ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁ ଦିବସରେ ରାଜ୍ୟର ତିରିଶି ଜଣ ଲୋକ କଳା ଗୁରୁ ହେବେ ସମ୍ବର୍ଦ୍ଧିତ : ମହାସଂଘ 

ଗୁରୁ ଦିବସରେ ରାଜ୍ୟର ତିରିଶି ଜଣ ଲୋକ କଳା ଗୁରୁ ହେବେ ସମ୍ବର୍ଦ୍ଧିତ : ମହାସଂଘ 

ବ୍ରହ୍ମପୁର, ତା. ୨୬/୦୮ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ପବିତ୍ର ଗୁରୁ ଦିବସ ପାଳନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଳାପ୍ରାଣ କୈଳାସ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେପ୍ଟେମ୍ବର ୦୫ ତାରିଖ ଦିନ ପୂର୍ବାହ୍ନ ଦଶ ଘଟିକା ସମୟେ ସ୍ଥାନୀୟ ପ୍ରକାଶମ୍ ହାଲ୍- ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠରେ ରାଜ୍ୟସ୍ତରୀୟ ଗୁରୁ-ପୂଜନ ମହୋତ୍ସବ ମହାସମାରୋହରେ ପାଳନ କରାଯିବ ଏବଂ ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ତିରିଶି ଜଣ ଲୋକକଳା ଗୁରୁଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ଅଗଝୋଳ, ରତ୍ନେଶ୍ୱର ନାଟ୍ୟ ସଂଘ ପ୍ରଯୋଜିତ ଲୋକ ନାଟକ ” ଭାରତ ଲୀଳା ” ପ୍ରଦର୍ଶନ ମାଧ୍ୟମରେ ଆପ୍ୟାୟିତ କରାଯିବା ନେଇ ସ୍ଥିର କରାଗଲା । ଗୁରୁଶ୍ରୀ ଡଃ. ବିଜୟ ଚନ୍ଦ୍ର ମହାରଣା, ଅଭୟ କୁମାର ଦାସ, ଶ୍ରୀନିବାସ ବେହେରା, ଲମ୍ବୋଦର ଜମିଦାର, ରାଜେନ୍ଦ୍ର ରେଡ୍ଡୀ, ବୃନ୍ଦାବନ କହଁର, ଶ୍ରୀକୃଷ୍ଣ ବେହେରା, କାମେଶ୍ଵର ବିଶିମାଝୀ, ଅନ୍ତର୍ଯ୍ୟାମୀ ବେହେରା, ଶ୍ରୀନିବାସ ବେହେରା, ପିର୍ତ୍ତିସିଂ ପୂଜାରୀ, ଅନନ୍ତ ଦଣ୍ଡସେନା, ଉପେନ୍ଦ୍ର ଦଣ୍ଡସେନା, କର୍ଣ୍ଣ ବେହେର୍ଦ୍ଦଳାଇ, ବିରାଟ ବେହେର୍ଦ୍ଦଳାଇ, ତ୍ରିନାଥ ବଡାଇକ, ଅରୁଣ ପାତ୍ର, ଘନଶ୍ୟାମ ଦାସ, ଭାସ୍କର ସାମନ୍ତରା, ଶ୍ରୀକାନ୍ତ ବାଗ ଯାଦବ, ସୀତାରାମ ସେଠ, କର୍ଣ୍ଣ ଗୌଡ଼, ଗଙ୍ଗାଧର ସାହୁ, ସୀମାଞ୍ଚଳ ନାହାକ, ଚନ୍ଦ୍ରଭାନୁ ନାହାକ, ଟୁନା ଡାକୁଆ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଯଦୁମଣି ଗୌଡ଼, ନିରଞ୍ଜନ ସାହୁ ପ୍ରମୁଖଙ୍କୁ ଗୁରୁ-ଗୌରବ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ମହାସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ବୈଠକ ପରିଚାଳନାରେ ଗୁରୁ ଜି. ଶିବ ପ୍ରସାଦ ରାଓ, ମହେନ୍ଦ୍ର କୁମାର ସାହୁ ଏବଂ ଶ୍ରୀମତୀ ସୁମତି ସାହୁ ସହଯୋଗ କରିଥିଲେ। ପରିଶେଷରେ ଉପ-ମହାସଚିବ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

UGC ବିଲ ସପକ୍ଷରେ ବହୁଜନ ସଂଗଠନ ମାନଙ୍କର ପ୍ରସ୍ତୁତି ବୈଠକ

Sunil Chandra Nayak

ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା କୁ ରାଉରକେଲାରେ କାର୍ଯ୍ୟକ୍ଷମ କରାଯାଉ 

masiha

Leave a Comment

error: Content is protected !!