ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା ସାହୁ 

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା ସାହୁ 

ବାଲେଶ୍ୱର, ୧୧/୦୧/୨୪- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରତ୍ୟେକ ରବିବାର ପ୍ରତିଯୋଗିତା ମାଧ୍ୟମରେ ଇଚ୍ଛୁକ ସାହିତ୍ୟ ସାଧକ/ସାଧିକା ମାନଙ୍କୁ କିଛି ନା କିଛି ଶିକ୍ଷା ଦେବାର ବ୍ଯବସ୍ଥା ହୋଇଇଥାଏ । ଏହି ପରିପ୍ରେକ୍ଷୀରେ ଗତ ତା ୦୭/୦୧/୨୪ ରିଖ ଦିନ ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” କାଳି ଵୋହୂ ” । ପ୍ରସଙ୍ଗ ଦେଇଥିଲେ ସରସ୍ୱତୀ ପଣ୍ଡା, ଯାଜପୁର । ଏଥିରେ (୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୨) ପୂଜାରାଣୀ ପଣ୍ଡିତ, ବାଲେଶ୍ଵର (୩) ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା (୪) ମମତା ବେହେରା, କଟକ (୫) ଡକ୍ଟର ଚପଳା ପଣ୍ଡା, ଖୋର୍ଦ୍ଧା (୬) ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା (୭) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୮) ରଶ୍ମିରେଖା ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା ଓ (୯) ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା, ସୁନ୍ଦରଗଡ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଲେଖା ଗୁଡିକୁ ତନ୍ନ ତନ୍ନ କରି ସମୀକ୍ଷା କରିଥିଲେ ଯାଜପୁର ଜିଲ୍ଲାର ସୁ ସାହିତ୍ୟିକା ସରସ୍ୱତୀ ପଣ୍ଡା । ତାଙ୍କ ସମୀକ୍ଷାରୁ ରଶ୍ମିରେଖା ସାହୁ ପ୍ରଥମ ସ୍ଥାନ, ରଞ୍ଜୁଲତା ପାଢ଼ୀ ଦ୍ବିତୀୟ ସ୍ଥାନ ଓ ପୂଜାରାଣୀ ପଣ୍ଡିତଙ୍କୁ ତୃତୀୟ ସ୍ଥାନ ମିଳିଛି । ଗଦ୍ୟ ସାହିତ୍ୟର ଉନ୍ନତି ଲକ୍ଷ୍ୟ ନେଇ ଏ ଅନୁଷ୍ଠାନ ଗଠିତ । ତେଣୁ ପ୍ରତ୍ୟେକଙ୍କୁ କିଛି ନା କିଛି ଶିକ୍ଷା ଦେବା ଅନୁଷ୍ଠାନର ମୂଳ ଲକ୍ଷ୍ୟ । ସେଥିପାଇଁ ପ୍ରତିଯୋଗିତା ଅନୁଷ୍ଠିତ କରାଯାଥାଏ । ଇଚ୍ଛୁକ ସାହିତ୍ୟ ବନ୍ଧୁ ମାନେ ଏହି ପ୍ରତିଯୋଗିତାରେ ସ୍ବ ଇଚ୍ଛାରେ ଅଂଶ ଗ୍ରହଣ କରିଥାନ୍ତି । କାହାରିକୁ ଅଂଶ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇ ନଥାଏ । ସବୁଠାରୁ ଖୁସିର କଥା ଏହି ଅନୁଷ୍ଠାନରୁ ଶିକ୍ଷା ଲାଭ କରି ଯାଇ ଅନ୍ୟ ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ପଦବୀ ମଣ୍ଡନ କଲେଣି । ପ୍ରଭୁ ଜଗନ୍ନାଥ ସେହି ମାନଙ୍କୁ ଆର୍ଶୀବାଦ କରନ୍ତୁ ଆହୁରି ଆଗକୁ ଯାଆନ୍ତୁ । ଫଳାଫଳରେ କେହି ଭାଙ୍ଗି ପଡନ୍ତୁ ନାହିଁ, ଲେଖା ଜାରି ରଖନ୍ତୁ ନିଶ୍ଚୟ ଦିନେ ନା ଦିନେ ସ୍ଥାନ ଅଧିକାର କରିବାରେ ସକ୍ଷମ ହେବେ । ହଁ ମନେରଖନ୍ତୁ ବେଳେ ବେଳେ କବିତା ପ୍ରତିଯୋଗିତାକୁ ମଧ୍ୟ ଅନୁଷ୍ଠାନ ଧ୍ଯାନ ଦେଇଥାଏ ବୋଲି ସମ୍ପାଦକ କବି କମଳ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ଲେଖନୀ ଚାଲୁ ରଖିବା ପାଇଁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମୋ ଅନୁଷ୍ଠାନ ପରିବାର ତରଫରୁ ନିବେଦନ କରାଯାଇଛି । ପ୍ରକାଶ ଥାଉକି ଯିଏ ପ୍ରସଙ୍ଗ କି ଶୀର୍ଷକ ଦେଇଥାଏ ସେ ହିଁ ସମୀକ୍ଷା କରିଥାଏ । କିନ୍ତୁ ତାଙ୍କୁ ପ୍ରତିଯୋଗିତାରେ ଭାଗନେବାକୁ ସୁଯୋଗ ଦିଆଯାଇ ନଥାଏ ।।  

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପାଟଣାଗଡ଼ ଲାୟନ୍ସ କ୍ଲବର 44 ତମ ଶପଥ ଗ୍ରହଣ ସମାରୋହ ଉସବ ଅନୁଷ୍ଠିତ

Sunil Chandra Nayak

ବର୍ତି ଗଲା ଅନେକ ଜୀବନ ,ପାଣି ସୁଅରେ ଭାସି ଗଲା ଟ୍ରାକ୍ଟର 

masiha

ଗୁରୁ ପୂର୍ଣ୍ଣିମାରେ ଭୁବନେଶ୍ୱରରେ ଦେଖିବାକୁ ମିଳିଲା ସାମ୍ପ୍ରଦାୟିକ ସଦ୍‌ଭାବନାର ଅନନ୍ୟ ଉଦାହରଣ: ମୁସଲିମ୍ ସାଧିକା ଆଶ୍ମା ଦେଲେ ନାରାୟଣ ରେକି ଦୀକ୍ଷା, ଶହ ଶହ ମହିଳା ନେଲେ ଭାଗ

Sunil Chandra Nayak

Leave a Comment

error: Content is protected !!