ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ଭାଙ୍ଗି ଚାଉଳ ଖାଇଲା ହାତୀ

ଘର ଭାଙ୍ଗି ଚାଉଳ ଖାଇଲା ହାତୀ

କାମାକ୍ଷାନଗର (ମନିସ)14/9/25 — କାମାକ୍ଷାନଗର ଗର ପୂର୍ବାଞ୍ଚଳ ରେଞ୍ଜ ମରୁଆବିଲି ପଞ୍ଚାୟତ କମ୍ପୁଲେଇ ଗ୍ରାମ ଅଞ୍ଚଳରେ ୮ଟିକିଆ ହାତୀପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ହାତୀ ଘର ଭାଙ୍ଗି ଚାଉଳ ଖାଇଛି । ଗତ ବିଳମ୍ବିତ ରାତିରେ ହାତୀପଲ ଖାଦ୍ୟ ଅନ୍ଵେଷଣରେ କମ୍ପୁଲେଇ ଗାଁ ମଧ୍ୟକୁ ପଶିଥିଲେ। ସେହି ଗ୍ରାମର ବିଭୂତି ସାହୁଙ୍କ କୋଠାଘ ଘର ତାଜା ଓ ପ୍ରସନ୍ନ ସାହୁଙ୍କ ଆଜବେଷ୍ଟସ୍ ଛପରକୁ ହାତୀ ଭାଙ୍ଗି ଦେଇଛି। ପ୍ରସନ୍ନ ଘରେ ରହିଥ‌ିବା ୧୦ ବସ୍ତା ଚାଉଳକୁ ହାତୀପଳ ତାପଲ ଶୁଣ୍ଢରେ ଭିଡ଼ି ନେଇ ଖାଇ ଖାଇବା ସହ ଫିଙ୍ଗିଫୋପାଡ଼ି ନଷ୍ଟ କରି ଦେଇଛନ୍ତି। ସେହି ପରି ବାଡ଼ିବଗିଚାରୁ କଦଳୀ ଗଛ ଓ ଅନ୍ୟାନ୍ୟ ଗଛ ଭାଙ୍ଗି ନଷ୍ଟ କରିଦେଇଛନ୍ତି। ଖବର ପାଇ ଉପଦ୍ରବ କରୁଥିବା ହାତୀ ଙ୍କୁ ବନ କର୍ମଚାରୀ ପହ‌ଞ୍ଚି ଘଉଡ଼ାଇଥିଲେ । ହାତୀପ ପଲ ଗାଁ ନିକଟସ୍ଥ ରଞ୍ଜାଗଡ଼ ଜଙ୍ଗଲରେ ରହିଥ‌ିବା ବେଳେ ରାତିରେ ରେ ପୁଣି ଗାଁରେ ପଶିବା ଆଶଙ୍କାରେ ଗ୍ରାମବାସୀ ମାନେ ଆତଙ୍କିତ ହୋଇପଡ଼ିଛନ୍ତି। ହାତୀପଲକୁ ଅଞ୍ଚଳରୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ସରକାର ଙ୍କୁ ଦାବି କରିଛନ୍ତି ।   

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମଣ୍ଡେଇ ମହୋତ୍ସବ -୨୦୨୪ ର ପଞ୍ଚମ ସନ୍ଧ୍ୟା  ପଲ୍ଲୀଶ୍ରୀ ମେଳା ଉଦଯାପିତ, ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ 

masiha

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

ପଞ୍ଚାୟତ ସମିତି ସ୍ତରୀୟ ମିଳିତ ଜନ ଶୁଣାଣି 

Sunil Chandra Nayak

Leave a Comment

error: Content is protected !!