ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ଗ୍ରହଣ କଲେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେରୁକ

ଅବସର ଗ୍ରହଣ କଲେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେରୁକ

 ନର୍ଲା : ଲାଞ୍ଜିଗଡ ବ୍ଲକ, ମସ୍କାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଟେନ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେରୁକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଦୀର୍ଘ ଛତିଶ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସେବା ଯୋଗେଇ ସେ ଚାକିରୀ ରୁ ଅବସର ନେଇଛନ୍ତି l ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଟେନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହା ଆଡମ୍ବର ସହିତ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା l ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ଗ୍ରାମବାସୀ ତଥା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଆମଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେଦବ୍ୟାସ ପୁଟା ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ, ସମ୍ମାନିତ ଅତିଥିଭାବେ ମସ୍କାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଧାନ, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟାନନ୍ଦ ବେରୁକ, ଶିକ୍ଷକ ବିଷ୍ଣୁ ନାରାୟଣ ଭଞ୍ଜ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତଥା ୱାର୍ଡ ମେମ୍ବର ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସୁନା ମଂଚାସୀନ ଥିଲେ l କାର୍ଯ୍ୟକ୍ରମ ଟି ସିଆରସିସି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ବିଭୁତି ଭୂଷଣ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଲଳିତ ମୋହନ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶିକ୍ଷକ ସନ୍ତୋଷ କୁମାର ସାହୁ, ଶିବସୁନ୍ଦର ସାହୁ, ସୁରେଶ ଚନ୍ଦ୍ର ଭୋଇ, ରତ୍ନାକର ବେରୁକ, ସଞ୍ଜୟ ବେରୁକ, ବରିଷ୍ଠ ଶିକ୍ଷକ ଭାଗିରଥି ବେରୁକ, ନିରଞ୍ଜନ ବୁଦ୍ଧିଆ ପ୍ରମୁଖ ସହଯୋଗ କରିଥିଲେ l ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ପରେ ଗ୍ରାମବାସୀ ପାରମ୍ପରିକ ଆଦିବାସୀ ଢ଼ାପ ବାଜାର ତାଳେ ନାଚି ନାଚି ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେରୁକଙ୍କୁ ଗ୍ରାମ ପରିକ୍ରମା କରି ଗୋଟେନ ଠାରୁ ମସ୍କାଗୁଡା ଗ୍ରାମ ପର୍ଯ୍ୟନ୍ତ ପାଛୋଟି ନେଇ ତାଙ୍କର ପୈତୃକ ଗୃହକୁ ପହଞ୍ଚାଇ ଥିଲେ l ସାନ୍ଧ୍ୟରେ ପୁଣି ମସ୍କାଗୁଡା ଗ୍ରାମରେ ସମସ୍ତ ଗ୍ରାମବାସୀ,ନିମନ୍ତ୍ରିତ ବନ୍ଧୁ ବାନ୍ଧବ, ଛାତ୍ରଛାତ୍ରୀ ଏବଂ କ୍ଲଷ୍ଟରର ସମସ୍ତ ଶିକ୍ଷକଙ୍କ ଉପସ୍ଥିତିରେ ପୁଣିଥରେ ଶିକ୍ଷକ ଦମ୍ପତିଙ୍କୁ ବନ୍ଧାପଣା କରି ଅବସର କାଳୀନ ଶୁଭ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଧରାକୋଟ ବ୍ଲକରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ

Sunil Chandra Nayak

ବିଜେପି ମହିଳା ମୋର୍ଚ୍ଚା ତରଫରୁ ନାରୀ ଶକ୍ତି ବନ୍ଦନ ଯାତ୍ରା

masiha

ପୁରୁଣା ସୁବର୍ଣ୍ଣ ଯୁଗର ଅମର ହିନ୍ଦୀ ଚଳଚିତ୍ର ସଙ୍ଗୀତକୁ ପୁନର୍ଜୀବିତ କରିବା

Leave a Comment

error: Content is protected !!