ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖୋଜ ର ୪ ଦିନ ପରେ କେନାଲ ରୁ ମହିଳା ଙ୍କ ଶବ ଉଦ୍ଧାର ପୋଲିସ ର ତଦନ୍ତ ଜାରି

ନିଖୋଜ ର ୪ ଦିନ ପରେ କେନାଲ ରୁ ମହିଳା ଙ୍କ ଶବ ଉଦ୍ଧାର ପୋଲିସ ର ତଦନ୍ତ ଜାରି  

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉଠା ଜଳସେଚନ (ମେଗାଲିଫ୍ଟ) କେନାଲ ର ପିତବାସପୁର ନିକଟରେ ଆଜି ଜଣେ ମହିଳାଙ୍କ ଗଳିତ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ଲୋକମାନେ କୋକସରା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚିତ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି କେନାଲ ରୁ ମୃତ ମହିଳା ଙ୍କ ଶବ ଉଦ୍ଧାର କରି ପୋଲିସ ର ଜିମା ଦେଇଥିଲେ। ଉଦ୍ଧାର ମୃତ ମହିଳା ଜଣକ ଜୟପାଟଣା ବ୍ଲକ ସିଲେଇଜୋର ଗ୍ରାମ ର ସ୍ବର୍ଗତ ନରଙ୍ଗ ମାଝୀ ଙ୍କ ବିଧବା ପତ୍ନୀ ଉଦେଇ ମାଝୀ (୪୦) ବୋଳି ଜଣାପଡିଛି। ସେ ଗତ ବୁଧବାର ଦିନ ନିଜ ବାପଘର ଗାଁ ଜାମଚୁଆ ଗାଁ ରୁ ସିଲେଇଜୋର ଯାଉଥିବା ବେଳେ କେନାଲ ରେ ପଡି ନିଖୋଜ ଥିଲେ। ଶନିବାର ତାଙ୍କ ଶବ ଠାବ ହୋଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ରେ ଅଗ୍ନିଶମ ବିଭାଗ ର କଶ୍ୟପ କୁମାର ପଟ୍ଟନାୟକ, ସୁନୀଲ ରଞ୍ଜନ ବାର୍ଳା, ଲଳିତ ପୁଟେଲ, ଦିଗାମ୍ବର ଶବର, ଉମା ଶଙ୍କର ନାଏକ, ସ୍ମୃତି ରଞ୍ଜନ ବିଶ୍ୱାଳ, ହେମନ୍ତ ନାଏକ ପ୍ରମୁଖ ସାମିଲ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ବଲାଙ୍ଗିର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ବ୍ରଜ ମୋହନ ବିଶୋଇ ଙ୍କୁ ଅଧ୍ୟକ୍ଷ ନିଯୁକ୍ତି..ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଏବଂ ଅଧ୍ୟକ୍ଷ ବିଶୋଇ ଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସାମାଜିକ ଗଣ ମାଧ୍ୟମ ରେ ପଞ୍ଚାୟତ ରାଜ ବ୍ୟବସ୍ଥା ନେଇ ସରପଞ୍ଚ ଅସନ୍ତୋଷ ଜାହିର କଲେ

masiha

Leave a Comment

error: Content is protected !!