ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇୱା ଟ୍ରକ୍ ତଳୁ ଛାତ୍ରୀଙ୍କ ଉଦ୍ଧାର ଘଟଣାର ନୂଆ ମୋଡ

ହାଇୱା ଟ୍ରକ୍ ତଳୁ ଛାତ୍ରୀଙ୍କ ଉଦ୍ଧାର ଘଟଣାର ନୂଆ ମୋଡ

କାମାକ୍ଷାନଗର ( ମନିସ)14/9/25 —  ଡ୍ରାଇଭରର ବେପାରୁଆ ଗାଡି ଚାଳନାରେ ଦୁଇ କଲେଜ୍ ଛାତ୍ରୀଙ୍କୁ ଧକ୍କା ଦେଇ ଥିଲା ହାଇୱା ଟ୍ରକ୍। ଗୁଡ଼ିଆ କଟେନୀରୁ ଚିପ୍ସ ଆଣି ଆସିଥିବାବେଳେ ଘଟଣାଟି ଘଟିଥିଲା କଙ୍କଡ଼ାହାଡ଼ ଥାନା ସମୁଖରେ। ବେପରୁଆ ଡ୍ରାଇଭ କଲେଜକୁ ଆସୁଥିବା ଦୁଇ ଛାତ୍ରୀଙ୍କୁ ଧକ୍କା ଦେବାରେ ଟ୍ରକର ଆଗ ଚକ ତଳେ ଫସି ଯାଇଥିଲେ ଛାତ୍ରୀ ମନିଷା ଗୁରୁ ଓ ଦିପ୍ତି ରେଖା ବେହେରା। ଦୀପ୍ତି ରେଖା ବେହେରା ଙ୍କ ସାଇକେଲଟିକୁ ଭାଙ୍ଗି ଦେଇଥିଲା ଟ୍ରକ୍। ଦୂରକୁ ଛିଟିକି ପଡ଼ି ଗୁରୁତର ହୋଇ ଯାଇ ଥିଲେ। ହେଲେ ସେମାନଙ୍କ ମଧ୍ୟରୁ ମାନୀଷା ଗୁରୁଙ୍କ ହାତ ଟ୍ରକ୍ ଚକ ତଳେ ମାଡ଼ି ଯାଇଥିବାରୁ ଜନସାଧାରଣଙ୍କ ଚିତ୍କାରରେ କଙ୍କଡ଼ାହାଡ଼ ପୋଲିସ ତତ୍ କ୍ଷଣାତ ମନିଷାଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରି ଥିବା ବେଳେ କ୍ଷତି ପୂରଣ ଦେଇ ଘଟଣା ଘଟାଇ ଥିବା ହାଇୱାଆକୁ ରାତା ରାତି ଛାଡ଼ି ଦେଇଥିବା ଜଣାଯାଇଛି। ଗାଡ଼ିର କାଗଜ ପତ୍ର ଠିକ୍ ଅଛି ଆମେ ଅଟକାଇ ପାରିବୁନି। ଅନ୍ୟ ଛାତ୍ରୀ ଜଣକୁ ଚିକିତ୍ସାରେ ଅଣଦେଖା କରିଥିଲେ କଙ୍କଡାହାଡ ଥାନା ପୋଲିସ, ଥାନାର ଏହି ମନମାନି କାର୍ଯ୍ୟ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ମନିଷା ଗୁରୁଙ୍କ ପକ୍ଷରୁ ଘଟଣାକୁ ଥାନାରେ ମିଳାମିଶା ହୋଇ ଥିବାରେ ଦୀପ୍ତି ରେଖା ଙ୍କ କ୍ଷେତ୍ରରେ ଅଣଦେଖା କରାଗଲା କାହିଁକି ବୋଲି ପାରିବାର ପକ୍ଷରୁ ସୂଚନା ମିଳିଛି। ସକାଳ ବେଳା ଘଟଣା ଘଟିଲା ରାତିରେ ଟ୍ରକକୁ ଛାଡି ଦିଆଗଲା। ଅନ୍ୟ ପଟେ ଡିପ୍ତିରେଖାଙ୍କ ପରିବାର ପକ୍ଷରୁ ଝିଅ କୁ ଚିକିତ୍ସା ସାରି ଥାନାରେ ପହଞ୍ଚିବା ବେଳେ ଥାନା ପକ୍ଷରୁ ତାଙ୍କୁ ସନ୍ତୋଷ ଜନକ ବ୍ୟବହାର ମିଳି ନଥିବା ସୂଚନା ଦେଇଛନ୍ତି ତାଙ୍କର ପିତା କୃଷ୍ଣ ବେହେରା ଘଟଣାର ଅଧିକ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକମାନେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

 

Related posts

ପୁରୀରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ ହେଲେ ଆସିକା ବିଧାୟକ ସରୋଜ

Sunil Chandra Nayak

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାର୍ବତୀ ମାର୍ଣ୍ଡୀଙ୍କ ସଫଳତା

Sunil Chandra Nayak

Leave a Comment

error: Content is protected !!