ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ଗଣ ଧାରଣା ଓ ଆମରଣ ଅନଶନ: ପ୍ରଶାସନ ହସ୍ତକ୍ଷେପ ପରେ ଅନଶନ ପ୍ରତ୍ୟାହୃତ

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ଗଣ ଧାରଣା ଓ ଆମରଣ ଅନଶନ: ପ୍ରଶାସନ ହସ୍ତକ୍ଷେପ ପରେ ଅନଶନ ପ୍ରତ୍ୟାହୃତ

ଜଳେଶ୍ଵର,୧୮/୬-(ମନିସ)-ଜଳେଶ୍ୱର ବ୍ଲକ ଅଧିନସ୍ଥ ନାମ୍ପୋ ଠାରେ ଅବସ୍ଥିତ ଜ୍ୟୋତିଜଙ୍ଗମ ମଣ୍ଡିରେ ୩୮୧ ଜଣ ପଞ୍ଜିକୃତ ଚାଷୀଙ୍କର ୧୨୫୧୧ କ୍ୟୁଣ୍ଟାଲ ଧାନ ଆବଶ୍ୟକ ଥିବା ସ୍ଥଳେ ସେଥି ମଧ୍ୟରୁ ୧୦୮ ଜଣ ଚାଷୀଙ୍କ ଠାରୁ ୩୪୯୫.୧୫ କ୍ୟୁଣ୍ଟାଲ ଧାନ କିଣା ସରିଛି।ବାକି ୨୭୩ ଜଣ ଚାଷୀଙ୍କ ୯୦୮୫.୮୫ କ୍ୟୁଣ୍ଟାଲ ଧାନ କିଣା ଯିବା ପାଇଁ ବାକି ରହିଛି।ଅନୁରୂପ ଭାବେ ଖାଲିନା ମଣ୍ଡିରେ ୩୬୭ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ୧୨୩୯୬ କ୍ୟୁଣ୍ଟାଲ ଧାନ ଆବଶ୍ୟକ ସ୍ଥଳେ ସେଥି ମଧ୍ୟରୁ ୮୮ ଜଣ ଚାଷୀଙ୍କ ଠାରୁ ୩୩୯୭.୫୭ କ୍ୟୁଣ୍ଟାଲ ଧାନ କିଣା ସରିଛି।ବାକି ୨୭୯ ଜଣ ଚାଷୀଙ୍କ ୮୯୯୮.୪୩ କ୍ୟୁଣ୍ଟାଲ ଧାନ କିଣା ଯିବା ପାଇଁ ବାକି ରହିଛି।ତେଣୁ ଜ୍ୟୋତିଜଙ୍ଗମ ମଣ୍ଡିରେ ୩୯୦୦ କ୍ୟୁଣ୍ଟାଲ ଧାନ ଓ ଖାଲିନା ମଣ୍ଡିରେ ୫୩୦୦ କ୍ୟୁଣ୍ଟାଲ ଧାନ ହିସାବରେ ମୋଟ ୯୨୦୦ କ୍ୟୁଣ୍ଟାଲ ଟାର୍ଗେଟ ଆବଶ୍ୟକ।ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣିବା ଦାବୀ କରି ଆଜି ପୂର୍ବାହ୍ନରେ ଶତାଧିକ ଚାଷୀ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ସମ୍ମୁଖରେ ଗଣ ଧାରଣା ଦେଇଥିଲେ। ସେମାନଙ୍କ ମଧ୍ୟରୁ ସମିତି ସଭାପତି ସଞ୍ଜୟ କୁମାର କର,ବାସୁଦେବ ଜେନା, ସୁଶାନ୍ତ ପ୍ରଧାନ, ସୁଧାଂଶୁ ଶେଖର ପାତ୍ର,ହେମନ୍ତ ମାହଲିକ,କ୍ରିଷ୍ଣା ମହାପାତ୍ର,ଜୟନ୍ତ କର,ବିଜୟ କୁମାର ପାତ୍ର,ରମେଶ ମହାପାତ୍ର ପ୍ରମୁଖ ଆମରଣ ଅନଶନରେ ବସିଥିଲେ। ଧାରଣା ସ୍ଥାନରେ ସମିତି ସଭାପତି ସଞ୍ଜୟ କୁମାର କରଙ୍କ ପୌରହିତ୍ଵରେ ଆୟୋଜିତ ସଭାରେ ପୂର୍ବତନ ସଭାପତି ନୟନ କୁମାର ପାଠୀ,ସୁଶୀଲ ପରିଡ଼ା,ନିର୍ଦ୍ଦେଶକ ନଗେନ୍ଦ୍ର ଦେ ଓ ଜଗଦୀଶ ପ୍ରଧାନ,ସମାଜସେବୀ ଗୋପାଳ କୃଷ୍ଣ ଜେନା,ବରିଷ୍ଠ ଚାଷୀ ଗୟାରାମ ଦେ,ଅବସରପ୍ରାପ୍ତ ପ୍ରଫେସର ଇଞ୍ଜିନିୟର ରତ୍ନାକର ରାୟ ପ୍ରମୁଖ ଚାଷୀ ମାନଙ୍କ ଧାରଣାକୁ ସମର୍ଥନ କରି ଉଦବୋଧନ ଦେଇଥିଲେ।ଅପରାହ୍ନରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର ଜିଲ୍ଲାପାଳ,ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ପ୍ରଶାସନ ପକ୍ଷରୁ ସଦର ଅତିରିକ୍ତ ଯୋଗାଣ ଅଧକାରୀ ବୁଦ୍ଧଦେବ ଜେନା, ମୁଖ୍ୟାଳୟ ଅତିରିକ୍ତ ଯୋଗାଣ ଅଧକାରିଣୀ ଏଲିନା କୁଜୁର ଓ ଜଳେଶ୍ଵର ମାର୍କେଟିଙ୍ଗ ଇନ୍ସପେକ୍ଟର ଅବନ୍ତିକା ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରି ପ୍ରତ୍ୟେକ ଦିନ ଉଭୟ ମଣ୍ଡିରୁ ୬ଟି ଟ୍ରକ୍ ମାଧ୍ୟମରେ ରହିଯାଇଥିବା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଲିଖିତ ପ୍ରତିଶ୍ରୁତି ପରେ ଗଣ ଧାରଣା ଓ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ:- ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି

Sunil Chandra Nayak

ଆସନ୍ତା ୧୨ ତାରିଖ ରାଉରକେଲା ର ସାହିତ୍ୟ ସଂଗଠନ ପାଳିବ କଳାଦିବସ  ଆଦର୍ଶ ପାଠାଗାର ପାଇଁ ଏକ ହେଲେ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ

Sunil Chandra Nayak

ମଙ୍କିଆରେ ଧାନ ମଣ୍ଡି ଶୁଭ ଉଦଘାଟନ 

masiha

Leave a Comment

error: Content is protected !!