ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳବୈଶାଖୀ ବର୍ଷାରେ ଭିଜିଲା ମକା,ଚିନ୍ତାରେ ଚାଷୀ 

କାଳବୈଶାଖୀ ବର୍ଷାରେ ଭିଜିଲା ମକା,ଚିନ୍ତାରେ ଚାଷୀ 

ଡାବୁଗାଁ ୩୦/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଜଳ ସେଚନ ସୁବିଧା ନଥିବା ବେଳେ ଏଠାକାର ଚାଷୀ ମାନେ ନଦୀ ଓ ନାଳର ପାଣି ଉପଯୋଗ କରି ରବି ଋତୁରେ ମକା ଚାଷ କରିଥିଲେ । ପ୍ରଶାସନ ପକ୍ଷରୁ ଚାଷୀଙ୍କ ଶସ୍ୟ ସୁରକ୍ଷିତ ରଖିବା ପାଇଁ କୌଣସି ସୁବିଧା କରିନଥିବା ବେଳେ ସ୍ଥାନ ଅଭାବ ଯୋଗୁଁ ଚାଷୀ ମାନେ ଅସୁରକ୍ଷିତ ଭାବେ ଶସ୍ୟ ରଖିଥିବା ବେଳେ ବର୍ଷାରେ ଭିଜିଯାଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।

ଚଳିତ ବର୍ଷ ବହୁ ଚାଷୀ ରବି ଚାଷରେ ମକା ଚାଷ କରିଥିଲେ । ସ୍ଥାନ ଅଭାବ ଯୋଗୁଁ ଡ଼ାବୁଗାଁ ବ୍ଳକର ମେଦନା ଓ ଅଞ୍ଚଳା, ଚଚରାଗୁଡା ପଞ୍ଚାୟତର କିଛି ଚାଷୀ ମକା ଜମିରୁ ମକା ଭାଙ୍ଗି ରାସ୍ତା ଉପରେ ଶୁଖାଇ ଥିଲେ। କିଛି ଚାଷୀ ମକା ମିଲିଙ୍ଗ କରି ରାସ୍ତା ଉପରେ ଶୁଖାଇ ଥିଲେ। ତେବେ କାଳବୈଶାଖୀ ବର୍ଷା ହୋଇଥିଲା । ଯେଉଁ ଚାଷୀଙ୍କ ନିକଟରେ ପଲିଥିନ ଥିଲା ସେମାନେ ମକାକୁ ଘୋଡାଇ ଥିବା ବେଳେ ଅନ୍ୟ ମାନଙ୍କ ମକା ଖଳା ଆକାଶ ତଳେ ବର୍ଷାରେ ଭିଜି ଯାଇଥିଲା । ପ୍ରାୟ ଚାଷୀଙ୍କ ମକା ବର୍ଷା ଯୋଗୁଁ ଭିଜି ଯାଇଥିବା ଅଭିଯୋଗ ହୋଇଛି । ମକା ବର୍ଷାରେ ଭିଜି ଯିବା ପରେ ଗଜା ହେବା ସହ ରଙ୍ଗ ପରିବର୍ତ୍ତନ ହେବା ନେଇ ଚାଷୀ ମାନେ ଆଶଙ୍କା କରୁଛନ୍ତି । ଯଦି ମକା ଗଜା କିମ୍ବା ରଙ୍ଗ ପରିବର୍ତ୍ତନ ହେଲେ ବଜାରରେ ଉଚିତ ମୂଲ୍ୟରେ ବିକ୍ରି ହେବ ନାହିଁ ବୋଲି ଚାଷୀ ମାନେ କହିଛନ୍ତି । ଧାର ଉଧାର କରି ଚାଷ କରିଥିବା ଚାଷୀ ମାନେ ଏବେ ଋଣ କିଭଳି ଶୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୧ – ପୂର୍ବତନ ବିଧାୟକଙ୍କ ପରଲୋକ , ୨- ବିଦ୍ୟୁତ ତାର ସଂସ୍ପର୍ଶିରେ ଆସି ଜଣେ ଗୁରୁତର , ୩- ଜଙ୍ଗଲ ମଧ୍ୟରେ ଚାଷ ନିଷ୍ପତି  , ୪- ଲମ୍ବୋଦରପୁର ଗ୍ରାମ ନିକଟ ଗଛରେ ଅଜଣା ଲୋକର ଝୁଲନ୍ତା ମୃତଦେହ ଠାବ  , ୫ – ଆଳତୁମା ଦଧିବାମନ ଜୀଉ ମନ୍ଦିର ପରିଚାଳନା କିମିଟି ତରଫରୁ ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ଜ୍ଞାନାଲୋକ ଟ୍ରଷ୍ଟର ବାର୍ଷିକ ବୈଠକ ଏବଂ ପୁରସ୍କାର ବିତରଣ ସମାରୋହ 2025 ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ମାଟିର ପୁଅ  ଆରକ୍ଷୀ ଉପ ନିରୀକ୍ଷକ କ୍ଷୀରୋଦ ଚନ୍ଦ୍ର ବାଗ ରାଜ୍ୟପାଳ ପଦକରେ ସମ୍ମାନୀତ

masiha

Leave a Comment

error: Content is protected !!