ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଡ଼ିବାକୁ ବସିଛି କଂସା ପିତ୍ତଳ ଶିଳ୍ପ,ଦୁର୍ଦ୍ଦିନ ପରିସ୍ଥିତିରେ କାରିଗର

ବୁଡ଼ିବାକୁ ବସିଛି କଂସା ପିତ୍ତଳ ଶିଳ୍ପ,ଦୁର୍ଦ୍ଦିନ ପରିସ୍ଥିତିରେ କାରିଗର

ଢେ଼ଙ୍କାନାଳ – କଂସା ପିତ୍ତଳ କାରୁକାର୍ଯ୍ୟ ପାଇଁ ଏକଦା ଖ୍ୟାତି ଲାଭ କରିଥିଲା ଭୁବନ ଷ୍ଟିଲ୍ ଓ ଅନ୍ୟାନ୍ୟ ଆକର୍ଷଣୀୟ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ କଂସା ପିତ୍ତଳ ଶିଳ୍ପ ଏକ ପ୍ରକାର ଅସ୍ତିତ୍ବ ହରାଇବାକୁ ବସିଛି। ତେବେ ଏହି ପାରମ୍ପରିକ ବେଉସାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି ଭୁବନର କାରିଗରମାନେ। ୧୯୮୭ ମସିହାରେ ଭୁବନରେ ଘଟିଥିବା ପ୍ରଳୟଙ୍କରୀ ଅଗ୍ନିକାଣ୍ଡରେ ୮୦ଟି କଂସା ପିତ୍ତଳ ଶାଳ କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ଷ୍ଟିଲ୍,ଫାଇବର,ଚାଇନା ପ୍ଲେଟ୍ ପ୍ରଭୃତି ଜିନିଷର ବହୁଳ ବ୍ୟବହାର ଏହି ଶିଳ୍ପ ପାଇଁ ପ୍ରତିବନ୍ଧକ ସାଜିଲା ଲୋକେ ପାରମ୍ପରିକ କଂସା ଓ ପିତ୍ତଳ ସାମଗ୍ରୀ ଉପରୁ ମୁହଁ ଫେରାଇ ନେଉଛନ୍ତି। ପାରମ୍ପରିକ କଂସାବାସନର ଆବଶ୍ୟକତା କେବଳ ବିବାହ,ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟରେ ସୀମିତ ରହୁଛି। ଫଳରେ ଏହି ଶିଳ୍ପ କ୍ରମଶଃ ଦୁର୍ବଳ ହେବା ସହ ବିକ୍ରି କମିଗଲାଣି। ବଜାର ଚାହିଦା ହ୍ରାସ ପାଉଥିବାରୁ ଏହା ଉପରେ ନିର୍ଭରଶୀଳ କୁଶଳୀ ଓ ଅଣକୁଶଳୀ କାରିଗର ନିଜ ବେଉସା ପ୍ରତି ବିମୁଖ ହେଉଛନ୍ତି। ଅନ୍ୟ କୌଣସି ବେଉସା ଛାଡୁଛନ୍ତି ବହୁ କାରିଗର କାମର ଅଭିଜ୍ଞତା ନଥିବାରୁ ମୂଲ ମଜୁରି କରିବା ମଧ୍ୟ ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଅନ୍ୟପକ୍ଷରେ କଞ୍ଚାମାଲ ଓ କାଠ କୋଇଲା ଅଭାବ ଯୋଗୁଁ କୌଳିକ ବୃତ୍ତାକୁ ବଞ୍ଚାଇ ରଖିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ୧୯୭୨ ମସିହାରେ ଭୁବନର ବଡ଼ହାଟ,ଗୁଜୁରିହାଟ,ମଙ୍ଗଳାସାହି,ପାଲାମଣ୍ଡପ,ବଣିଜାରୀ,ଦୁର୍ଗ ଛକ,ଗୋପାଳପୁର ସାହି,କଂସାରୀ ସାହି,ଲତାବିଲ,କଲେଜରୋଡ୍, ନୂଆ ଭୁବନରେ ପାଖାପାଖି ୧୨୦ଟି କଂସା ପିତ୍ତଳ ଶାଳ ରହିଥିଲା। ଏବେ ମାତ୍ର ୮ଟି ଶାଳ ଭୁବନରେ କାର୍ଯ୍ୟ କରୁଛି। ସମବାୟ ସମିତି କାରିଗରଙ୍କୁ କଞ୍ଚାମାଲ ଯୋଗାଇବା ସହ ଉତ୍ପାଦନରେ ସହାୟକ ହେଉଥିଲା। ସେତେବେଳେ କାରିଗରମାନେ ନିଜର କଂସା ପିତ୍ତଳ ସାମଗ୍ରୀ ସମବାୟ ସମିତିକୁ ବିକ୍ରି କରୁଥିଲେ। ସମିତି କର୍ତ୍ତୃପକ୍ଷ ଏଗୁଡ଼ିକୁ ବଜାରରେ ବିକ୍ରି କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀକୁ ପଠାଉଥିଲେ। ତେବେ,ସମବାୟ ସମିତିଗୁଡ଼ିକ କିଛି ବର୍ଷ ଧରି ବନ୍ଦ ରହିବାରୁ କାରିଗରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୁବନର ସ୍ବର୍ଗତ ମାଗୁଣି ସାହୁ,ବାଞ୍ଛାନିଧି ସାହୁ,ବାବାଜୀ ପୃଷ୍ଟି ଓ ବର୍ତ୍ତମାନର ତ୍ରିଲୋଚନ ମହାରଣା,ନଟବର ସାହୁ,ବାବୁ ସାହୁ ପ୍ରମୁଖ ବିଭିନ୍ନ ଡୋକ୍ରା ସାମଗ୍ରୀ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେହିପରି ଢେ଼ଙ୍କାନାଳ ଜିଲ୍ଲାର ସଦର ବ୍ଲକର ଅଉଖମା ଓଡ଼ାପଡ଼ା ବ୍ଲକର ଇନ୍ଦୁପୁର ଗ୍ରାମରେ ଭୁବନ ପରି ଏଠାରେ ମଧ୍ୟ ଶିଳ୍ପୀ କାରିଗର ମାନଙ୍କ ଦୁର୍ଦ୍ଦିନ ପରିସ୍ଥିତି ଦେଖିବାକୁ ମିଳିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ହକ ମାଗି ଜେଲ ଗଲେ ଜମି ମାଲିକ

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ତାଲା , ପାଠ ପଢା ବାଧାପ୍ରାପ୍ତ 

masiha

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା , ୪୦ ଦିନରେ ୬୦୦ କିମି ପାଇଁ ଚାଲିଛି ଯାତ୍ରା

Sunil Chandra Nayak

Leave a Comment

error: Content is protected !!