ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରମ୍ପରିକ ଲୋକକଳା “ପାଲା” କୁ ଲୋକାଭିମୁଖୀ କରିବାକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରୋତ୍ସାହନ ଓ ଜନ ଜାଗରଣ 

ପାରମ୍ପରିକ ଲୋକକଳା “ପାଲା” କୁ ଲୋକାଭିମୁଖୀ କରିବାକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରୋତ୍ସାହନ ଓ ଜନ ଜାଗରଣ 

କଟକ : ଓଡିଶା ରାଜ୍ୟ କଳା ଓ ସଂସ୍କୃତି ସମ୍ପୂର୍ଣ ରାଜ୍ୟ ଅଟେ l ଏଥିପାଇଁ ଏହାର ସାରା ଭାରତ ବିଶ୍ୱ ରେ ମନ ମର୍ଯ୍ୟାଦା ରହିଛି l ଆମ ଓଡିଶାରେ ଏବେ ବହୁତ ପାଶ୍ଚାତ୍ୟ ନୃତ୍ୟ ଓ ହୀନମାନସିକତା ର ସଂଗୀତ କାର୍ଯ୍ୟକ୍ରମ କୁ ଆପଣାଇ ଯୁବଗୋଷ୍ଠୀ ଏବେ ପଥଭଷ୍ଟ l ଓଡିଶାର ଲୋକକଳା “ପାଲା” ମାଧ୍ୟମରେ ଶିକ୍ଷା,ସଂସ୍କୃତି,ଶାଳୀନତା,ବିଚାର ଓ ଆଧ୍ୟାତ୍ମିକତା ଭରପୁର ରହିଥିଲା ଯାହା ସମାଜ ଗଠନ ଓ ସଂସ୍କୃତି ସମ୍ପନ୍ନ ହେବା ପାଇଁ ସହାୟକ ହେଉଥିଲା l କେନ୍ଦ୍ରାପଡ଼ା ଜିଲ୍ଲା ପୌରପାଳିକା ମଧ୍ୟ୍ୟରେ ମାଧପୁର ସହରର ଅନନ୍ୟ ଅଞ୍ଚଳ ଅଟେ l ଏହି ଗ୍ରାମର ପୁରାତନ ଶିକ୍ଷୟତ୍ରୀ ଶାନ୍ତିଲତା ବାରିକ ମାଧପୁରରେ ବସବାସ କରନ୍ତି l ତାଙ୍କର ନାତୁଣୀ ର ଏକ ସଂସ୍କୃତିକ କାର୍ଯ୍ୟକ୍ରମରେ ସେ ପଟାମୁଣ୍ଡାଇ ଅଞ୍ଚଳର ମା ଭଗବତୀ ପାଲା ପରିଷଦକୁ ନିମନ୍ତ୍ରଣ କରିଥିଲେ l ସହରରେ ଏହା ଦେଖି ଅଂଚଳବାସୀ ଆଶ୍ଚର୍ଯ୍ୟ ହୋଇଥିଲେ l ପାଲା ମାଧ୍ୟମରେ ଯାହା ପରିବେଷଣ କରିଥିଲେ ତାହା ଶିକ୍ଷଣୀୟ ଓ ସାମାଜିକ ଚଳଣି ସହ ସଂସ୍କୃତି ସହ ଜଡିତ ଥିଲା l ସହରରେ ଏହିପରି କାଯ୍ୟକ୍ରମ ଜାଣି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ ସେଠାରେ ଉପସ୍ଥିତ ହୋଇ ଏହି ଲୋକକଳାକୁ ପ୍ରୋତ୍ସାହନ ଦେବା ସହ ତାଙ୍କ ମନୋବଳ ବଢାଇବା ପାଇଁ ତାଙ୍କର ମୁଖିଆଙ୍କୁ ସମ୍ମାନିତ କରିଥିଲେ l ଜୀବନ୍ତ ଉପହାର ରେ ଏକ କଲମୀ ଆମ୍ବ ଗଛ ଓ ଉତ୍ତରୀୟ ପ୍ରଦାନ କରାଯଇଥିଲା l ମା ଭଗବତୀ ପାଲା ପରିଷଦର ଗାୟିକା ସୁର ଭାରତୀ ସସ୍ମିତା ପ୍ରଧାନ,ବାୟକ କଲ୍ୟାଣ ବେହେରା,ହାସ୍ୟ ଅଭିନେତା ସୁଧାକର ତରାଇ,ଭଜନ ସଂଗୀତ ମୁନା ନାୟକ, ସହଯୋଗୀ ସସ୍ମିତା ସାହୁ ଓ କୈଳାସ ବଳ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଦେଖି ସହରବାସୀ ବୁଦ୍ଧିଜୀବୀ ଓ ଗୁରୁଜନ ଲୋକେ ଶ୍ରୀ ଜଗନ୍ନାଥ ଚାରିଟେନୁଲ ଟ୍ରଷ୍ଟ ର କର୍ମକର୍ତା ଙ୍କୁ ସାଧୁବାଦ ଦେଇଥିଲେ l କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବାରିକ,ଟ୍ରଷ୍ଟର ମୁଖପାତ୍ର ପ୍ରମୋଦ ନାୟକ,ଗୌତମ ସାହୁ, କାଳନ୍ଦୀ ମଲ୍ଲିକ,ମନୋଜ ରାଉତ ଓ ଧୃତିରଞ୍ଜନ ବାରିକ ଉପସ୍ଥିତ ଥିଲେ l

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନର୍ଲା ପଞ୍ଚାୟତ ସମିତି ଠାରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ 

Sunil Chandra Nayak

ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ପରାମର୍ଶ ଶିବିର ଆସନ୍ତା ୩୦ ରେ ……

masiha

ବ୍ଲକ୍ ସ୍ତରୀୟ ପଞ୍ଚାୟତି ରାଜ ଦିବସ ପାଳନ 

masiha

Leave a Comment

error: Content is protected !!