ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଚାଳିତ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ଟ୍ରାକ୍ଟର ଚାଳିତ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

୧୪/୦୮/୨୦୨୪ // ସେମିଲିଗୁଡା // ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT) ଓ ଏକ୍ରିସାଟ (ICRISAT), ହାଇଦ୍ରାବାଦର ମିଳିତ ପ୍ରୟାସରେ କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଅନ୍ତର୍ଗତ ମୁଖିବିଡ଼େଇ ଗ୍ରାମଠାରେ, ତା ୧୪/୦୮/୨୦୨୪ ଦିନ, ଟ୍ରାକ୍ଟର ଚାଳିତ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରା ଯାଇଥିଲା । ସମ୍ପ୍ରତି ଏହି ଅଞ୍ଚଳରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (RKVY) ପ୍ରକଳ୍ପ ମୁରୋ ମାଧ୍ୟମରେ ଓୟୁଏଟି ଓ ଏକ୍ରିସାଟ ତରଫରୁ ବିଭିନ୍ନ ପୃଷ୍ଟିଶସ୍ୟର ଉତ୍ପାଦନ ବୃଦ୍ଧିପାଇଁ ଗବେଷଣା ଜାରି ରହିଛି । ଓୟୁଏଟି ଅଧିନସ୍ଥ ସର୍ବ ଭାରତୀୟ ସମନ୍ୟୁତ କୃଷି ଯନ୍ତ୍ରପାତି ଗବେଷଣା ପ୍ରକଳ୍ପ ତରଫରୁ ଏକ ଟ୍ରାକ୍ଟର ଚାଳିତ ନଅ ଧାଡିଆ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରା ଯାଇଥିଲା । ଏହା ଦ୍ଵାରା ଏକ ଘଣ୍ଟାରେ ଏକ ଏକର ଜମିରେ ଏକର ପିଛା ୩ କେ॰ ଜି॰ ବିହନ ଧାଡିରେ ବୁଣାଯାଇ ପାରିବ । ଏତଦ ବ୍ୟତୀତ ଏକ୍ରିସାଟ ତରଫରୁ ପ୍ରଦଶିତ ଟ୍ରାକ୍ଟର ଚାଳିତ ଚାରିଧାଡ଼ିଆ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ର ସାହାଯ୍ୟରେ ଏକର ପିଛା ୨ କେ॰ ଜି॰ ବିହନ ଓ ଏକ ଘଣ୍ଟାରେ ଏକ ଏକର ଜମିରେ ବୁଣା ଯାଇ ପାରୁଛି । 

 ଧାଡିରେ ଯାନ୍ତ୍ରିକ ପ୍ରଣାଳୀରେ ମଞ୍ଜିବୁଣିବା ଦ୍ଵାରା ଜମିରେ ସଠିକ ଗଛ ସଂଖ୍ୟା ରହି ଥାଏ ଓ ଉତ୍ପାଦନ ବଡିବାରେ ସହାୟକ ହୁଏ । ପାରମ୍ପାରିକ ପଦ୍ଧତି ତୁଳନାରେ, ଏହି ପ୍ରଣାଳୀରେ କମ ଖର୍ଚରେ, କମ ସମୟରେ କମ ପରିଶ୍ରମରେ ମଞ୍ଜି ବୁଣା କାମ କରା ଯାଇ ପାରୁଛି ।

 ରାଜ୍ୟରେ ପୃଷ୍ଟିଶସ୍ୟ ଫସଲର ଚାଷ ଆଶାତୀତ ଭାବରେ ବୃଦ୍ଧିପାଇବା ପରେ, ଏହିପରି ଯାନ୍ତ୍ରିକ ପ୍ରଣାଳୀରେ ଧାଡିବୁଣା କାମ କରାଗଲେ, ଚାଷୀମାନେ ବିଶେଷଭାବରେ ଉପକୃତ ହେବେ ବୋଲି ଉପସ୍ଥିତ ବୁଦ୍ଧିଜୀବିମାନେ ମତ ଦେଇଥିଲେ । ଏହି କାର୍ଯ୍ୟକର୍ମରେ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ, ସହକାରୀ କୃଷିଯନ୍ତ୍ରୀ ଗଣ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ଓ ଆଞ୍ଚଳିକ ଗବେଷଣା କେନ୍ଦ୍ରର ବଜ୍ଞାନିକ ଗଣ ଯୋଗଦାନ କରିଥିଲେ । ଆଖପାଖ ଅଞ୍ଚଳରୁ ଶତାଧିକ ଚାଷୀ ଉକ୍ତ କାର୍ଯ୍ୟକର୍ମରେ ଯୋଗଦାନ କରିବା ସହିତ ମଞ୍ଜିବୁଣା ଯନ୍ତ୍ର ବିଷୟରେ ଜ୍ଞାନ ଅର୍ଜନ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଂଲାଦେଶୀ ଝିଅ ବାଲେଶ୍ଵରରେ, ଦାବି କଲେ ବାଲେଶ୍ଵର ବୋହୂ ହେବାକୁ

masiha

ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କଲେ ପ୍ରଭାକର

masiha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଅନୁଷ୍ଠିତ ୧୦୪୪ ହିତାଧିକାରୀଙ୍କୁ ୫ କୋଟି ୧୩ ଲକ୍ଷ ୬୯ ହଜାର ୨୦୦ ଟଙ୍କାର ସହାୟତା

masiha

Leave a Comment

error: Content is protected !!