ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ମାଲ, ଦରୀୟା ମେ ଡାଲ… ଲୋକଙ୍କ କାମକୁ ଆସୁନି ମାର୍କେଟ ପିଣ୍ଡି 

ସରକାରୀ ମାଲ, ଦରୀୟା ମେ ଡାଲ…

ଲୋକଙ୍କ କାମକୁ ଆସୁନି ମାର୍କେଟ ପିଣ୍ଡି 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ତେଣ୍ଡାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଣ୍ଡାପାଲି ଗ୍ରାମରେ ନିର୍ମିତ ବଜାର ପିଣ୍ଡି କାମକୁ ଆସୁ ନ ଥିବା ଦେଖିବାକୁ ମିଳିଛି l ଡି.ଆର.ଡି.ଏ.କଳାହାଣ୍ଡି ଅନୁଦାନ ରେ ୫ମ ଏସ୍.ଏଫ୍. ସି (ଜି.ଏଫ୍. )ସ୍କିମ ମାଧ୍ୟମରେ ଦଶଲକ୍ଷ୍ୟ ଟଙ୍କା ବ୍ୟୟରେ ଦଶଟି ପିଣ୍ଡି ୨୦୨୨ ମସିହାରେ ତେଣ୍ଡାପାଲି ଶିବ ମନ୍ଦିର ନିକଟରେ ନିର୍ମାଣ କରାଯାଇଥିଲା l ସରକାର ଙ୍କ ଏହି ଯୋଜନା ଗ୍ରାମ୍ୟ ବଜାରୀକରଣ କୁ ପ୍ରୋତ୍ସାହନ କରି ଖୁଚୁରା ବ୍ୟବସାୟୀ ଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ମୁଖ୍ୟ ଉଦ୍ଦେଶ୍ୟ ଥିଲା l ହେଲେ ନିର୍ମାଣ ର ମାସକ ମଧ୍ୟରେ ବଜାର ପିଣ୍ଡି ଗୁଡାକ ଫାଟିବା ଆରମ୍ଭ ହୋଇଥିଲା ।ଦିନ ଟିଏ ବି ଉକ୍ତ ବଜାରରେ ପିଣ୍ଡି କୁ ବ୍ୟବହାର କରା ଯାଇ ନାହିଁ ଫଳରେ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ କରାଯାଇଛି ସେହି ଉଦ୍ଦେଶ୍ଯ ସାଧିତ ହୋଇ ପାରି ନାହିଁ ବୋଲି ଅଭିଯୋଗ ହୋଇଛି।ଯାହାଫଳରେ ସରକାରଙ୍କ ଅନୁଦାନ ଅର୍ଥରେ ଯୋଜନା ଗୁଡିକ ଖତ ଖାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି l ଏ ବିଷୟରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଙ୍କୁ ପଚାରିବାରୁ ଏହାର ତଦନ୍ତ କରି ମାର୍କେଟ ପିଣ୍ଡି ଗୁଡିକୁ ଲୋକଙ୍କ ବ୍ୟବହାର ଉପଯୋଗୀ କରାଯିବ ବୋଲି ପ୍ରକାଶ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସ୍ୱାଧୀନତା ଦିବସ–୨୦୨୬ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ

masiha

ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ , ଦ୍ୱାଦଶ ପରୀକ୍ଷାରେ ପ୍ରୋକ୍ସାନୀ ମେହେର ନର୍ଲାବ୍ଲକ୍ ଟପର୍ ହୋଇଥିବା ବେଳେ ଦଶମ ପରୀକ୍ଷାରେ ଅନ୍ୱେଷା ପଣ୍ଡା ନର୍ଲାବ୍ଲକ୍ ଟପର୍ ହୋଇଛନ୍ତି 

Leave a Comment

error: Content is protected !!