ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଷ୍କର୍ମ ଅଭିଯୁକ୍ତ ଆସାମୀ ନିର୍ଦୋଷ ରେ ଖଲାସ 

ଦୁଷ୍କର୍ମ ଅଭିଯୁକ୍ତ ଆସାମୀ ନିର୍ଦୋଷ ରେ ଖଲାସ 

ନବରଙ୍ଗପୁର:(୨୪|୭)(ରବିନାରାୟଣ ମହାନ୍ତି)ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟ ର ବିଚାରପତି ଶ୍ରୀ ବାସୁଦେବ ଆଚାର୍ଯ୍ୟ ଏକ କେସର ବିଚାରଣା କରି ଅଭିଯୁକ୍ତ ଡମ୍ବରୁ ବିନ୍ଧାଣୀ କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ସୂଚନା ଅନୁସାରେ ଗତ ୨୮/୧୧/୨୯୧୬ ତାରିଖ ଦିନ ପୀଡିତାର ପିତା କୋଡ଼ିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅକୁ ବିବାହର ପ୍ରଲୋଭନ ଦେଖାଇ ଡମ୍ବରୁ ବିନ୍ଧାଣୀ କେଉଁ ଆଡେ ନେଇଯାଇଛି l ପୋଲିସ ଏହି ରିପୋର୍ଟ କୁ ଗ୍ରହଣ କରି ଥାନା କେସ ନମ୍ବର-୧୯୦/୧୬ ପ୍ରକାରେ ଅଭିଯୁକ୍ତ ଡମ୍ବରୁ ବିନ୍ଧାଣୀ କୁ ଭାରତୀୟ ପେନାଲ କୋଡ଼ ର ଦଫା ୩୬୩,୩୬୬,୩୭୬(୨)(ଆଇ)(ଏନ୍) ସହ ସ୍ୱତନ୍ତ୍ର ପୋକସ ଆଇନ ର ଦଫା ୬ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଯାହା କେସ ନମ୍ବର ଥିଲା ଟିଆର୍- ୮୦/୨୦୨୦ l ସମସ୍ତ ୧୯ ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଅଭିଯୁକ୍ତ ଡମ୍ବରୁ ବିନ୍ଧାଣୀ କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଓକିଲ ଶ୍ରୀ ନରସିଂହ ତ୍ରିପାଠୀ କେସ କୁ ପରିଚାଳନା କରୁଥିଲେ l 

Related posts

ଓଡ଼ିଶାଭାସ୍କର ବାର୍ଷିକ ସମାରୋହରେ ସମ୍ମାନିତ ହେଲେ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀରଞ୍ଜନ ବାଗ

Sunil Chandra Nayak

ରବି ଚାଷ ଧାନ ବିକ୍ରି ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ କୋକସରା ସଚେତନ କୃଷକ ମଞ୍ଚର କର୍ମକର୍ତ୍ତା

Sunil Chandra Nayak

ସର୍ବଦଳୀୟ ସ୍ମୃତିଚାରଣ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବରିଷ୍ଠ ନେତା 

masiha

Leave a Comment

error: Content is protected !!