ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ପଞ୍ଚାୟତ ଗୃହ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନୂତନ ପଞ୍ଚାୟତ ଗୃହ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଲାଞ୍ଜିଗଡ଼,୧୧/୦୩(ମନିସ) କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ଗ୍ରାମ ପଞ୍ଚାୟତ ଭାବେ ପରିଚିତ ଲାଞ୍ଜିଗଡ଼ ଗ୍ରାମପଞ୍ଚାୟତର ନିଜସ୍ୱ ଗୃହ ନଥିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ଏବଂ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଦୀର୍ଘ ବର୍ଷ ଧରି ସ୍ଥାନୀୟ ସେବା ସମବାୟ ସମିତି ପରିସରରେ ଏହାର ଅସ୍ଥାୟୀ କାର୍ଯ୍ୟାଳୟ ଚାଲୁଥିଲା । ତେବେ ଦୀର୍ଘ ୬୮ବର୍ଷର ଦାବି ପୂରଣ ହେବାକୁ ଯାଉଥିବାବେଳେ ଲାଞ୍ଜିଗଡ଼ ଗ୍ରାମ ପଞ୍ଚାୟତର ନିଜସ୍ୱ ଗୃହ ପାଇଁ ଆଜି ଭୂମିପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗଦେଇ ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରାଜେନ୍ଦ୍ର ପ୍ରତାପ ସିଂଦେଓ, ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ ସମିତିସଭ୍ୟା ସୁମତି ମାଝୀ, ନାଏବ ସରପଞ୍ଚ ହରି ତାଣ୍ଡି, ଶିକ୍ଷାବିତ ଗୋପବନ୍ଧୁ ପୃଷ୍ଟି, ସମାଜସେବୀ ହରିଶଙ୍କର ପାତ୍ର, ବରିଷ୍ଠ ନାଗରିକ ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଯୋଗାଣ ସହାୟକ ରାଜେନ୍ଦ୍ର ମହାଖୁଡ ଓ ତାଙ୍କ ପତ୍ନୀ ନମିତା ମହାଖୁଡ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ଗ୍ରାମରୋଜଗାର ସେବକ, ୱାର୍ଡ ସଭ୍ୟସଭ୍ୟାଙ୍କ ସହିତ ଯୁବ ସମାଜସେବୀ ଦାଶରଥୀ ତାଣ୍ଡି, ବସନ୍ତ ନାଏକ ଓ ପରମାନନ୍ଦ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

କୋଷାଗୁମୁଡା ବ୍ଳକର ଜୟ କିଶାନ ଫିଲିପିସ ମେମୋରିଆଲ ହାୟର ସେକେଣ୍ଡାରୀ ସ୍କୁଲର ସଫଳତା

“ଆମେ ଓଡିଆ”ର ଅକ୍ଷୟ ତୃତୀୟା ପାଳନ ଓ କାର୍ଯ୍ୟକାରୀ କମିଟି ବୈଠକ

masiha

କଞ୍ଜୁମର ୱଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନ ଅଫ ଇଣ୍ଡିଆ ତରଫରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ 

Sunil Chandra Nayak

Leave a Comment

error: Content is protected !!