ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରମ ପରବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ  ୩୦ ଅଗଷ୍ଟରେ ସତନ୍ତ୍ର ଅତିଥି ଭାବେ ଜୟରାମ୍ ମାହାତୋ ଯୋଗଦେବେ

କରମ ପରବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ 

୩୦ ଅଗଷ୍ଟରେ ସତନ୍ତ୍ର ଅତିଥି ଭାବେ ଜୟରାମ୍ ମାହାତୋ ଯୋଗଦେବେ

ମୟୂରଭଂଜ, – -୨୬/୦୮ — ରାଇରଙ୍ଗପୁରସ୍ଥ ଦୁବୁଲାବେଡା ଦେଶ କରମ ପରବ ବାମନଘାଟି ଆନୁକୁଲ୍ୟରେ କୁଡୁମି ସଂପ୍ରଦାୟର କରମ ପରବ ପାଳିତ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ । ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଦେଶ କରମ ପରବ ବାମନଘାଟିର ସଭାପତି ନିରଞ୍ଜନ ମହାନ୍ତ, କାର୍ଯ୍ୟକାରୀ ସଭାପତି ଜନ୍ମେଜୟ ମହାନ୍ତ,ଉପସଭାପତି ମନମୋହନ ମହାନ୍ତ,ଜଗବନ୍ଧୁ ମହାନ୍ତ,ସମ୍ପାଦକ ବନମାଳୀ ମହାନ୍ତ,ସହ ସମ୍ପାଦକ ଆଶିଷ ମହାନ୍ତ, କୋଷାଧକ୍ଷ ହରମୋହନ ମହାନ୍ତ,ସହ କୋଷାଧକ୍ଷ ରାଜୁ ମହାନ୍ତ,ଆଇନ ପରାମର୍ଶଦାତା ଆଇନଜୀବି ଭାଗବତ ମହାନ୍ତ, ଉପଦେଷ୍ଟା ଉପେନ୍ଦ୍ର ମହାନ୍ତ,ରବୀନ୍ଦ୍ର ମହାନ୍ତ, ମଟିକିଲୁ ମହାନ୍ତ,ଆକାଶ ମହାନ୍ତ, ସୁଲଚନା ମହାନ୍ତ, ବିନତି ମହାନ୍ତ, ସୁରେଶ ମହାନ୍ତ ସହିତ ସଂଯୋଜକ ନିର୍ମଳ ମହାନ୍ତ ପ୍ରମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ। ତେବେ ଆସନ୍ତା ୩୦ ଅଗଷ୍ଟରେ ସତନ୍ତ୍ର ଅତିଥି ଭାବେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଡୁମୁରୀ ନିର୍ବାଚନ ମଣ୍ଡଳୀର ସ୍ଵାଧୀନ ବିଧାୟକ ଜୟରାମ୍ ମାହାତୋ (ଟାଇଗର) ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଟାଇଗର ଯୋଗଦେଇ କୁଡୁମୀଙ୍କ ଉନ୍ନତି ସମ୍ବନ୍ଧରେ ନିଜର ବ୍ୟକ୍ତବ ରଖିବେ ଏନେଇ ପ୍ରବଳ ଭିଡ଼ ପରିଲକ୍ଷିତ ହେବ ବୋଲି ସୂଚନା ମିଳିଛି । ଏନେଇ ଉପଖଣ୍ଡର କୁଡୁମୀ ସମ୍ପ୍ରଦାୟ ବହୁ ଉତ୍ସାହିତ ଅଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅପରାହ୍ନର କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ବିରାଟ ଗଛ ଓ ଦୋକାନର ବୋର୍ଡ

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ଯକ୍ରମ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ରାଇରଙ୍ଗପୁର ଠାରେ ଏକତା ପଦଯାତ୍ରା ଆୟୋଜିତ।

Sunil Chandra Nayak

Leave a Comment

error: Content is protected !!