ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା 

ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା 

ବନ୍ଧୁଗାଁ ତା,୪/୭/୨୬, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଗ୍ରାମ ଠାରେ ଆଜି ଶ୍ରୀଶ୍ରୀଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଟା ହୋଇଯାଇଛି I ଉକ୍ତ ପ୍ରତିଷ୍ଟା ଦିନରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ପୂର୍ବତନ ସାଂସଦ ତଥା ବିଜେଡି ଦଳର ଜିଲ୍ଲା ସଭାପତି ଶ୍ରୀ ଝିନ ହିକକା ଙ୍କୁ ନିମନ୍ତ୍ରଣ କୋରାଯିବା ସହ ସାଂସଦ ପ୍ରାର୍ଥୀନୀ ଶ୍ରୀମତି କୌଶଲ୍ୟା ହିକକା ଦୁହେଁ ମନ୍ଦିର ପରିସର ଭିତରେ ପହଁଞ୍ଚିବା ପରେ ଦୁଇକଣ ମୁଖ୍ୟ ଅତିଥି ଙ୍କୁ ଆଲମଣ୍ଡା ଗ୍ରାମ ବାସି ଫୁଲତଡ଼ା ଅପଢ଼ୋକନ ଦେଇ ଭଭ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ସହ ମୁଖ୍ୟ ଅତିଥିଙ୍କୁ ପାଛଟି ନେଇଥିଲେ I ଏହି ପ୍ରତିଷ୍ଟା କାର୍ଯ୍ୟରେ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ମାନଙ୍କୁ ମଧ୍ୟ ସନ୍ନମାନୀୟ ଅତିଥି ଭାବରେ ନିମନ୍ତ୍ରଣ ପାଇଁ ଆଲମଣ୍ଡା ଗ୍ରାମ ର ଭଦ୍ର ବୁଦ୍ଧି ଯିବିଙ୍କ ଓ ପୂଜା କମିଟିର ଗ୍ରାମ ବାସିଙ୍କ ଦ୍ୱାରା କୋରାଯାଇଥିବାର ଜାଣିବାକୁ ମିଳିଛି I

ମା କୋଟା ଦୁର୍ଗା ଭବାନି ଙ୍କ ପ୍ରତିଷ୍ଟା ଚଳିତ ମାସରେ ତିନିଦିନ ଧରି ପୂଜା କାର୍ଯ୍ୟ କୋରାଯିବା ପାଇଁ ହୋଇଥିଲା ,୧ ତାରିଖରେ କୁମ କୁମ ପୂଜା ୨. ତାରିଖରେ କାଲ୍ୟାଣମ ପୂଜା ଓ ୩.ତାରିଖରେ ମାଙ୍କ ପ୍ରତିଷ୍ଟା ଓ ଅନ୍ନଭୋଗ କୋରାଯିବାର ବ୍ୟବସ୍ଥା ମଧ୍ୟ କୋରାଯାଇଥିଲା I ମାଙ୍କ ମନ୍ଦିର ପ୍ରତିଷ୍ଟା କୁ ନେଇ ମନ୍ଦିରକୁ ରଙ୍ଗ ମରା ଓ ଆକର୍ଶଣ କାମ ଚାଲିଚି ଓ ପ୍ରତିଷ୍ଟା ଦିନରେ ମନ୍ଦିରକୁ ଆସିବା ପାଇଁ ଥିବା ଭକ୍ତଙ୍କ ପାଇଁ ସୁବିଧା ଜନକ ଆୟଜନ ମଧ୍ୟ କୋରାଯିବାର ବ୍ୟବସ୍ତା ହେଉଅଛି I ମା କୋଟା ଦୁର୍ଗା ଭବାନି ମନ୍ଦିର ପାଇଁ ଅତି କମରେ ୭୦ ଲକ୍ଷ ଟଙ୍କାର ବ୍ୟୟରେ ତିଆରି ହୋଇ ହୋଇଥିବା ସହ ମନ୍ଦିରରେ ମାଙ୍କ ମୂର୍ତ୍ତି ପାଇଁ ନୟାଗଡ଼ ଜିଲ୍ଲାରୁ ୫ ଲକ୍ଷ ଟଙ୍କାର ବ୍ୟୟରେ କିଣାଯାଇ ଅଣାଯାଇଅଛି I ମାଙ୍କ ଏହି ମନ୍ଦିର ପାଇଁ ଆଲମଣ୍ଡା ଗ୍ରାମ ବାସିଙ୍କ ଘର ପ୍ରତି ଚାନ୍ଦା ଓ ବାହାରରୁ ମଧ୍ୟ କିଛି ଛୋଟ ବଡ଼ ଭଦ୍ର ଲୋକଙ୍କ ଠାରୁ କିଛି ପୁଞ୍ଜି ମାଙ୍କ ପାଇଁ ଅନୁଦାନ ଦେଇଥିବା ଯୋଗୁଁ ଆଜି ମା କୋଟା ଦୁର୍ଗା ଭବାନି ଙ୍କ ନାମରେ ନୂତନ ମନ୍ଦିର କରିବାରେ ଆଲମଣ୍ଡା ଗ୍ରାମର ଛୋଟ ବଡ଼ ଓ ବୁଦ୍ଧିଯିବି ଓ ଭଦ୍ର ବ୍ୟକ୍ତିଙ୍କ କର କମଳରେ ଆଲମଣ୍ଡା ଗ୍ରାମ ଠାରେ ଅଞ୍ଚଳର ଭକ୍ତଙ୍କ ପାଇଁ ନୂତନ ମନ୍ଦିର ପ୍ରତିଷ୍ଟା କରିବା ଯୋଗୁଁ ଅଞ୍ଚଳବାସୀ ବହୁତ ଖୁସି ହୋଇଥିବାର ଜାଣିବାକୁ ପାଇଛୁ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ଏସଆଇଆର-୨୦୨୬ ସଚେତନତା ଅଭିଯାନ: ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଉପଜିଲ୍ଲାପାଳ

କୋଦୋଗୁଡା ପିଡବ୍ଲୁଡି ରାସ୍ତାରୁ କୁସୁମଜୋର ରାସ୍ତା ଶୋଚନୀୟ

masiha

Leave a Comment

error: Content is protected !!