଶା 

Sunil Chandra Nayak

Leave a Comment

error: Content is protected !!