ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ

ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ

 ନର୍ଲା: କଳାହାଣ୍ଡିର ଯୁବ ଲେଖକ ତଥା ଗବେଷକ ସୁଧୀର କୁମାର ଧଙ୍ଗଡ଼ାମାଝୀ ‘ଭାରତସ୍ କଲଚରାଲ୍ କନେକସନ୍ସ ଏକ୍ରସ୍ ଦ ଗ୍ଲୋବ୍’ ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ ପାଇଁ ଆମନ୍ତ୍ରିତ ହୋଇଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳା କେନ୍ଦ୍ର (ଆଇଜିଏନସିଏ) ପକ୍ଷରୁ ଗ୍ରେଟର ଇଣ୍ଡିଆ ସୋସାଇଟିର ଶତବାର୍ଷିକୀ ଉପଲକ୍ଷେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତା ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ‘ଫ୍ରମ୍ ମହାନଦୀ ଟୁ ମେଲାକା: ମ୍ୟାପିଂ ଦ ମାରିଟାଇମ୍ ଟ୍ରେଡ୍ ରୁଟ୍ସ ଅଫ୍ କଳିଙ୍ଗ ସାଧବସ୍’ ଶୀର୍ଷକ ତାଙ୍କ ଗବେଷଣାପତ୍ରରେ ପ୍ରାଚୀନ କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସିଆକୁ ସଂଯୋଗ କରୁଥିବା ଐତିହାସିକ ନୌବାଣିଜ୍ୟ ପଥ ତଥା ବାଣିଜ୍ୟିକ ସାମଗ୍ରୀ ସମେତ ବିଚାର ଓ ସଂସ୍କୃତି ଆଦାନପ୍ରଦାନରେ କଳିଙ୍ଗର ସାଧବମାନଙ୍କ ଭୂମିକାକୁ ଅନୁଶୀଳନ କରାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମରେ ଜନ୍ମିତ ସୁଧୀର ଜଣେ ଗବେଷକ, ଲେଖକ, ସମ୍ପାଦକ, ଉଦଘୋଷକ ତଥା ସଂସ୍କୃତି କର୍ମୀ। ସଂପ୍ରତି ସେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବରିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ। ଶିକ୍ଷା, ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ତାଙ୍କ ଅଧ୍ୟୟନ ଓ ଗବେଷଣାର ପ୍ରମୁଖ କ୍ଷେତ୍ର। ତାଙ୍କ ଗଳ୍ପ ସଂକଳନ ‘ଖଂଗାର’ ୨୦୨୧ରେ ଟାଇମପାସ୍ ବେଷ୍ଟସେଲର ପୁରସ୍କାର ଲାଭ କରିଥିବା ବେଳେ ୨୦୨୦ ଓ ୨୦୨୧ରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ସଂକ୍ଷିପ୍ତ ସୂଚୀରେ ସ୍ଥାନିତ ହୋଇଥିଲା। ଏହି ଅନ୍ତର୍ଜାତୀୟ ମଞ୍ଚରେ ସେ ଅସୁରଗଡ଼ରୁ ସାନ୍ଦୁଲ, ତେଲ ଓ ମହାନଦୀ ଦେଇ ବଙ୍ଗୋପସାଗର, ମେଲାକା ପ୍ରଣାଳୀ ଓ ଦକ୍ଷିଣ-ପୂର୍ବ ଏସିଆ ପର୍ଯ୍ୟନ୍ତ ବ୍ୟାପ୍ତ ଐତିହାସିକ ସଂଯୋଗକୁ ବିଶ୍ୱର ଶିକ୍ଷାବିତ୍ ଓ ଗବେଷକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ପାଇବେ ବୋଲି ଶ୍ରୀ ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

Sunil Chandra Nayak

ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା: କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ  

Sunil Chandra Nayak

ମା’ କିଚକେଶ୍ବରୀ କ୍ଳାସେସ୍(ଏମ୍. କେ.କ୍ଲାସେସ୍)ରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ବାଗତ। ପ୍ରତ୍ସାହନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!