ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୁସୀ ଆନନ୍ଦର ଆସର ଖ୍ରୀଷ୍ଟମାସ ବଡଦିନ

ଏକ ନିଆରା ଉତ୍ସବ ଓ ଖୁସିର ମାହୋଲ ସୃଷ୍ଟି କରେ ବଡଦିନ ! ସବୁ ବର୍ଗର, ସବୁ ଜାତିର ଲୋକମାନେ ଏହି ଉତ୍ସବରେ ସାମିଲ ହୋଇ ପାଳନ କରନ୍ତି ଖ୍ରୀଷ୍ଟମାସ ! ଆମେ ଆପଣ ମାନଙ୍କୁ ନେଇ ଯାଉଛୁ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତର ସାହାଡ଼ା ଗ୍ରାମକୁ ଯୋଉଠି ପ୍ରେମ ଆନନ୍ଦରେ ସମସ୍ତେ ଲୁଟୁଛନ୍ତି ବଡଦିନର ମଜା ! ସ୍ଥାନୀୟ ୱାର୍ଡ ସଭ୍ୟ ମନୋଜ ଜେନାଙ୍କ ଉପସ୍ଥିତି, ଏବଂ ନରେଶ ଜେନା, ସୁବାସ ଜେନା, ଲିପୁନ ଜେନାଙ୍କ ସହଯୋଗରେ ଆୟୋଜିତ ଉତ୍ସବ ରେ ଛୋଟଛୋଟ ପିଲାଙ୍କ ନୃତ୍ୟ ଅତି ଚିତାକର୍ଷକ ହୋଇଥିଲା ! ବଡଦିନର ତାତ୍ପର୍ଯ୍ୟ ବିଷୟରେ ଆଚାର୍ଯ୍ୟ ଗାବ୍ରିଏଲ ସେଠୀ ଉପସ୍ଥିତ ବ୍ୟକ୍ତି ମାନଙ୍କ ପାଖରେ ମତ ରଖିଥିଲେ !

ଦିଗହରା ମାନବ ସମାଜକୁ ସଠିକ ମାର୍ଗରେ ଯିବାକୁ, ଏବଂ ଈଶ୍ୱର ଭୟ ନଥିବାରୁ ମଣିଷ କିପରି ବିନଷ୍ଟ ପଥକୁ ଚାଲିଯାଉଛି ତାର ଉପସ୍ଥାପନା କରାଯାଇଥିଲା ! ସାମ୍ପ୍ରତିକ ସମାଜରେ ହିଂସା, ଯୁଦ୍ଧ, ଗଣଦୁଷ୍କର୍ମ ଭଳି ସାମାଜିକ ଅପରାଧ ଗୁଡିକ ବ୍ୟାପି ଚାଲିଥିବା ବେଳେ ପ୍ରଭୁ ଯୀଶୁଙ୍କ ପଡୋଶୀଙ୍କୁ ପ୍ରେମକର ବାଣୀ ଦିଗଦର୍ଶନ ଦେବ ବୋଲି ମତବ୍ୟକ୍ତ କରାଯାଇ ଉପସ୍ଥିତ ବ୍ୟକ୍ତିଙ୍କୁ ଭାଇଚାରା ସୃଷ୍ଟି କରିବାକୁ ଉତ୍ସାହିତ କରାଯାଇଥିଲା ! ଅନ୍ୟମାନଙ୍କ ମଧ୍ୟରେ ପାଳକ ଗିରିଧାରୀ ସାମଲ, ସଲମାନ ସାମଲ, ସତ୍ୟପ୍ରକାଶ ଜେନା, ବାବୁଲ ଜେନା, ଡମ୍ବରୁଧର ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଗୁଡୁଲୀ, ବର୍ଷା, ଶ୍ରାବଣୀ, ପୂଜା, ମଣ୍ଟୁ, ସାଗର, କୁନାଲ, ମାମୁନି, ଦୀକ୍ଷା, ଝୁନୀଲତା, ନିରୁପମା, ପ୍ରିୟଙ୍କା ସୋନି, ରୁନୁ ଓ ସନ୍ଧ୍ୟା ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମରେ ଉତ୍ସବକୁ ସରସ ସୁନ୍ଦର କରିବାରେ ସାହାଯ୍ୟ କରିଥିଲେ !

କୁଜଙ୍ଗ ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha.

Related posts

ଅବସରପ୍ରାପ୍ତ ପୁଲିସ ଅଫିସର୍ ସଂଘର ବାର୍ଷିକ ଉତ୍ସବ

masiha

ପଶ୍ଚିମ ଓଡିଶା ସାାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା ଗୃହ ସୁରକ୍ଷା ସଚେତନତା କର୍ମଶାଳା

masiha

ବେଲଗାଁ ମହିମା ଆଶ୍ରମରେ ନୁଆଁଖାଇ ପର୍ବ ପାଲିତ

masiha

Leave a Comment

error: Content is protected !!