ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାନ୍ଦା ଆଦାୟ କରି ରାସ୍ତା ତିଆରି କରିଲେ ଚାଟିଗୁଡା ଗ୍ରାମ ବାସୀ 

ଚାନ୍ଦା ଆଦାୟ କରି ରାସ୍ତା ତିଆରି କରିଲେ ଚାଟିଗୁଡା ଗ୍ରାମ ବାସୀ 

ଡାବୁଗାଁ ୩୦/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧୀନ ଚାଟିଗୁଡା ଗ୍ରାମ ରେ ଖେଳ ପଡ଼ିଆ ଓ ଅଙ୍ଗନୱାଡ଼ି କେନ୍ଦ୍ର କୁ ଯିବାପାଇଁ ରାସ୍ତା ନଥିଲା । ସରକାର ଖେଳ ପଡ଼ିଆ ଓ ଅଙ୍ଗନୱାଡ଼ି କେନ୍ଦ୍ର ତିଆରି କରି ଦେଲେ କିନ୍ତୁ ପିଲା ମାନେ କେମିତି ଅଙ୍ଗନୱାଡ଼ି ଯିବେ ସେଥି ପ୍ରତି ଦୃଷ୍ଟି ଦେଲେ ନାହିଁ | ଗ୍ରାମବାସୀ ଙ୍କ ଅଭିଯୋଗ କି ବାରମ୍ବାର ଗ୍ରାମସଭା ପଲ୍ଲୀ ସଭାରେ ଲିଖିତ ଭାବରେ ଦେଲେ ମଧ୍ୟ ତାହା କେବଳ ଲିଖିତ ଭାବରେ ରହିଯାଉଛି । ଏମଜିଏନଆରଇଜିଏସ ରେ ମଧ୍ୟ କାର୍ଯ୍ୟ ହେବା ପାଇଁ ଲିଖିତ ଭାବରେ ଦିଆଯାଇଛି କିନ୍ତୁ ତାହା କାର୍ଯକାରୀ ହୋଇପାରୁନାହିଁ । ଗ୍ରାମବାସୀ ଙ୍କ ଅଭିଯୋଗ ଖେଳପଡ଼ିଆ ଥିଲେ ମଧ୍ୟ ରାସ୍ତା ନଥିବାରୁ ପିଲା ମାନଙ୍କ ର କୌଣସି କାର୍ଯ୍ୟ ରେ ଆସୁନଥିଲା । ଚାଷୀ ଏହି ବର୍ଷ ର ରବି ଫସଲ ମକା ଚାଷ କୁ ରଖିବା ପାଇଁ କୌଣସି ସରକାରି ବ୍ୟବସ୍ଥା ନ ଥିବାରୁ କାଳବୈଶାଖୀ ରେ ଡରରେ ପାଖାପାଖି ୫୦୦ ଟନ୍ ଶସ୍ୟ କୁ ଖେଳ ପଡିଆ କୁ ନେଇ ରଖିଥିଲେ । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ଗ୍ରାମରେ ଚାନ୍ଦା ଆଦାୟ କରି ନିଜେ ରାସ୍ତା ତିଆରି କରିଥିବା ଦେଖିବାକୁ ମିଳିଛି । ଏଥିପ୍ରତି ସରକାର ଦୃଷ୍ଟିଦେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ସଫଳ ଅୟୋଜନ ନେଇ ସମ୍ବର୍ଧନା ସଭା ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ଉପଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧିତ କଲେ କର୍ମକର୍ତ୍ତା

masiha

ଓଡିଶା ପତ୍ରକାର ସଂଘର 15 ତମ ବାର୍ଷିକ ଉତ୍ସବ

masiha

ଶ୍ରଦ୍ଧା ରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!