ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂଚନା ଫଳକ ରେ ବ୍ୟତିକ୍ରମ,  ସୁଚନା,ଡ୍ରେନ- କାମ… ହୋଇଛି କଂକ୍ରିଟ ରାସ୍ତା 

ସୂଚନା ଫଳକ ରେ ବ୍ୟତିକ୍ରମ, 

ସୁଚନା,ଡ୍ରେନ- କାମ… ହୋଇଛି କଂକ୍ରିଟ ରାସ୍ତା 

ଯେ କୌଣସି ସରକାରୀ କାର୍ଯ୍ୟ ହେଲେ ସାଧାରଣ ଭାବେ ଲୋକଙ୍କ ସୂଚନା ପାଇ ଉନ୍ନୟନ କାମ ଆରମ୍ଭରେ ସୂଚନା ଫଳକ ଦିଆଯାଇଥାଏ।ଜନସାଧାରଣ ଏହି ସୂଚନା ଫଳକ ମାଧ୍ୟମରେ କାମ ର ସମ୍ପୂର୍ଣ୍ଣ ବିବରଣୀ ପାଇଁ ଥାଆନ୍ତି।ତେବେ ଧର୍ମଗଡ ବ୍ଲକ ଅଧିନ ଟିପିଗୁଡା ପଞ୍ଚାୟତ ଗତାଗୁଡା ଗ୍ରାମ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ରେ ଗତାଗୁଡା ବସ୍ତି ପଡା ଠାରୁ ଜୋର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା କାମ ଶେଷ ହୋଇଛି।ଏଥିପାଇଁ ଆର୍ଥିକ ବର୍ଷ ୨୦୨୫-୨୦୨୬ ରେ ମୋଟ ଅଟକଳ ପରିମାଣ ୪ଲକ୍ଷ ରହିଛି।ଯାହା ସୂଚନା ଫଳକ ଅନୁଯାୟୀ ଗତ ୫-୮-୨୦୨୫ରେ କାମ ଆରମ୍ଭ ହୋଇ ଶେଷ ହୋଇସାରିଛି ହେଲେ ଗୋଟାଏ ପଟେ ସୂଚନା ଫଳକ ରେ ଡ୍ରେନ କାମ ଦର୍ଶାଯାଇଥିବା ବେଳେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ଦେଖା ଦେଇଛି।ଡ୍ରେନ କାମ କରା ନ ଯାଇ କଂକ୍ରିଟ ରାସ୍ତା କାମ କିପରି ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଯଦି ଡ୍ରେନ ପାଇଁ ସରକାରୀ ଅର୍ଥ ଅନୁମୋଦନ ହୋଇଛି ତେବେ କଂକ୍ରିଟ ରାସ୍ତା କିପରି ନିର୍ମାଣ କରାଗଲା ଓ ସୂଚନା ଫଳକରେ ଦର୍ଶାଗଲା ନାହିଁ କାହିଁକି? ଏହା ସରକାରି ନୀତି ନିୟମ ର ଖୋଲା ଖୋଲି ଉଲଂଘନ ନୁହେଁ କି?

ଡ୍ରେନ୍ ବଦଳରେ କଂକ୍ରିଟ ରାସ୍ତା ନିର୍ମାଣ କାମରେ ଅଧିକ ଲାଭ ଥିବା ଯୋଗୁ ବ୍ଲକ ପ୍ରଶାସନ ଜାଣିଶୁଣି ବ୍ୟତିକ୍ରମ କରିଥିବା ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିବେକ ସେନା ପାଳନ କଲା ଜାତୀୟ ମତଦାତା ଦିବସ

Sunil Chandra Nayak

ସହକାରୀ ଶିକ୍ଷକ ନିଲମ୍ବିତ:ପ୍ରଧାନ ଶିକ୍ଷକ ଙ୍କ ଦରମା ବନ୍ଦ  (ଶ୍ରେଣୀ ଗୃହରେ ଅଶ୍ଳୀଳ ଭାଷାରେ ଶିକ୍ଷକ ଗାଳିଗୁଲଜ କରିବା ଘଟଣା)

Sunil Chandra Nayak

ଗଣ୍ଡାବାହାଳୀଠାରେ ୭୭ତମ ବନ ମହୋତ୍ସବ–୨୦୨୬ ଅନୁଷ୍ଠିତ 

Leave a Comment

error: Content is protected !!