ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିତର ନୌବାଣିଜ୍ୟ ହିଁ ଉତ୍କଳର ପରିଚୟ: ମମତା ସାହୁ 

ଅତିତର ନୌବାଣିଜ୍ୟ ହିଁ ଉତ୍କଳର ପରିଚୟ: ମମତା ସାହୁ 

 ରାଇରଙ୍ଗପୁର- ତା.୨୭/୧୧ ଆଜକୁ ପ୍ରାୟ ୧୫୦୦ବର୍ଷ ପୁର୍ବେ ଉତ୍କଳର ସାଧବ ପୁଅ ମାନେ ସମୁଦ୍ର ପଥରେ ବାଲି, ଜାଭା, ସୁମାତ୍ରା ଓ ବର୍ଣ୍ଣିଓ ପ୍ରଭୃତି ଦ୍ୱିପ ମାନଙ୍କୁ ବାଣିଜ୍ୟ ବେପାର କରିବାକୁ ଯାଉଥିଲେ । ସେମାନେ କାର୍ତିକ ମାସରେ ଯାଇ ଆଶାଢ଼ ମାସରେ ଫେରୁଥିଲେ । ଏହିଭଳି ସେମାନେ ଓଡ଼ିଶାକୁ ଧନସମ୍ପଦରେ ଭରପୁର କରିବା ସହ ବିଭିନ୍ନ ଅଂଚଳ ସହିତ ଓଡ଼ିଶାର ସମ୍ପର୍କକୁ ମଜଭୁତ କରୁଥିଲେ । ଏପରି ଇତିହାସ କେବଳ ଓଡ଼ିଶାକୁ ଛାଡ଼ିଦେଲେ ଭାରତର ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେ ନାହିଁ । ତେଣୁ ଅତିତର ନୈବାଣିଜ୍ୟ କଥା ଉଠିଲେ ଓଡ଼ିଶାକୁ ହିଁ ବୁଝାଇଥାଏ ବୋଲି ଉଦଳାସ୍ଥିତ ଇନରହୁଇଲ କ୍ଲବର ସଭାପତି ମମତା ସାହୁ ବ୍ୟକ୍ତ କରିଛନ୍ତି । ଅତିତର ସେହି ନୈବାଣିଜ୍ୟ କଥାକୁ ମନେ ରଖିବା ପାଇଁ ଆଜିବି କାର୍ତିକ ପୁର୍ଣ୍ଣିମା ଦିନ ବୋଇତ ବନ୍ଦାଣ ପର୍ବ ଅନୁଷ୍ଠିତ ହେଉଛି ବୋଲି କହିଛନ୍ତି । ଏହି ଅବସରରେ ପ୍ରତିବର୍ଷ ପରି ଇନରହୁଇଲ କ୍ଲବ ତରଫରୁ ‘ନୈବାଣିଜ୍ୟ ହିଁ ଉତ୍କଳର ପରିଚୟ’ ଶିର୍ଶକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । କ୍ଲବର ସଭାପତି ଶ୍ରୀମତୀ ସାହୁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜୟନ୍ତି ପଟ୍ଟନାୟକ, ଦିଗବାଳା ପରିଡ଼ା, ମନୋରମା ଜେନା, ସୁବାସିନି ବେହେରା, ଦିପ୍ତିମୟି ପୋଥାଳ, ସୁଭଦ୍ରା ରାଉତ, ମମତା ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ଲବର ସଂପାଦିକା ମିନାକ୍ଷୀ ମହାନ୍ତି କାର୍ଯ୍ୟକ୍ରମର ଶେଷ ସ୍ପର୍ଶ ଦେବା ସହ ଏହିସବୁ କାରଣରୁ ଓଡ଼ିଶାର ସ୍ୱତନ୍ତ୍ରତା ସ୍ୱତଃ ବାରିହୋଇ ପଡ଼େ ବୋଲି ବ୍ୟକ୍ତ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଗୁରୁ ଦିବସରେ ରାଜ୍ୟର ତିରିଶି ଜଣ ଲୋକ କଳା ଗୁରୁ ହେବେ ସମ୍ବର୍ଦ୍ଧିତ : ମହାସଂଘ 

Sunil Chandra Nayak

ବଡକୁଟୃ ପାତ୍ରବସା ରାସ୍ତା ଶୋଚନୀୟ, ପ୍ରଶାସନର ନିଘା ନାହିଁ

Sunil Chandra Nayak

ମାଟ୍ରିକ ପରୀକ୍ଷାଫଳ ରେ ବିଜରାଗୁଡ଼ା କନ୍ୟାଶ୍ରମର ରାଜ୍ୟ ସ୍ତରୀୟ ସଫଳତା

Leave a Comment

error: Content is protected !!