ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହାବିଦ୍ୟାଳୟରେ ମାସା ସଂଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ରାଇରଙ୍ଗପୁର ମହାବିଦ୍ୟାଳୟରେ ମାସା ସଂଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ରାଇରଙ୍ଗପୁର ୧୧/୯(ନି ପ୍ର )ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ଉଦ୍ଦେଶ୍ୟରେ ମାସା ସଂଗଠନ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ସଂଗଠନର ସଦସ୍ୟମାନେ ମହାବିଦ୍ୟାଳୟର ଚାରିପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ କରିବା ସହ ଆବର୍ଜନା ସଂଗ୍ରହ କରି ପରିସରକୁ ପରିଷ୍କାର କରିଥିଲେ।

ଏହି ଅବସରରେ ସ୍ୱଚ୍ଛତାର ଗୁରୁତ୍ୱ ଓ ପରିବେଶକୁ ପରିଷ୍କାର ରଖିବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ମହାବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବା ସହ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା।

ମାସା ସଂଗଠନର ଏହି ପଦକ୍ଷେପକୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। ଏଭଳି ସ୍ୱଚ୍ଛତା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଜୁନାଗଡ଼ ଜାରିଙ୍ଗ ନିକଟରେ ସ୍କୁଟି ଓ କାର ମୁହଁ ମୁହିଁ ଧକ୍କା ,ଘଟଣା ସ୍ଥଳରେ ସ୍କୁଟି ଅରୋହି ମୃତ 

masiha

ଗୁରୁ ଦିବସ ରେ କାମାକ୍ଷାନଗର ମହାବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନ ତରଫ ରୁ ବୃକ୍ଷ ରୋପଣ

masiha

ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନ ଚର୍ଯ୍ୟା ଆଲୋଚନାଚକ୍ର.

Sunil Chandra Nayak

Leave a Comment

error: Content is protected !!