ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ବ୍ଲକ ଅନାସ୍ଥା ପାଇଁ ଚଳଚଞ୍ଚଳ , ଉପାଧ୍ୟକ୍ଷଙ୍କ ସହ ଅଧ୍ୟକ୍ଷାଙ୍କ କଡା ଟକ୍କର  

ହିନ୍ଦୋଳ ବ୍ଲକ ଅନାସ୍ଥା ପାଇଁ ଚଳଚଞ୍ଚଳ , ଉପାଧ୍ୟକ୍ଷଙ୍କ ସହ ଅଧ୍ୟକ୍ଷାଙ୍କ କଡା ଟକ୍କର  

ଢେଙ୍କାନାଳ (ମନିସ)10/10/25 — ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ରୋଚକ ମୋଡ଼ରେ। ତେବେ ଏକଛାତ୍ରବାଦ ମନୋବୃତି ସହ ଅଞ୍ଚଳର ବିକାଶରେ ବାଧକ ସାଜିବାରୁ ଅନାସ୍ଥା ପ୍ରସ୍ତାବ ଦିଆଗଲା ବୋଲି ବ୍ଲକ ଉପାଧ୍ୟକ୍ଷ ବରୁଣ ସର ଓ ସମିତିସଭ୍ୟ ପ୍ରିୟରଞ୍ଜନ ମାହୁନ୍ତ ଗଣମାଧ୍ୟମକୁ କହିଥିବାବେଳେ ପ୍ରକୃତପକ୍ଷେ କ୍ଷମତା ଓ ଅର୍ଥହଡପ, ବିପି ଡିପି ରେ ଥିବା ୧କୋଟି ଅନୁଦାନ ରାଶି ହଡପ, ଠିକାଦାରୀ ସହିତ ପ୍ରଭାବଶାଳୀ ବ୍ୟକ୍ତିକୁ କ୍ଷମତାସିନ କରି ବ୍ଲକ ଶାସନ ହାତେଇବା ପାଇଁ ଏହି ଅନାସ୍ଥା ନାଟକବାଜି ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି। ଉପାଧ୍ୟକ୍ଷ ଓ ବର୍ତମାନ ବିଜେପିକୁ ସମର୍ଥନ କରିଥିବା ପୂର୍ବତନ ଅଧ୍ୟକ୍ଷଙ୍କ ସପକ୍ଷରେ ୫୧ଜଣ ଥିବା କହୁଥିବାବେଳେ ଶୁଣାଯାଉଛି । ଏଠାରେ ସୂଚନା ଯୋଗ୍ୟ ଯେ ଉପାଧ୍ୟକ୍ଷ ଗୋଷ୍ଠୀକୁ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକଙ୍କ ସମର୍ଥନ ରହିଥିବା ଜଣାପଡିଛି । ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ମଧ୍ୟ ଆବଶ୍ୟକ ସଂଖ୍ୟା ହାତେଇନେଇଛନ୍ତି ଏବଂ ଉଭୟ ଗୋଷ୍ଠୀ ନିଜ ସମର୍ଥକଙ୍କ ସହ ଆଜ୍ଞାତବାସକୁ ଚାଲିଯାଇଥିବା ଉପଖଣ୍ଡରେ ଯୋରଦାର ଚର୍ଚ୍ଚା ହେଉଥିଲେ ମଧ୍ୟ କିଛି ସଦସ୍ୟଙ୍କ ଭାଗ ଛିଣ୍ଡି ନଥିବାରୁ ସେମାନେ ଅଧ୍ୟକ୍ଷାଙ୍କୁ ସମର୍ଥନ କରିପାରନ୍ତି ବୋଲି ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ପ୍ରାୟ ସମସ୍ତ ସମିତି ସଭ୍ୟ ସଭ୍ୟା ଅଜ୍ଞାତବାସକୁ ଚାଲିଯାଇଥିବା ବେଳେ ବହୁ ସରପଞ୍ଚ ଏବେ ମଧ୍ୟ ହିନ୍ଦୋଳରେ ରହିଛନ୍ତି । ସେମାନଙ୍କୁ ନିଜ ଗୋଷ୍ଠୀରେ ସାମଲ୍ କରିବା ପାଇଁ ଉଭୟ ଗୋଷ୍ଠୀ ଚେଷ୍ଟାରତ ଅଛନ୍ତି । କିଛି ଚମତ୍କାରୀତା ଆଶାରେ ଉଭୟ ଗୋଷ୍ଠୀ ରହିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବି ମାଳିଗୁଡା : ଘର ଡିହ ପଟ୍ଟା ମିଳିଛି : କିନ୍ତୁ ଚିହ୍ନଟ ପାଇଁ ରାଜସ୍ୱ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟ ଧାଇଁ ଧାଇଁ ନୟାନ୍ତ 

Sunil Chandra Nayak

ରାଉରକେଲା କଲେଜରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ବି-ଦିବସୀୟ କର୍ମଶାଳା ଅନୁଷ୍ଠିତ

masiha

ଉତ୍କଳ ଆଲୁମିନା କାରଖାନା ବିରୋଧରେ ଅଞ୍ଚଳ ବାସୀଙ୍କ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!