ବରିଷ୍ଠ ନାଗରିକ ସ୍ବାସ୍ଥ୍ୟ ଓ କଲ୍ୟାଣ ନ୍ୟାସ ର ଛାଡଖାଇ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ.
ରାଉରକେଲା: କୋଏଲ ନଗର ସି ବ୍ଲକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ପାର୍କରେ ଥିବା ବରିଷ୍ଠ ନାଗରିକ ସ୍ବାସ୍ଥ୍ୟ ଓ କଲ୍ୟାଣ ନ୍ୟାସ ତରଫରୁ ଛାଡଖାଇ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସି ବ୍ଲକ୍ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ନ୍ୟାସର ସଭାପତି ତଥା ମ୍ୟାନେଜିଂ ଟ୍ରଷ୍ଟି ଚିତ୍ତରଞ୍ଜନ ଦାସ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବିପ୍ରଚରଣ ସେଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହ କିଛି ଅତିଥି ଯୋଗଦେଇ କାର୍ଯ୍ୟକ୍ରମକୁ ସୁନ୍ଦର ଓ ସଫଳ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଦାସ ସ୍ବାଗତ ଭାଷଣ ରଖିଥିଲା ବେଳେ ଉପସଭାପତି ପିତାମ୍ବର ଲେଙ୍କା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅତିଥି ଭାବେ ଯୋଗଦେଇଥିବା ଡାକ୍ତର କୃପାସିନ୍ଧୁ ନାୟକ ଙ୍କ ରଚିତ ପୁସ୍ତକ କୃପାସିନ୍ଧୁ ନାୟକଙ୍କ କବିତା ସମଗ୍ର କୁ ଉନ୍ମୋଚନ କରାଯାଇଥିଲା। ପୁସ୍ତକ ସମ୍ପର୍କରେ କବି ଡା ନାୟକ ନିଜସ୍ଵ କବିତା ଗାନ ସହ ପୁସ୍ତକ ଲେଖିବାର କାରଣ ଓ ପ୍ରେରଣା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଅନ୍ୟତମ ଅତିଥି ଇଂ ଅଜିତ୍ ପୁଜାରୀ, ଡ଼ଃ ମୀନତି ପଣ୍ଡା ଓ ଉପସଭାପତି ଶ୍ରୀ ଲେଙ୍କା କିଛି ସୁନ୍ଦର ସଂଗୀତ ଗାନ କରି ସମସ୍ତଙ୍କ ମନ ମୋହିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ,ଯୋଗ, ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଅନ୍ୟ ଟ୍ରଷ୍ଟି , ସଦସ୍ୟ ଓ ଅତିଥିଙ୍କ ମଧ୍ୟରେ ସର୍ବଶ୍ରୀ ଭାଗିରଥି ନାୟକ, ପ୍ରଦୀପ କୁମାର ପତି, ସନ୍ତୋଷ କୁମାର ମହାପାତ୍ର, ମହାବୀର ପ୍ରସାଦ ନାଥ, ଶୁଭ୍ରାଂଶୁ ମିଶ୍ର,ସନ୍ତୋଷ ମହାନ୍ତି, ଜ୍ୟୋସ୍ନାରାଣୀ ରାଉତଙ୍କ ସମେତ ଅତିଥି ଭାବେ ସର୍ବଶ୍ରୀ ସଂଜୀବ ମହାନ୍ତି,ଭାରତ ଭୁଷଣ ମହାନ୍ତି, ପ୍ରଭାତ ମହାନ୍ତି, ତ୍ରିଲୋଚନ ପରିଡ଼ା, ଲତିକା ପଟ୍ଟନାୟକ, ମଞ୍ଜୁଶ୍ରୀ ସ୍ବାଇଁ, ଗୈ।ରୀବାଳା ମାଝୀ, ଅକ୍ଷୟ ଦାସ, ଜଟାଧାରୀ ମାଝୀ , ତ୍ରିନାଥ ସେଠୀ, ସରୋଜ ଦାସ,ଡାକ୍ତର ହରିଶ୍ ଦାସ, ସୁବାସ ପ୍ରଧାନ , ସୂର୍ଯ୍ୟ ପାଢ଼ୀ , ସଂଯୁକ୍ତା ପାଢୀ,ଚିତ୍ତରଞ୍ଜନ ସେନାପତି, ପରଭେଜ ଅରୋରା, ବଂଶୀଧର ଦାସ, ସ୍ବର୍ଣ୍ଣଲତା ସାମଲ , ହରେକୃଷ୍ଣ ନାୟକ, ଶାନ୍ତନୁ ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ବିମଳ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

