ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଅବସର ପ୍ରାପ୍ତ ଯବାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ କଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି  , ୨- ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମଭୂତ

ଅବସର ପ୍ରାପ୍ତ ଯବାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ କଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି 

କାମାକ୍ଷାନଗର (ମନିସ )28/12/24 // ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କନ୍ଧରା ଗ୍ରାମର ଏକ୍ସ ସୈନିକ ଯୁଧିଷ୍ଟିର ବେହେରାଙ୍କ ମୃତୁ ବରଣ କୁନେଇ ଭାଙ୍ଗି ପଡିଛନ୍ତି ଅଞ୍ଚଳ ବାସୀ ।ତାଙ୍କର ମୃତୁ ବେଳକୁ ତାଙ୍କର ବୟସ ୯୫ ବର୍ଷ ହୋଇ ଥିଲା । ଭାରତୀୟ ସେନାରେ ଯୁଧିଷ୍ଟିର ବେହେରା ଦେଶ ପାଇଁ ୩ଟି ଲଢେଇରେ ୧୯୬୨ ମସିହା ୧୯୬୫ ମସିହା ୧୯୭୧ ମସିହାରେ ଚିନ୍ ଓ ପାକିସ୍ତାନ ବିରୋଧରେ ଲଢେଇରେ ଭାଗ ନେଇ ଥିଲେ। ଏବଂ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ୧୯୭୫ ମସିହାରେ ଭାରତୀୟ ସେନାରୁ ରୁ ଅବସର ନେଇ ଥିଲେ। ନିଜ ଗ୍ରାମରେ ସଭାପତି ରହି ଗ୍ରାମକୁ କିଭଳି ଉନ୍ନତି କରା ଯିବ ତାହା ପାଇଁ ପ୍ରୟାସ କରିବା ସହିତ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ନିଜ ଅଞ୍ଚଳ ପାଇଁ ସେ ଜଣେ ସ୍ୱାଭିମାନ ସାହାଯ୍ୟ ପରାୟଣ ବ୍ୟକ୍ତି ଥିଲେ। ଆଜି ତାଙ୍କ ପ୍ରଥମ ଶ୍ରଦ୍ଧ ବାର୍ଷିକ ସ୍ମୁତି ସଭାରେ ଢେଙ୍କାନାଳ ଅବସର ସେନିକ ସଙ୍ଘ ର ସଭ୍ୟ ଗଣ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ, କଙ୍କଡ଼ାହାଡ଼ ବ୍ଲକ ପୂର୍ବତନ ଅଧକ୍ଷ କାର୍ତ୍ତିକ ସାହୁ , ପୂର୍ବତନ ବ୍ଲକ୍ ଅଧକ୍ଷ ରାସ ବିହାରୀ ବେହେର, ସମାଜସେବୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପହଞ୍ଚି ଅବସରପ୍ରାପ୍ତ ସେନା ଯୁଧିଷ୍ଟିର ବେହେରାଙ୍କ ଫଟୋ ମାଲ୍ୟରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଯୁଜିଷ୍ଠିର ବେହେରା ଅମର ରହେ ସ୍ଲୋଗାନ ଦେଇ ଶୋକ ସନ୍ତାପ ପ୍ରକାଶ କରିଥିଲେ। ବେହେରାଙ୍କ ଫଟୋ ମାଲ୍ୟରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଯୁଜିଷ୍ଠିର ବେହେରା ଅମର ରହେ ସ୍ଲୋଗାନ ଦେଇ ଶୋକ ସନ୍ତାପ ପ୍ରକାଶ କରିଥିଲେ।

===============.=.=======

ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମଭୂତ

କାମାକ୍ଷାନଗର (ମନିସ )27/12/24 //କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ପିପ୍ପଳା ଗ୍ରାମରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଭଶ୍ମୀଭୂତ ହୋଇଯାଇଛି l ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ l ଏଥିରେ ଗ୍ରାମର ଅମ୍ଲାନ ନାଏକ ଙ୍କର ଲକ୍ଷାଧିକ ସମ୍ପତି ନଷ୍ଟ ହୋଇ ଥିବାର ଜଣାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସେଞ୍ଚୁରିଅନରେ ବି.ଫାର୍ମା ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମାରୋହ

masiha

ବାସନ୍ତୀ ସାଂସ୍କୃତିକ ପରିଷଦର ରଜ ପର୍ବ ପାଳନ

masiha

କଳାହାଣ୍ଡି ୭୫ ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି, ଓଡିଶା ଭାସ୍କର ରଥ ର ଜୁନାଗଡ଼ ରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!