ମୟୂରଭଞ୍ଜ – (ମସିହା) ରାଇରଙ୍ଗପୁର କୋର୍ଟରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି ଲୋକ ଅଦାଲତରେ ମୋଟ ୨୦ ଟି ମାମଲା ମଧ୍ୟରୁ ଏମେସିଟି ଗୋଟିଏ ମାମଲାର ଫୈସଲା ହୋଇ ୪,୦୦,୦୦୦ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ତାଙ୍କ ସହିତ ସଵଜଜ୍ ସ୍ମୃତିସ୍ନିଗ୍ଧା ଦାସ,ଏସଡିଜିଏମ ସିର୍ଦାର୍ଥ ଶଙ୍କର ସେନାପତି, ଜେଏମଏଫସି ଅଭିଷେକ ପୋଥାଳ ଉପସ୍ଥିତ ରହି ମାମଲା ଗୁଡ଼ିକର ଶୁଣାଣି କରିଥିଲେ । କୋର୍ଟର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।
next post