ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରମ ପରବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ  ୩୦ ଅଗଷ୍ଟରେ ସତନ୍ତ୍ର ଅତିଥି ଭାବେ ଜୟରାମ୍ ମାହାତୋ ଯୋଗଦେବେ

କରମ ପରବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ 

୩୦ ଅଗଷ୍ଟରେ ସତନ୍ତ୍ର ଅତିଥି ଭାବେ ଜୟରାମ୍ ମାହାତୋ ଯୋଗଦେବେ

ମୟୂରଭଂଜ, – -୨୬/୦୮ — ରାଇରଙ୍ଗପୁରସ୍ଥ ଦୁବୁଲାବେଡା ଦେଶ କରମ ପରବ ବାମନଘାଟି ଆନୁକୁଲ୍ୟରେ କୁଡୁମି ସଂପ୍ରଦାୟର କରମ ପରବ ପାଳିତ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ । ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଦେଶ କରମ ପରବ ବାମନଘାଟିର ସଭାପତି ନିରଞ୍ଜନ ମହାନ୍ତ, କାର୍ଯ୍ୟକାରୀ ସଭାପତି ଜନ୍ମେଜୟ ମହାନ୍ତ,ଉପସଭାପତି ମନମୋହନ ମହାନ୍ତ,ଜଗବନ୍ଧୁ ମହାନ୍ତ,ସମ୍ପାଦକ ବନମାଳୀ ମହାନ୍ତ,ସହ ସମ୍ପାଦକ ଆଶିଷ ମହାନ୍ତ, କୋଷାଧକ୍ଷ ହରମୋହନ ମହାନ୍ତ,ସହ କୋଷାଧକ୍ଷ ରାଜୁ ମହାନ୍ତ,ଆଇନ ପରାମର୍ଶଦାତା ଆଇନଜୀବି ଭାଗବତ ମହାନ୍ତ, ଉପଦେଷ୍ଟା ଉପେନ୍ଦ୍ର ମହାନ୍ତ,ରବୀନ୍ଦ୍ର ମହାନ୍ତ, ମଟିକିଲୁ ମହାନ୍ତ,ଆକାଶ ମହାନ୍ତ, ସୁଲଚନା ମହାନ୍ତ, ବିନତି ମହାନ୍ତ, ସୁରେଶ ମହାନ୍ତ ସହିତ ସଂଯୋଜକ ନିର୍ମଳ ମହାନ୍ତ ପ୍ରମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ। ତେବେ ଆସନ୍ତା ୩୦ ଅଗଷ୍ଟରେ ସତନ୍ତ୍ର ଅତିଥି ଭାବେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଡୁମୁରୀ ନିର୍ବାଚନ ମଣ୍ଡଳୀର ସ୍ଵାଧୀନ ବିଧାୟକ ଜୟରାମ୍ ମାହାତୋ (ଟାଇଗର) ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଟାଇଗର ଯୋଗଦେଇ କୁଡୁମୀଙ୍କ ଉନ୍ନତି ସମ୍ବନ୍ଧରେ ନିଜର ବ୍ୟକ୍ତବ ରଖିବେ ଏନେଇ ପ୍ରବଳ ଭିଡ଼ ପରିଲକ୍ଷିତ ହେବ ବୋଲି ସୂଚନା ମିଳିଛି । ଏନେଇ ଉପଖଣ୍ଡର କୁଡୁମୀ ସମ୍ପ୍ରଦାୟ ବହୁ ଉତ୍ସାହିତ ଅଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଗଣ୍ଡିଦା ରାମକୃଷ୍ଣ ସେବାଶ୍ରମରେ ଆଲୋଚନା ଚକ୍ର

ଭଉଣୀ ରଖିଲା ଭାଇର ମାନ; ରାଷ୍ଟ୍ରପତିଙ୍କ ‌ସହରରୁ ପ୍ରଧାନମନ୍ତ୍ରୀଙ୍କୁ ହଜାରେ ରୁ ଉର୍ଦ୍ଧ୍ବ ରାକ୍ଷୀ ପ୍ରେରଣ 

masiha

Leave a Comment

error: Content is protected !!