ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୋନାଲ ସ୍ତରୀୟ ଇନ୍ କ୍ଲୁସିଭ ଥିଏ ଟର ଫେଷ୍ଟିଭାଲ ପାଇଁ ବାରିପଦାରୁ ଯାତ୍ରା କଲେ ଓଡ଼ିଶା ଦଳ

ଜୋନାଲ ସ୍ତରୀୟ ଇନ୍ କ୍ଲୁସିଭ ଥିଏ ଟର ଫେଷ୍ଟିଭାଲ ପାଇଁ ବାରିପଦାରୁ ଯାତ୍ରା କଲେ ଓଡ଼ିଶା ଦଳ

ରାଇରଙ୍ଗପୁର — ଆସନ୍ତା ଡ଼ିସେମ୍ବର ୩ ଜାତୀୟ ଭିନ୍ନକ୍ଷମ ଦିବସ l ଏ ପରିପ୍ରେକ୍ଷୀରେ ଆସନ୍ତା କାଲି ୨୫ ନଭେମ୍ବର କଲିକତାଠାରେ ହେବ ଜୋନାଲ ସ୍ତରୀୟ ନାଟକ ପ୍ରତିଯୋଗିତା ଯୋଉଠି ପୂର୍ବ ଭାରତର ଆସାମ,ପଶ୍ଚିମ ବଙ୍ଗ, ସିକିମ,ଆଣ୍ଡାମାନ ଏବଂ ନିକବର୍ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଓଡ଼ିଶା ଦଳ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି l ଆଜି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରୁ ମୋଟ ୨୮ ଜଣ କଲିକତା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି l ଜିଲ୍ଲାପାଳ ହେମକାନ୍ତ ସୋଏ ଙ୍କ ଆଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ୨୦ ଜଣ ପ୍ରତିଯୋଗୀ ,୮ ଜଣ ଭିନ୍ନକ୍ଷମ ଏବଂ ୧୨ ଜଣ ଅନ୍ୟ ସାଧାରଣ ବର୍ଗରୁ ତତ୍ ସହିତ ୮ ଜଣ ଅନ୍ୟାନ୍ୟ ବ୍ୟକ୍ତି ଙ୍କୁ ପୂଜା ଅର୍ଚ୍ଚନା ସହ ଶୁଭ କାମନା କରି ବିଦାୟ ଦେଇଛନ୍ତି l ଆଜିର ଏ ଯାତ୍ରା ର ନେତୃତ୍ୱ ଜିଲ୍ଲା ଇନ୍ କ୍ଲୁଶିଭ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବଂଶିଧର ସିଂ ପ୍ରମୁଖଙ୍କ ସହିତ ନାଟକ ସୂର୍ଯ୍ୟୋଦୟ ର ଲେଖକ ତଥା ନିର୍ଦ୍ଦେଶକ ଅଧ୍ୟାପକ ରାଜେଶ୍ ଦାସ,ସହ ନିର୍ଦ୍ଦେଶକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୁରଥ କୁମାର ପଟ୍ଟନାୟକ ,ଅଧ୍ୟାପକ ତ୍ରିଲୋଚନ ପ୍ରଧାନ,ସର୍ବ ଶିକ୍ଷା ଅଭିଯାନର ଗୋଷ୍ଠୀ ସାଧନ କର୍ମୀ ରେଖା ଦାସ,ଶିକ୍ଷକ ସତ୍ୟ ନାରାୟଣ ନାୟକ,ହରେନ୍ଦ୍ର ମହନ୍ତ,ଶାନ୍ତନୁ ଦାସ ଙ୍କ ସହିତ ଅନ୍ୟାନ୍ୟ ଅଭିଭାବକ ମଧ୍ୟ ଏ ଯାତ୍ରାରେ ସାମିଲ ହୋଇଛନ୍ତି l ୨୫ ତାରିଖ ଓଡ଼ିଶା ଦଳ ନାଟକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ବାହାରି ଯାଇଛନ୍ତି l ଯେଉଁ ଦଳ ଏ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିବ ସେ ଦଳ ଜାତୀୟ ସ୍ତରରେ ଆସନ୍ତା ଡିସେମ୍ବର ୩ ତାରିଖ ଆନ୍ତର୍ଜାତୀୟ ଦିବ୍ଯାଙ୍ଗ ଦିବସରେ ପରାପ୍ରେକ୍ଷୀରେ ଅଂଶ ଗ୍ରହଣ କରିବେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

କୋଏଲନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ….

masiha

ଶାନ୍ତି ଶକ୍ତି ଭଵନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

masiha

Leave a Comment

error: Content is protected !!