ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କିଶୋରୀ ବାଳିକା ଦକ୍ଷତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଲକ ସ୍ତରୀୟ କିଶୋରୀ ବାଳିକା ଦକ୍ଷତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସମନ୍ୱିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସଭାଗୃହ ପ୍ରାଙ୍ଗଣ ରେ କିଶୋରୀ ବାଳିକା ପ୍ରତିଭା ଦକ୍ଷତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ସିଡିପିଓ ପଦ୍ମାବତୀ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା କିଶୋରୀ ବାଳିକା”ଦକ୍ଷତା” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବିଡିଓ ଶ୍ରୀଯୁକ୍ତ ତ୍ରିପୁରା ମହାନନ୍ଦ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପୋଷଣ ସଂଯୋଜକ ବିଜୟ ବିହାର, ମିଶନ ଶକ୍ତି ବିପିସି ରାଜେନ୍ଦ୍ର ମଝିଆସେଠ, ମହିଳା ପରିଦର୍ଶିକା ମଞ୍ଜୁଲତା ପଟ୍ଟନାୟକ,ଶାନ୍ତି ମଙ୍ଗରାଜ,ଗୀତାଞ୍ଜଳି ବେହେରା, ଏକାଉନଟେଣ୍ଟ ଶିବା ଦାସ,ପୋଷଣ ବିଶି ହିମାଂଶୁ ବଗର୍ତ୍ତି,ବିନିତା ରାଉତ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ପ୍ରକଳ୍ପ ର ୧୮୪ ଟି ଅଙ୍ଗନୱାଡ଼ି କେନ୍ଦ୍ରରୁ ବହୁ ସଂଖ୍ୟାରେ କିଶୋରୀ ବାଳିକା ମାନେ ଆସିଥିଲେ ଏବଂ ସଙ୍ଗୀତ , ନୃତ୍ୟ,ଚିତ୍ରାଙ୍କନ, ରଚନା ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ନିଜ, ନିଜର ଅନ୍ତର୍ନିହିତ କୌଶଳ ପ୍ରତିଭା ଦେଖାଇ ଉପସ୍ଥିତ ଲୋକ ମାନଙ୍କ ମନମୁଗ୍ଧ କରିଥିଲେ । ପ୍ରଥମ,ଦ୍ଵିତୀୟ,ତୃତୀୟ ସ୍ଥାନ କୃତିତ୍ବ ହାସଲ କରିଥିବା କିଶୋରୀ ବାଳିକାମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ମମତା ବିଭାଗ ର ଦେବକାନ୍ତ ମେହେର ଏବଂ ମିଶନ ଶକ୍ତି ଡାଟା ଅପ୍ରେଟର କୁମାରୀ ଲବଣୀ ମହାନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରଥମ ସ୍ଥାନ ହାସଲ କରିଥିବା କିଶୋରୀ ବାଳିକା ମାନଙ୍କୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ପୋଷଣ ସଂଯୋଜକ ବିଜୟ ବିହାର ପ୍ରକାଶ କରିଥିଲେ ।

 ଜଗଜ୍ଜିବନ ସାଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବ୍ଲକ ଟପ୍ପରକୁ ସମ୍ବର୍ଦ୍ଧିତ କଲା ଓଷ୍ଟା ସଙ୍ଘ

masiha

ରାଇରଙ୍ଗପୁର ଡାକବଙ୍ଗଳା ରାଣିପାଳ ଛକକୁ ବୀର ସିଦ୍ଧୁ-କାନ୍ହୁ ଛକ ନାମରେ ନାମକରଣ 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସୃଜନୀ (ଚେନ୍ନାଇ)ର ସ୍ମୃତି ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!