ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପତ୍ନୀଙ୍କ ପରଲୋକ

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପତ୍ନୀଙ୍କ ପରଲୋକ

ଜଳେଶ୍ଵର,୫/୧୧(ମନିସ)-ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ନୀଳକାନ୍ତ ରଣାଙ୍କ ପତ୍ନୀ କୃଷ୍ଣା କୁମାରୀ ରଣା କଟକ ବଡ ମେଡିକାଲରେ ପରଲୋକ ହୋଇଯାଇଛି।ମୃତ୍ୟୁ ସମୟରେ ତାଙ୍କୁ ୭୪ ବର୍ଷ ହୋଇଥିଲା ।ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ। ଦୀର୍ଘ ଦିନ ଧରି ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ ପୁଅ ସ୍ୱରୂପ, ମଝିଆ ପୁଅ ଅନୁପ, ସାନପୁଅ ଅପରୂପ ଏବଂ ଦୁଇ କନ୍ୟା ଶୋଭାରାଣୀ ଓ ବିଭା ରାଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ଚନ୍ଦ,ସମାଜସେବୀ ସୁଶୀଲ କୁମାର ପରିଡ଼ା,ଜଗଦୀଶ ପ୍ରଧାନ,ଅରୁଣ କୁମାର ରାଉଳ,ସତ୍ୟ ରଞ୍ଜନ ରଣା,ଆଇନଜୀବୀ ସୁକୁମାର ରଣା,ସାମ୍ବାଦିକ ଆରତୀ ଦାସ ପ୍ରମୁଖ ସ୍ବର୍ଗତା ରଣାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।ତାଙ୍କର ପାର୍ଥିବ ଶରୀରକୁ ଏକ ଶୋଭଯାତ୍ରାରେ ନିଆଯାଇ ହାକାଣ୍ଡ ପୋଖରୀ ନିକଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଖପରlଡିହି ଓ ଛତିଶଗଡ ଧୂମାଭଟା ଠାରେ ତେଲନଦୀରେ ପୋଲ ନିର୍ମାଣ କରିବା ନେଇ ଲୋକଙ୍କ ଦାବି

Sunil Chandra Nayak

ଶୁଣ୍ଢୀକାଟେଣୀ ବାଘମୁଣ୍ଡା ରାସ୍ତା ରେ ଉନ୍ନତିକରଣ ମଂଜୁର

Sunil Chandra Nayak

ଶ୍ରୀ ଶ୍ରୀ ଐଶ୍ବଆନଏଶ୍ବର ମନ୍ଦିରରେ ଜଳଲାଗି କଲେ କାଉଡିଆ

masiha

Leave a Comment

error: Content is protected !!