ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଣ୍ଢୀକାଟେଣୀ ବାଘମୁଣ୍ଡା ରାସ୍ତା ରେ ଉନ୍ନତିକରଣ ମଂଜୁର

ଶୁଣ୍ଢୀକାଟେଣୀ ବାଘମୁଣ୍ଡା ରାସ୍ତା ରେ ଉନ୍ନତିକରଣ ମଂଜୁର 

କାମାକ୍ଷାନଗର(ମନିସ)25/10/25 — କାମାକ୍ଷାନଗର ଉପଖଣ୍ଡ ର ଜୟପୁରା କାଟେଣୀ ପଞ୍ଚାୟତ ର ଶୁଣ୍ଢୀକାଟେଣୀ ଗ୍ରାମଠାରୁ ପଞ୍ଚାୟତର ଆଦିବାସୀ ଗ୍ରାମ ବାଘମୁଣ୍ଡା ପର୍ଯ୍ୟନ୍ତ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ରାସ୍ତା ଉର୍ନ୍ନତି କରଣ ରେ ଜଙ୍ଗଲ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରାପ୍ତ ହୋଇଥିବାରୁ ଏବେ ସେହି ରାସ୍ତା କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରିବ l ଉପଖଣ୍ଡର ପରଜଙ୍ଗ ବ୍ଲକର ଜୟପୁରାକାଟେଣୀ ପଞ୍ଚାୟତର ଶୁଣ୍ଢୀକାଟେଣୀ ଗ୍ରାମ ଠାରୁ କଙ୍କଡ଼ାହାଡ଼ ବ୍ଲକର କୁଟୁରିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବାଘମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ରହିଥିବା ରାସ୍ତା କୁ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ଉର୍ନ୍ନତି କରଣ ସକାଶେ ମଂଜୁର କରାଯାଇଅଥିବା ବେଳେ ରାସ୍ତାଟି ସଂରକ୍ଷିତ ଜଙ୍ଗଲ ଦେଇ ଯାଇଥିବାରୁ ଉର୍ନ୍ନତି କାରଣରେ ଅନ୍ତରାୟ ସୃଷ୍ଟି କରିଥିଲା l ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଏଥିପ୍ରତି ଗୁରୁତ୍ୱ ଦେଇ କେନ୍ଦ୍ର ସରକାରଙ୍କ ସହାୟତାରେ ଶୁଣ୍ଢୀକାଟେଣୀ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ରହିଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବିତ ରାସ୍ତାକୁ ମଞ୍ଜୁରୀପ୍ରାପ୍ତ କରାଇବାରେ ସଫଳ ହୋଇଛନ୍ତି l ଫଳରେ ଜାତୀୟ ରାଜପଥର ସିଆରିମାଳିଆ ଠାରୁ ଜୟପୁରକାଟେଣୀ, ଶୁଣ୍ଢୀକାଟେଣୀ, ବାଘମୁଣ୍ଡା ଗ୍ରାମ ଦେଇ କୁତୁରିଆ ଗ୍ରାମରେ ପହଞ୍ଚିବାକୁ ସହଜ ହୋଇପାରିବ l ପୁଣି କୁଟୁରିଆ ପଞ୍ଚାୟତ ରେ ରହିଥିବା ବିଲେଇସୁଣୀ ଠାକୁରେରାଣୀ ପୀଠରେ ଶ୍ରଦ୍ଧାଳୁଙ୍କ ର ଗହଳି ଲାଗୁଥିବାରୁ କାମାକ୍ଷାନଗର ଅଞ୍ଚଳରୁ ବାହୁ ଶ୍ରଦ୍ଧାଳୁ ଏହି ରାସ୍ତାରେ ବିଲେଇସୁଣୀ ଯିବାକୁ ସୁବିଧା ହୋଇପାରିବ l ଏହି ଖବର ପ୍ରଚାରିତ ହେବା ପରେ କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ, ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଧାୟକ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସରସ୍ବତୀ ଶିଶୁ ମନ୍ଦିର ବୋର୍ଡ଼ା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ମରଣଯନ୍ତା ପାଲଟିଛି କାମାକ୍ଷାନଗରଠାରୁ କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତା

Sunil Chandra Nayak

ଏକଦା ଗୃପ ତରଫରୁ ବନ୍ଧୁ ମିଳନ ଓ ନବବର୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!