ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରଟ ରେ ଓଡ଼ିଆ ଶ୍ରମିକ ମୃତ 

ସୁରଟ ରେ ଓଡ଼ିଆ ଶ୍ରମିକ ମୃତ 

ଆସିକା,୧୪/୯/୨୫ — ଧରାକୋଟ ବ୍ଲକର ଓଳମ୍ବା ପଞ୍ଚାୟତ ଅନ୍ତର୍ଗତ କସେଇ ଗ୍ରାମର ପୀତବାସ ପଲେଇ ଙ୍କ ପୁଅ ଶିବରାମ ପଲେଇ 30 ବର୍ଷ ଗୁଜୁରାଟ ର ସୁରଟ ରେ ଏକ ସୂତା କଳରେ ଦୀର୍ଘ ଦିନ ଧରି କାମକରି ଆସୁଥିଲବା ବେଳେ ଅପେକ୍ଷା ନଗର ହାଉସିଂ ବୋର୍ଡ ରେ ରହି ଆସୁଥିଲେ । ଗତ ଶନିବାର ରାତ୍ର ନଅ ଘଣ୍ଟ ସମୟରେ ପାଣି ମୋଟର ସୁଇଚ ମାରିବା ବେଳେ ଅଚାନକ ବିଦ୍ୟୁତ ସଂସ୍ପର୍ସ ରେ ଆସି ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲ କୁ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶିବରାମ ଗରିବ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କରି ମୃତ୍ୟୁରେ ତାଙ୍କ ପରିବାର ଭାଙ୍ଗି ପଡିବା ସହ ବେସାହାରା ହୋଇଯାଇଛନ୍ତି । ସଂପ୍ରତି ତାଙ୍କର ପତ୍ନୀ ଅନ୍ତସତ୍ୱା ଅଛନ୍ତି । ଏପରି ଦୁଃଖଦ ସମୟରେ ସିବରାମ ଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗାଁ ଲୋକେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଆଜି ସେଠାକାର ସହଯୋଗୀ ମାନଙ୍କ ସହାୟତାରେ ସୁରଟ ରେ ତାଙ୍କର ଶବ ସତ୍କାର କରାଯାଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ର ୧୯୯୯ ମାଟ୍ରିକ ବେଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

ରାୟଗଡ଼ା ମାଁ ମଙ୍ଗଳା ମନ୍ଦିରରେ ହନୁମାନ ଚାଳିଶା ପଠନ ଓ ଆଲୋଚନା

masiha

ଜିଲ୍ଲାପାଳଙ୍କ ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!