ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନଏ ସି ଅଧୀନରେ ଥିବା ଦୋକାନ ଗୃହ ର ଅହେତୁକ ଭଡ଼ା ବୃଦ୍ଧି ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ

ବିଧାୟକ ଙ୍କୁ ଭେଟିଲେ ବ୍ୟବସାୟୀ ସଙ୍ଘ

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ଦୋକାନ ଗୃହ ର ଅହେତୁକ ଭଡ଼ା ବୃଦ୍ଧି ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖା ଦେଇଛି।ଧର୍ମଗଡ ଏନ୍ ଏ ସି ଅଧିନରେ ଥିବା ଭଡ଼ା ଗୃହର ଦୋକାନୀ ମାନଙ୍କ ଅନୁରୋଧ କ୍ରମେ ଚେମ୍ବର ଅଫ କମର୍ସ ପକ୍ଷରୁ ଆଜି ଧର୍ମଗଡ ବିଧାୟକ ମୌଷଧି ବାଗ ଙ୍କୁ ଭେଟି ଏକ ଦାବୀ ପତ୍ର ଦିଆ ଯାଇଛି।

ସୂଚନା ଯୋଗ୍ୟ ଯେ,ଏନ୍ ଏ ସି ଅଧିନରେ ଧର୍ମଗଡ ସହରରେ ଛୋଟ ବଡ ମିଶାଇ ପ୍ରାୟ ୧୫୦ ଗୋଟି ବ୍ୟବସାୟିକ ଭଡ଼ା ଗୃହ ରହିଛି। ସହର ଗ୍ରାମ ପଞ୍ଚାୟତ ଥିବା ସମୟରୁ ବ୍ୟବସାୟୀ ମାନେ ନିୟମିତ ଭାବେ ମାସିକ ଭଡ଼ା ଅର୍ଥ ଦେଇ ଆସୁଥିଲେ କିନ୍ତୁ କିଛିମାସ ତଳେ ଉକ୍ତ ଭଡ଼ା ଗୃହ ର ମାସିକ ଦେୟ ଅହେତୁକ ଭାବେ ବୃଦ୍ଧି କରି ଦିଆ ଯାଇଥିଲା। ଏନେଇ ଏନ୍ ଏ ସି ଅଧିନରେ ଥିବା ବ୍ୟବସାୟୀ ମାନେ ତତ୍କାଳୀନ ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ବେଦ ଭୂଷଣ ଓ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଙ୍କୁ ଭେଟି ଭଡ଼ା ବୃଦ୍ଧି ସଂପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ ପରିଷଦର ଆଗାମୀ କାଉନସିଲ ବୈଠକ ରେ ବିଚାରକୁ ନିଆଯିବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ବ୍ୟବସାୟୀ ମାନଙ୍କ ଦାବୀକୁ ବିଚାରକୁ ନିଆ ନ ଯାଇ ପୁଣି ମାସିକ ଦରବୃଦ୍ଧି ସହ ନୋଟିସ ଦିଆ ଯାଇଛି। କୋଭିଡ ମହାମାରୀ ସମୟରେ ବ୍ୟବସାୟୀ ମାନେ ବହୁ କ୍ଷତି ସହି ମଧ୍ୟ କୋଭିଡ ମୁକାବିଲା କିମ୍ବା ଅନ୍ୟ କୌଣସି ସରକାରୀ କାର୍ଯ୍ୟକ୍ରମରେ ବ୍ୟବସାୟୀ ସଂଘ ସବୁବେଳେ ଧର୍ମଗଡ ଏନଏସି ସହିତ ରହିଛି ତେଣୁ ଦୋକାନ ଗୃହର ମାସିକ ଭଡ଼ା ବୃଦ୍ଧି ବ୍ୟବସାୟୀଙ୍କୁ ସୁହାଇଲା କରାଯାଉ ବୋଲି ବ୍ୟବସାୟୀ ମାନେ ଦାବି କରିଛନ୍ତି।ଏନେଇ ଆଜି ଚେମ୍ବର ଅଫ କମର୍ସ ସଭାପତି ବିଦ୍ୟାଧର ସାହୁ, ସଂପାଦକ ଅରୁଣ କୁମାର ତାୟଲ ଓ ବରିଷ୍ଠ ସଭ୍ୟ ସୁରେନ୍ଦ୍ର କୁମାର ମୁନି ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏନ୍ ଏ ସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ମନିଷା ମିଶ୍ର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗରୀବ ଦୀପ ଙ୍କୁ ଭେଟି ଘର ଭଡ଼ା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଆସନ୍ତା ପରିଷଦର କାଉନସିଲ ବୈଠକରେ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଠି ରେ ରଖି ମାସିକ ଦେୟକୁ ହ୍ରାସ କରାଯିବ ବୋଲି ଅଧ୍ୟକ୍ଷ ଉପାଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତିଶୃତି ଦେଇଛନ୍ତି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନୂତନ ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି ଲକ୍ଷ୍ମୀପୁର ବ୍ଲକ କର୍ମୀ ଆଲୋଚନା 

masiha

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!