ରାଇରଙ୍ଗପୁରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା; ସାମିଲ ହେଲେ ସାଂସଦ ,ବିଧାୟକ ପୌରାଧ୍ଯକ୍ଷ,; ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା
ମୟୂରଭଞ୍ଜ – ୧୪/୦୮ ( ମସିହା)୭୮ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବାଦୀ ଉଦରେକ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଏବଂ ଓଡ଼ିଶା ସରକାରଙ୍କ ନିର୍ଦେଶକ୍ରମେ ରାଜ୍ୟ ର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଓ ଶୋଭାଯାତ୍ରା ଅଗଷ୍ଟ ୯ ରୁ ୧୫ ପର୍ଯ୍ୟନ୍ତ ଚାଲୁ ରହିଛି ।ଏହି ପରିପ୍ରେକ୍ଷୀରେ ଅଜା ମଙ୍ଗଳବାର ଦିନ ରାଇରଙ୍ଗପୁର ପୌରପାଳିକା ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ହଜାର ହଜାର ଛାତ୍ରଛାତ୍ରୀ, ଜନସାଧାରଣ ପ୍ରମୁଖ ହାତରେ ତ୍ରିରଙ୍ଗା ପତାକା ଧରି ଏହି ବିଶାଳ ଶୋଭାଯାତ୍ରା ସହର ପରିକ୍ରମାକରି ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟକୁ ଆସିଥିବା ରାସ୍ତାରେ ଭାରତ ମାତାକୀ ଜୟ,ବନ୍ଦେ ମାତରଂ, ମହାତ୍ମାଗାନ୍ଧୀକୀ ଜୟ,ନେତାଜୀ ସୁଵାଷ ଵୋଷକୀ ଜୟ ପ୍ରଭୃତି ନାରା ଦେଇଥିଲେ । ପଦଯାତ୍ରା ମାଧ୍ୟମରେ ଦେଶାତ୍ମବୋଧକ ସଚେତନତା ବାର୍ତ୍ତା ଦିଆଯାଇଥିଲା । ସମସ୍ତଙ୍କୁ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇବାକୁ ପରାମର୍ଶ ଦିଆଯାଇଥିଲା ।ଶେଷରେ ବିଦ୍ୟାଳୟ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଶେକ ପଟ୍ଟନାୟକ,ପୌର ଉପାଧ୍ଯକ୍ଷା ସ୍ମିତା ଚୌଧୁରୀ, ରାଇରଙ୍ଗପୁର ପୌର କାଉନସିଲର ବୃନ୍ଦ,ରାଇରଙ୍ଗପୁର ପୌର ଅଧିକାରୀ ପିତାମ୍ବର ନାଏକ,ରାଇରଙ୍ଗପୁର ଵାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ ନାଏକ, ବିଶିଷ୍ଟ ସାମାଜିକ କର୍ମୀ ନବୀନ ରାମ,ମନୋଜ ଦାସ,ସୁରଥ ପଟ୍ଟନାୟକ,ସୋନାଲି ମହାନ୍ତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ସାମିଲ ହୋଇଥିଲେ ।ଶିକ୍ଷକ ରଂଜନ ନନ୍ଦ ମଂଚ ସଂଯୋଜନା କରିଥିଲେ ।ଅତିଥି ଗଣ ଯୋଗଦେଇ ସମସ୍ତ ଭାରତୀୟ ଏକମନ ଏକ ପ୍ରାଣରେ ଜାତୀୟ ପତାକା ତଳେ ଏକାଠି ରହିବା ସହ ଦେଶ ପ୍ରଗତିରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ସମସ୍ତ ଭାରତୀୟ ଜାତୀୟତା ବାବଦରେ ଉଦଵୃତ ହୋଇ କାର୍ଯ୍ୟ କଲେ ଆମର ଅର୍ଥନୈତିକ ବୃଦ୍ଧି ହେବା ସହ ସାରା ବିଶ୍ବରେ ଏକ ସମୃଦ୍ଧ ଓ ପ୍ରଗତିଶୀଳ ରାଷ୍ଟ୍ରରେ ପରିଣତ କରିଵାରେ ସହାୟକ ହେବା ବୋଲି କହିଥିଲେ ।ଏହି ଶୋଭାଯାତ୍ରାରେ ରାଇରଙ୍ଗପୁରର କେରଳ ପବ୍ଲିକ ହାଇସ୍କୁଲ,ବାଳକ ଉଚ୍ଚ ବିଦ୍ୟାଳୟ,ବାଳିକା ଉଚ୍ଚ ବିଦ୍ୟାଳୟ,ଅନୂସୂଚିତ ଜାତି ଓ ଜନଜାତି ବାଳିକା ବିଦ୍ୟାଳୟ,ଲିଟିଲ୍ ଫ୍ଲାଓ୍ଵାର ସ୍କୁଲ, ସରସ୍ଵତୀ ଶିଶୁ ମନ୍ଦିର, ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହୋଇଥିଲେ । ସମଗ୍ର ରାଇରଙ୍ଗପୁର ସହର ତ୍ରିରଙ୍ଗା ମଧ୍ୟ ହୋଇଉଠିବା ସହ ସମସ୍ତଙ୍କ ଦେହରେ ଦେଶାତ୍ମବୋଧକ ଶିହରଣ ଜାଗୃତ ହୋଇଥିବାର ଲକ୍ଷ୍ୟ କରାଯାଉଥିଲା ।କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ପୌରପାଳିକାର ବରିଷ୍ଠ ଯନ୍ତ୍ରୀ ଇଂ ମୃତ୍ୟୁଞ୍ଜୟ ପହି,ତନ୍ମୟ ସାହୁ, ନୀଳକଣ୍ଠ ବିଶ୍ବାଳ,ମନୋଜ ମଣ୍ଡଳ ଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍


