ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଳତୁମା ଗାଁ ର ସଂକୀର୍ତ୍ତନ ମଣ୍ଡଳୀ ଟାଟା ଏସିରେ ଫେରୁଥିଲା ବେଳେ ମର୍ମତୁଦ ସଡ଼କ ଦୁର୍ଘଟଣାର ଶୀକାର ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି, ପହଞ୍ଚିଲେ ନଗରପାଳ ଓ କାଉନସିଲର

କାମାକ୍ଷାନଗର -(ମ ନି ସ)6/5/23 //କାମାକ୍ଷନଗର ଏନ୍.ଏ.ସି ,୧୩ ନମ୍ବର ଓ୍ଵାର୍ଡ ଆଳତୁମା ଗ୍ରାମର ଏକ ସଂକୀର୍ତ୍ତନ ମଣ୍ଡଳୀ କୋଟଗରା ରୁ ସଂକୀର୍ତ୍ତନ ସାରି ଫେରିଵାଵେଳେ ଆଜି ଭୋର ୬ ଘଟିକା ସମୟରେ ମହୁଲପାଳ ,ରାମିଆଳ ପୋଲ ନିକଟରେ ,ପ୍ରାୟ ୧୫ ଫୁଟ ତଳକୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା, ୨୦ ରୁ ଆହାତ ଥିବା ବ୍ୟକ୍ତି କାମାକ୍ଷନଗର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲାଵେଳେ ଗୁରୁତର ୫ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ଖବର ପାଇବା କ୍ଷଣି କାମାକ୍ଷନଗର ସହରର ନଗରପାଳ ଧର୍ମାନନ୍ଦ ପରିଡାଙ୍କ ସହ ସ୍ଥାନୀୟ କାଉନସିଲର ସଞ୍ଜୟ ପରିଡା ଡାକ୍ତରଖାନାରେ ପହଞ୍ଚି ଦୁର୍ଘଟଣାଗସ୍ତ ଲୋକମାନଙ୍କ ସ୍ବାସ୍ଥ୍ୟାବସ୍ଥା ଵୁଝିଵା ସହିତ ଗୁରୁତର ଆହାତ ମାନଙ୍କୁ କଟକ ବଡ଼ ମେଡ଼ିକାଲ ପଠାଇବାରେ ସମ୍ପୂର୍ଣ ସହାୟତା ପ୍ରଦାନ କରିଛନ୍ତି l ସର୍ଵୋପରି ଆହତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରି ଇଶ୍ବରଙ୍କ ନିକଟରେ ଆହତ ମାନଙ୍କ ପାଇଁ ଦ୍ରୁତ ଆଶୁ ଆରୋଗ୍ୟ କାମନା କରିଛନ୍ତି।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡିଆପାରୀରେ ଅଘଟଣ,ପାଖ ପୋଖରୀ ରେ ବୁଡି ତିନି ବର୍ଷର ଶିଶୁ କନ୍ୟା ମୃତ

masiha

ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ୮ ସଦସ୍ୟ 

masiha

ସମସ୍ୟା ଘେରରେ ବୁଢ଼ୀଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

masiha

Leave a Comment

error: Content is protected !!